News18 Odia Digital
ମୁମ୍ବାଇ: ପୂର୍ବତନ ଟିଭି ରିଆଲିଟି ଶୋ’ ତାରକା ରାଖୀ ସାୱନ୍ତ (Rakhi Sawant) କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ବିଭିନ୍ନ ଚମକପ୍ରଦ କାର୍ଯ୍ୟକଳାପ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଆଜିକାଲି ସେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି ଓ କିଛି ଓଜନ କମ୍ କରିବାକୁ ଚାହୁଁଛନ୍ତି । ନିକଟରେ ନିଜ ପ୍ରଶଂସକମାନଙ୍କ ସହ ସେ ନିଜର ଏକ ବ୍ୟାୟାମ କରୁଥିବା ବେଳର ଭିଡିଓ (Rakhi Sawant exercise video) ଶେୟାର କରିଥିଲେ । ଏହି ଭିଡିଓ କ୍ଲିପ୍ରେ ସେ ନିଜ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କିଛି ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି ।
ଭିଡିଓରେ ରାଖୀ ଏକ ହାଲୁକା-ଗୋଲାପୀ ରଙ୍ଗର ସ୍ପୋର୍ଟସ୍ ବ୍ରା ଓ ନୀଳ ଶର୍ଟସ୍ ପିନ୍ଧିଥିବା ଦେଖାଯାଇଛନ୍ତି । ନିଜ କୋଚଙ୍କ ସହାୟତାରେ ସେ ହ୍ୟାଣ୍ଡଷ୍ଟାଣ୍ଡ୍ କରୁଥିବା ଦେଖିବାକୁ ମିଳିଛି । ରାଖି ଏହି ବ୍ୟାୟାମର ରେକର୍ଡିଂ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ମାତ୍ରେ ତାହା ଭାଇରାଲ ହୋଇଥିଲା (Rakhi Sawant viral video) । ଦିନକ ମଧ୍ୟରେ ଏହା ପାଞ୍ଚ ଲକ୍ଷରୁ ଅଧିକ ଭ୍ୟୁ ଏବଂ ଅନେକ କମେଣ୍ଟସ୍ ପାଇଥିଲା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ରାଖୀଙ୍କ ଏହି ଭିଡିଓ ପାଇଁ କିଛି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ବ୍ୟାୟାମ କରିବା ସମୟରେ ‘‘ରିସ୍କି’’ ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟ୍ରୋଲ୍ କରିଥିଲେ । କେହି କେହି ତାଙ୍କୁ ହାଲୁକା-ଗୋଲାପୀ ରଙ୍ଗର ସ୍ପୋର୍ଟସ୍ ବ୍ରା ପିନ୍ଧିଥିବା ଯୋଗୁଁ ଭିଡିଓରେ “ଉଲଗ୍ନ” ଦେଖାଯାଉଛନ୍ତି ବୋଲି କହିଥିଲେ । ଜଣେ ପ୍ରଶଂସକ ତାଙ୍କୁ ଅଭିନେତ୍ରୀ ଓ ଗାୟିକା ଶେହନାଜ୍ ଗିଲଙ୍କ ସହିତ ତୁଳନା କରିଥିଲେ ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ବେଙ୍ଗଲ୍ରେ ‘ଖେଲା’ ହେଲା! BJP ଛାଡ଼ି ନିଜ ପୁଅ ସହ ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରାୟ
ରାଖୀଙ୍କ ବନ୍ଧୁ ତଥା ଗାୟିକା ସୋଫିଆ ହାୟାତ୍ ରାଖୀ “ଶକ୍ତିଶାଳୀ” ବୋଲି କହିଥିଲେ । ଏହା ପୂର୍ବରୁ ଶେହନାଜ୍ ନିଜ ଶରୀରରେ ପରିବର୍ତ୍ତନ କରି ନିଜ ଅନୁଗାମୀମାନଙ୍କୁ ଚକିତ କରି ଦେଇଥିଲେ । ରାଖୀଙ୍କ କଠିନ ପରିଶ୍ରମକୁ ଦେଖି ଅନେକଙ୍କୁ ଲାଗୁଛି ଯେ ସେହି ଦିନଟି ଏତେ ଦୂର ନାହିଁ ଯେବେ ରାଖୀ ବି ନିଜ ଓଜନ କମ୍ କରିବେ ଓ ନିଜ ଶରୀରକୁ ଦେଖାଇହେବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEO
ଅଭିନେତ୍ରୀ ରାଖୀ ସୋସିଆଲ ମିଡିଆରେ ସକ୍ରିୟ ରହନ୍ତି ଓ ନିଜ ପ୍ରଶଂସକମାନଙ୍କ ସହ କୌତୁହଳପୂର୍ଣ୍ଣ ଓ ମଜାଳିଆ ଜିନିଷ ପୋଷ୍ଟ କରନ୍ତି । ନିକଟରେ ସେ ଲୋକପ୍ରିୟ ସିରିଏଲ୍ ‘ନାଗିନ୍’ର ସିଜନ ୬ର (Naagin Season 6) ଏକ ପୋଷ୍ଟର୍ ଶେୟାର୍ କରିଥିଲେ । କିନ୍ତୁ ଏହାର ମୁଖ୍ୟ ଅଭିନେତ୍ରୀଙ୍କ ବଦଳରେ ସେ ସେଥିରେ ନିଜ ମୁହଁ ରଖିଥିଲେ ।
ଏପରିକି ରାଖୀ ନିଜ ଭଲ ବନ୍ଧୁ ତଥା ଗାୟକ ରାହୁଲ ବୈଦ୍ୟଙ୍କ ସହାୟତାରେ ଫଟୋ ଏଡିଟିଂ କରି ନିଜକୁ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ର ବାଜିରାଓ ପେଶୱା ଓ ମସ୍ତାନୀ ପରି ପୋଷାକ ପିନ୍ଧାଇଥିବା ଦେଖାଯାଇଥିଲା । ରାଖୀ ଜଣେ ଭଲ ନୃତ୍ୟ ଶିଳ୍ପୀ । ତାଙ୍କୁ ରିଆଲିଟି ସୋ ‘ବିଗ୍ ବସ୍’ର ସିଜନ ୧୪ରେ ଦେଖାଯାଇଥିଲା ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।