News18 Odia Digital
ଅଯୋଧ୍ୟା: ଜାନୁଆରୀ ୨୦୨୪ରେ ମକର ସଂକ୍ରାନ୍ତିରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ଭକ୍ତଙ୍କ ପାଇଁ ଏହି ମନ୍ଦିର ଖୋଲାଯିବ। ମନ୍ଦିର ନିର୍ମାଣ ତତ୍ତ୍ୱାବଧାନ କରୁଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ମଙ୍ଗଳବାର ଦିନ ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ମନ୍ଦିରର ୪୦ ପ୍ରତିଶତ ଓ ସାମଗ୍ରିକ କାର୍ଯ୍ୟର ୫୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ନିର୍ମାଣ କାର୍ଯ୍ୟର ଅଗ୍ରଗତିରେ ଆମେ ସନ୍ତୁଷ୍ଟ। ସେ କହିଛନ୍ତି ଯେ ଡିସେମ୍ବର ୨୦୨୩ ସୁଦ୍ଧା ମନ୍ଦିରର ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ। ଏହା ପରେ ଜାନୁୟାରୀ ୧୪, ୨୦୨୪ ରେ, ମକର ସଂକ୍ରାନ୍ତିରେ ଭଗବାନ ରାମଙ୍କ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ଓ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲାଯିବ।
https://odia.news18.com/photogallery/odisha/ram-temple-in-ayodhya-will-be-truly-grand-photographs-of-plans-are-out-1ad-0408-ad-16683.htmlସମ୍ପାଦକ କହିଛନ୍ତି ଯେ ମନ୍ଦିର ନିର୍ମାଣରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେ କହିଛନ୍ତି ଯେ ମନ୍ଦିର ପରିସରରେ ବିଶିଷ୍ଟ ସାଧୁ ଓ ସାଧୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଟ୍ରଷ୍ଟ ଏକ ସ୍ଥାନ ଚୟନ କରିଛି।
https://odia.news18.com/photogallery/odisha/pm-narendra-modi-pays-obseisance-to-ramlalla-during-ayodhya-ram-temple-bhoomi-poojan-1ad-0508-ad-16729.htmlଉଲ୍ଲେଖନୀୟ କଥା ହେଉଛି, ନଭେମ୍ବର ୨୦୧୯ ରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦୀୟ ପରିସରରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ଖୋଲା ଯାଇଥିଲା। ଅଗଷ୍ଟ ୫, ୨୦୨୦ ରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ଏହି ଯୋଜନା ଅନୁଯାୟୀ, ରାମ ମନ୍ଦିର ପରିସରରେ ୭୦ ଏକର ପରିସରରେ ବାଲ୍ମୀକି, ଶବରୀ, ଜଟାୟୁ, ସୀତା, ବିଗ୍ନେଶ୍ୱର (ଗଣେଶ) ଓ ଶେଷାବତାର (ଲକ୍ଷ୍ମଣ)ଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।