ଆଉ ନାହାନ୍ତି ରାଜୁ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ ହୋଇଛି। ସେ ତାଙ୍କ ଯୁଗର କିଛି ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ କି ତାଙ୍କ କମେଡି ମାଧ୍ୟମରେ ଟେଲିଭିଜନ୍ ମାଧ୍ୟମରେ ଘରେ ଘରେ ପରିଚୟ ତିଆରି କରିଥିଲେ।
ତାଙ୍କର ପିଲାଦିନର ନାମ ସତ୍ୟପ୍ରକାଶ ଶ୍ରୀବାସ୍ତବ। କିନ୍ତୁ ମୁମ୍ବାଇ ଆସିବା ପରେ ସେ ତାଙ୍କ ନାମକୁ ରାଜୁରେ ପରିବର୍ତ୍ତନ କରିଥିଲେ ଏବଂ ବର୍ତ୍ତମାନ ଲୋକମାନେ ତାଙ୍କୁ ରାଜୁ ଶ୍ରୀବାସ୍ତବ ଭାବରେ ଜାଣିଛନ୍ତି। ଗଜୋଧର ନାମକ ତାଙ୍କର ଏକ ଚରିତ୍ର ବହୁତ ଲୋକପ୍ରିୟ। ତାଙ୍କର ଲୋକପ୍ରିୟତାର ପ୍ରଭାବ ହିଁ ସେ ରାଜନୈତିକ ଦଳ ସହ ଯୋଡ଼ି ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ।
ସେ ସମାଜବାଦୀ ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ତାଙ୍କୁ କାନପୁର ଲୋକସଭା ଆସନରୁ ସ୍ଥାନ ଦେଇଥିଲା। ତେବେ ପରେ ୧୧ ମାର୍ଚ୍ଚ ୨୦୧୪ରେ ସେ ଟିକେଟ ଫେରସ୍ତ କରି ଦଳର ସ୍ଥାନୀୟ ୟୁନିଟରୁ ତାଙ୍କୁ ପର୍ଯ୍ୟାପ୍ତ ସମର୍ଥନ ମିଳି ନ ଥିବା କହିଥିଲେ। ଏହାର କିଛି ଦିନ ପରେ ସେ ୧୯ ମାର୍ଚ୍ଚରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ରାଜୁ ସିଂଙ୍କ ଦ୍ୱାରା ରାଜୁ ଶ୍ରୀବାସ୍ତବ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛତା ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହୋଇଥିଲେ। ଏହା ସହିତ ସେ ଦଳର ଷ୍ଟାର ପ୍ରଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ଓ ତାଙ୍କୁ ମନ୍ତ୍ରୀ ମାନ୍ୟତା ମିଳିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।