ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ପରିବାର ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ରାଜୁ ଶ୍ରୀବାସ୍ତବଙ୍କୁ ମୁମ୍ବାଇ କିମ୍ବା ଲକ୍ଷ୍ନୌକୁ ନିଆଯିବ ନାହିଁ । ଦିଲ୍ଲୀର ନିଗାମ୍ୱୋଧ ଘାଟରେ ତାଙ୍କର ଶେଷ ରୀତିନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜୁ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କ ହୃଦଘାତ ହେବା ପରଠାରୁ ସେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ହୃଦଘାତର ଶିକାର ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଏକ ଡାକ୍ତରୀ ଟିମର ଅବଜରଭେସନରେ ରଖାଯାଇଥିଲା । ହେଲେ ବୁଧବାର ତାଙ୍କର ମୃତ୍ୟୁ ହୋଇଗଲା। ଏନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଏନେଇ ବହୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ଅଭିନେତା ଏବଂ ବରିଷ୍ଠ ନେତା, କ୍ରିକେଟର ଶୋକ ପ୍ରକାଶ କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।