ଆଜି ରାମ ନବମୀ: ଏହି ୫ଟି ରାଶି ଉପରେ ରହିବ ପ୍ରଭୁ ରାମଙ୍କ କୃପା; ମିଳିବ ସୁଖ ଶାନ୍ତି

Ram Navami on Horoscope: ଆଜି ରାମ ନବମୀରେ ପ୍ରଭୁ ରାମଙ୍କ କୃପା ଏହି ରାଶିମାନଙ୍କ ଉପରେ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ରାଶିଙ୍କ ବିଷୟରେ...

ଏହି ୫ଟି ରାଶି ଉପରେ ରହିବ ପ୍ରଭୁ ରାମଙ୍କ କୃପା

ଏହି ୫ଟି ରାଶି ଉପରେ ରହିବ ପ୍ରଭୁ ରାମଙ୍କ କୃପା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Ram Navami on Horoscope: ଆଜି ରାମ ନବମୀ (Ram Navami)। ଏହି ସମୟରେ ଏମିତି କିଛି ହେବାକୁ ଯାଉଛି ଯେ କିଛି ରାଶିମାନଙ୍କ (Horoscope) ଜୀବନରେ ପରିବର୍ତ୍ତନ ଆସିବ। ଭଗବାନଙ୍କ କୃପା ସମସ୍ତଙ୍କ ଉପରେ ରହିଥାଏ। କିନ୍ତୁ ଗ୍ରହମାନଙ୍କ ପରିବର୍ତ୍ତନ ହିଁ କିଛି ରାଶିମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏହି ରାମ ନବମୀ ଠାରୁ କିଛି ରାଶିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

ଏହି ବର୍ଷ ଏମାନଙ୍କ ଜୀବନରେ ଅନେକ ଖୁସି ସଫଳତା ଆସିବାକୁ ଯାଉଛି ଏମାନଙ୍କ ଜୀବନ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ରୀତିରେ ବଦଳିଯିବ। ଏହି ରାଶିମାନଙ୍କ କର୍ମ କ୍ଷେତ୍ରରେ ଯେଉଁ ସବୁ ଅସୁବିଧା ରହୁଥିଲା ସେ ସବୁ ଦୂର ହେଇଯିବ। ଶାରୀରିକ ଅସୁସ୍ଥ, ବାଧାବିଗ୍ନ ସବୁ ଅସୁବିଧା ଦୁର ହେବାକୁ ଯାଉଛି। ବିଶେଷ କରି ଜମି ବାଡିର ବ୍ୟବସାୟୀମାନେ ଲାଭବାନ ହେଇପାରିବେ।

ପରିବାର ମଧ୍ୟରେ ଖୁସି ରହିବ ବିଶେଷ କରି ଦାମ୍ପତ୍ୟ ଜୀବନ ବହୁତ ହସଖୁସିରେ କଟିବ। ଆମେ ଯେଉଁ ରାଶିମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କର ସମସ୍ତ ଅସୁବିଧା, ବାଧା, ଦୁଃଖ, କଷ୍ଟ ସବୁ ଦିନ ପାଇଁ ଦୂର ହୋଇଯିବ।

ଯଦି ଭାଇଭଉଣୀ ମଧ୍ୟ କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଦୂର ହୋଇଯିବ। ସୂର୍ଯ୍ୟଙ୍କ କୃପା ଏହି ରାଶିମାନଙ୍କ ଉପରେ ରହିବ , ତେଣୁ ଏମାନେ ସର୍ବଦା ସ୍ଵାସ୍ଥବାନ ରହିବେ।

ପ୍ରଭୁ ରାମଙ୍କ କୃପା ଏହି ରାଶିମାନଙ୍କ ଉପରେ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ରାଶିଙ୍କ ବିଷୟରେ...

୧- ବୃଷ ରାଶି- ଏହି ରାଶିମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ମହା ସଂଯୋଗ ଦ୍ଵାରା ରାଶିମାନେ ଧନବାନ ହେବାକୁ ଯାଉଛନ୍ତି। ଏମାନଙ୍କ ଉପରେ ପ୍ରଭୁ ରାମ ଧନର ବର୍ଷା କରିବାକୁ ଯାଉଛନ୍ତି।

୨- ଧନୁ ରାଶି- ଏହି ରାଶିମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଭାଗ୍ୟର ସାହାଯ୍ୟ ଦ୍ଵାରା ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇବେ। ଏମାନେ ଏହି ରାମ ନବମୀ ଠାରୁ ଯେକୌଣସି କାର୍ଯ୍ୟ ଆରମ୍ଭ କଲେ ସେଥିରେ ସଫଳ ହେବେ। ଏମାନଙ୍କ ଜୀବନରେ ଧନର କୌଣସି ଅଭାବ ହେବ ନାହିଁ।

୩- ସିଂହ ରାଶି- ଏହି ରାଶିମାନଙ୍କ ଉପରେ ପ୍ରଭୁ ରାମଙ୍କର କୃପା ବର୍ଷା ହେବାକୁ ଯାଉଛି। ଏମାନେ ଯେକୌଣସି କାମ ଆରମ୍ଭ କରନ୍ତୁ , ତେବେ ସେଥିରେ ସଫଳତା ପ୍ରାପ୍ତ ହେବ। ଏମାନଙ୍କ ଘରେ ଶାନ୍ତି ଓ ଖୁସି ପ୍ରତିଷ୍ଟା ହେବାକୁ ଯାଇଅଛି।

୪- ତୁଳା ରାଶି- ଏହି ରାଶିର ବ୍ୟକ୍ତିମାନଙ୍କ ପାରିବାରିକ ସମସ୍ୟା ଦୂର ହେବ। ଏମାନେ ନିଜର ଜୀବନ ସାଥିଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଏମାନଙ୍କୁ ହଠାତ କୋଣସି ଶୁଭ ସମାଚାର ପ୍ରାପ୍ତ ହେବ।

ପଢ଼ନ୍ତୁ ଏହି ଖବର:  Vastu Tips: ଘର ତିଆରି କରିବାକୁ ଭାବୁଛନ୍ତି କି? ଜାଣନ୍ତୁ କେଉଁ ମାସରେ ନିର୍ମାଣ କଲେ ବଢ଼ିବ ଧନ ସମ୍ପତ୍ତି

୫- କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତିମାନଙ୍କର କୌଣସି ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଏମାନଙ୍କୁ ନୂଆ କାର୍ଯ୍ୟ କରିବା ନିମିତ ଅନେକ ସୁଯୋଗ ପ୍ରାପ୍ତ ହୋଇଥାଏ।
Published by:Lipina Das
First published: