ସୋନୁ ସୁଦ ଓ ସଲମାନ ଖାନଙ୍କୁ ପ୍ରଧାନ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ; ଦେଖନ୍ତୁ Video

ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ (Rakhi Sawant Video) ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି ଯେ ସୋନୁ ସୁଦ (Sonu Sood) କିମ୍ବା ସଲମାନ ଖାନଙ୍କୁ (Salman Khan) ପ୍ରଧାନ ମନ୍ତ୍ରୀ କରାଯିବା ଉଚିତ୍ ।

ସୋନୁ ସୁଦ ଓ ସଲମାନ ଖାନଙ୍କୁ ପ୍ରଧାନ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ; ଦେଖନ୍ତୁ Video
ସୋନୁ ସୁଦ ଓ ସଲମାନ ଖାନଙ୍କୁ PM କରିବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବିଗ୍ ବସ୍ ୧୪ ର (Bigg Boss 14) ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ପ୍ରାୟତଃ ନିଜ ବିଚିତ୍ର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ରାକ୍ଷୀ ସାୱନ୍ତଙ୍କ ଭିଡିଓ ଖୁବ ଭାଇରଲ ହେଉଛି । ନିକଟ ବର୍ତ୍ତମାନରେ ସେ ଏପରି ଏକ ବିବୃତ୍ତି ଦେଇଛନ୍ତି, ଯେଉଁଥିପାଇଁ ରାକ୍ଷୀଙ୍କ ବିଷୟରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।କରୋନା ଅବଧି ସମୟରେ ଲୋକମାନଙ୍କୁ ସାହାଯ୍ୟ କରିଥିବା ସୋନୁ ସୁଦ ଓ ସଲମାନ ଖାନଙ୍କୁ ପ୍ରଧାନ ମନ୍ତ୍ରୀ ହେବାକୁ ରାକ୍ଷୀ ସାୱନ୍ତ ଚାହୁଁଛନ୍ତି ।

ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ (Rakhi Sawant Video) ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ ସୋନୁ ସୁଦ (Sonu Sood) କିମ୍ବା ସଲମାନ ଖାନଙ୍କୁ (Salman Khan) ପ୍ରଧାନ ମନ୍ତ୍ରୀ କରାଯିବା ଉଚିତ୍ । ଭିଡିଓରେ ରାଖୀ ସାୱନ୍ତ କହିଛନ୍ତି, ମୁଁ କହୁଛି ସୋନୁ ସୁଦ କିମ୍ବା ସଲମାନ ଖାନଙ୍କୁ ଏହି ଦେଶର ପ୍ରଧାନ ମନ୍ତ୍ରୀ କରାଯିବା ଉଚିତ କାରଣ ସେମାନେ ପ୍ରକୃତ ହିରୋ ଅଟନ୍ତି । ସୋନୁ ସୁଦ, ସଲମାନ ଖାନ, ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନ ଦେଶର ଲୋକଙ୍କୁ ଭଲ ପାଆନ୍ତି ।








View this post on Instagram






A post shared by ETimes TV (@etimes_tv)






ଏହି କଠିନ ସମୟରେ ପ୍ରବାସୀମାନଙ୍କ ମସିହା ଭାବରେ ଆଗକୁ ଆସିଥିବା ସୋନୁ ସୁଦ (Sonu Sood) ଆଜି ମଧ୍ୟ ପୂରା ହୃଦୟ ସହିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି । ଏଥି ସହିତ ସଲମାନ ଖାନ ୨୫ ହଜାର ବଲିଉଡ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର, ଟେକ୍ନିସିଆନ, ଷ୍ଟଣ୍ଟମ୍ୟାନ୍ ଓ ସ୍ପଟ୍ ବଏ ସମେତ ୨୫ ହଜାର କର୍ମଚାରୀଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଟଙ୍କା ଜମା କରିବେ ।

ନିଜ ମନ କଥା କହିବାକୁ ଯାଇ ରାକ୍ଷୀ ସାୱନ୍ତ ନିକଟରେ କହିଛନ୍ତି ଯେ ସେ ଲକଡାଉନ ଯୋଗୁଁ ଖୁସି ନୁହଁନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏପରି ଜଣେ ବ୍ୟକ୍ତି, ଯିଏ ଘରେ ବସି ରହି ପାରିବେ ନାହିଁ । ତାଙ୍କୁ ଅନୁସରଣ କରି ଜୁମ୍ବା ଷ୍ଟୁଡିଓକୁ ଆସିଥିବା ଫଟୋଗ୍ରାଫରମାନଙ୍କୁ ସେ ପଚାରିଥିଲେ, 'ଆପଣମାନେ ମୋତେ କିପରି ପାଇଲେ? ଆମ ଜୀବନ ଅଡୁଆରେ ପଡିଛି । ଆମେ କୁଆଡେ ଯିବା ମୁଁ ଘରେ ନୃତ୍ୟ ଅଭ୍ୟାସ ଆରମ୍ଭ କରିବି । ମୁଁ କଥକ ଓ ବାଲେଟ୍ କରିବି ଓ ସମଗ୍ର ବିଲ୍ଡିଂକୁ ହଲାଇବି । ଏହାଦ୍ୱାରା କୋରୋନା ଭାଇରସ (Coronavirus) ମୋର ବିଲ୍ଡିଂ ଛାଡିଦେବ । ମୁଁ ଘରେ ବସିଥିବା ବ୍ୟକ୍ତି ନୁହେଁ ।"
Published by: Jagdish Barik
First published: May 11, 2021, 9:39 AM IST