ପ୍ରଥମଥର ରାଜ୍ୟସଭାରେ ଦୁର୍ବଳ ନଜର ଆସିଲା କଂଗ୍ରେସ
News18 Odia DIgital
ନୂଆ ଦିଲ୍ଲୀ: ବର୍ତ୍ତମାନ କଂଗ୍ରେସ ଏହାର କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ନିକଟରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟସଭା ନିର୍ବାଚନରେ ଦଳକୁ ଅପମାନଜନକ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହିତ ରାଜ୍ୟସଭାରେ ଏହାର ପରିସର ମଧ୍ୟ ହ୍ରାସ ପାଉଛି। ଦଳ ପାଇଁ ଏକ ଖରାପ ଖବର ହେଉଛି ଆସନ୍ତା ରାଜ୍ୟସଭା ନିର୍ବାଚନ ପରେ ସଂସଦର ଉପର ଗୃହରେ ଏହାର ସଂଖ୍ୟା ଆହୁରି ହ୍ରାସ ପାଇବ।
୯ ଜଣ ସଦସ୍ୟ ଜୁନ ଓ ଜୁଲାଇରେ ଅବସର ନେବେ
କଂଗ୍ରେସର ଭୌଗୋଳିକ ଗ୍ରାଫ୍ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ବର୍ତ୍ତମାନ ୧୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟସଭାରେ କୌଣସି କଂଗ୍ରେସ ପ୍ରତିନିଧୀ ରହିବେ ନାହିଁ। ଗତ ମାସରେ ଅର୍ଥାତ୍ ମାର୍ଚ୍ଚ ଶେଷରେ ରାଜ୍ୟସଭାରେ ୩୩ଜଣ କଂଗ୍ରେସ ସାଂସଦ ଥିଲେ।
ଏ.କେ ଆଣ୍ଟୋନିଙ୍କ ସମେତ ଚାରିଜଣ ସଦସ୍ୟ ଅବସର ନେଇଛନ୍ତି। ଯେତେବେଳେ କି ୯ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ ଓ ଜୁଲାଇରେ ଶେଷ ହେବ। ଏଥିରେ ପି. ଚିଦାମ୍ବରମ୍, ଅମ୍ବିକା ସୋନି, ଜୟରାମ ରମେଶ ଓ କପିଲ ସିବଲ ମଧ୍ୟ ଅଛନ୍ତି।
ଡିଏମକେରୁ କଂଗ୍ରେସ ଏହା ଆଶା କରୁଛି
ବିଶେଷଜ୍ଞମାନେ କହିଛନ୍ତି ଯେ ନିର୍ବାଚନ ପରେ ରାଜ୍ୟସଭାରେ କଂଗ୍ରେସ ସଂଖ୍ୟା ସର୍ବାଧିକ ୩୦ ସଦସ୍ୟ ହେବ। ଅଦ୍ୟାବଧି ଏହା କେବେ ହୋଇ ନାହିଁ ଯେ ଉପର ଗୃହରେ ଏତେ ସଂଖ୍ୟକ କଂଗ୍ରେସ ସାଂସଦ ଅଛନ୍ତି।
ଉଲ୍ଲେଖଥାଉ କି, ତାମିଲନାଡୁର ୬ଟି ସିଟ୍ ମଧ୍ୟରୁ ଡିଏମକେ ଗୋଟିଏ ସିଟ୍ ଦେବ ବୋଲି କଂଗ୍ରେସ ଆଶା କରିଛି। ଏହା ପରେ ଏହାର ସଦସ୍ୟଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇବ। ତେବେ ଦଳର ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଓଡ଼ିଶା, ଦିଲ୍ଲୀ ଓ ଗୋଆର କୌଣସି ସାଂସଦ ରହିବେ ନାହିଁ।
ଏହି ରାଜ୍ୟଗୁଡିକରେ ବଡ଼ କ୍ଷତି ଘଟିବ
ବିଶେଷଜ୍ଞଙ୍କ ଅନୁଯାୟୀ ୧୭ଟି ରାଜ୍ୟରେ କଂଗ୍ରେସ ବଡ଼ କ୍ଷତି ସହିବାକୁ ଯାଉଛି। ନିର୍ବାଚନ ପରେ ବହୁ ବଡ଼ ରାଜ୍ୟରୁ ଆଉ ଅଧିକ କଂଗ୍ରେସ ରାଜ୍ୟସଭା ସାଂସଦ ରହିବେ ନାହିଁ। ଏଥିମଧ୍ୟରେ ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଗୋଆ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ସିକ୍କିମ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଅନ୍ତର୍ଭୁକ୍ତ। ପଞ୍ଜାବରେ କ୍ଷମତା ହରାଇବା କାରଣରୁ କଂଗ୍ରେସ ମଧ୍ୟ ଏକ ବଡ଼ କ୍ଷତି ସହିଛି। ସେହିଭଳି ହରିୟାଣା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରୁ ଲୋକସଭାରେ କଂଗ୍ରେସର କୌଣସି ପ୍ରତିନିଧୀ ନାହାଁନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।