News18 Odia Digital
ରାଜସମନ୍ଦ: ରାଜସ୍ଥାନର ରାଜସମନ୍ଦରେ ନିଜ ସମ୍ପର୍କୀୟ ଘରେ ରହିବାକୁ ଆସିଥିବା ୭ ବର୍ଷୀୟା ନିରୀହ ଶିଶୁକନ୍ୟାଙ୍କ ସହିତ ତାଙ୍କ ସମ୍ପର୍କୀୟ ଅମାନୁଷିକତାର ସମସ୍ତ ସୀମା (7 year old innocent with inhumanity) ପାର କରିଦେଇଥିଲେ । ଶିଶୁର ଏକ ଛୋଟ ଭୁଲ ପାଇଁ ନିଷ୍ଠୁର ସମ୍ପର୍କୀୟମାନେ ତାଙ୍କୁ ଗରମ ଲୁହା ଓ ସିଗାରେଟ୍ ଚେଙ୍କାରେ ତା'ର ଶରୀରକୁ ଜାଳିଥିଲେ । ଏତିକିରେ ତାଙ୍କ ମନ ସନ୍ତୁଷ୍ଠ ହୋଇନଥିଲା ଏହା ପରେ ସେହି ଶିଶୁକନ୍ୟାର ହାତ ଓ ଗୋଡ଼ ନଖକୁ ମଧ୍ୟ ଉପାଡି ଦେଇଥିଲେ । ଏହାସହ ମଧ୍ୟ ଶିଶୁକନ୍ୟାର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ମଧ୍ୟ ପୂରାଇ ଦେଇଥିଲେ । ଶିଶୁକନ୍ୟାର ମା’ଙ୍କ ମୃତ୍ୟୁ ପରେ ତାଙ୍କ ପିତା ଦ୍ୱିତୀୟ ବିବାହ କରି ସୁରଟକୁ ଚାଲି ଯାଇଥିଲେ ଓ ସେହି ସମୟରେ ଝିଅଟିକୁ ତାଙ୍କ ସମ୍ପର୍କୀୟଙ୍କ ଘରେ ଛାଡ଼ି ଯାଇଥିଲେ ।
ଏହି ମାମଲା ଭୀମା ପୋଲିସ ଷ୍ଟେସନ ଅଞ୍ଚଳର ଥାନେଟା ଗ୍ରାମରୁ ଆସିଛି । ପୋଲିସ ଅଧିକାରୀ ଗଜେନ୍ଦ୍ର ସିଂ କହିଛନ୍ତି କିଶାନ ସିଂ ଓ ତାଙ୍କ ପତ୍ନୀ ରେଖା ନାବାଳିକାଙ୍କ ସହ ନିର୍ଦ୍ଦୟତା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସେମାନେ କାହିଁକି ଝିଅଟିକୁ ଲୁହା ରଡ଼ରେ କାହିଁକି ଚେଙ୍କା ଦେଇଥିଲେ? ତା’ର ନଖ କାହିଁକି ଉପାଡ଼ି ଦେଇଥିଲେ? ଏହି ସମସ୍ତ ପଏଣ୍ଟ ଉପରେ ତାଙ୍କୁ ପ୍ରଶ୍ନ ପଚରାଯାଉଛି । ଅଭିଯୁକ୍ତମାନେ ଶିଶୁଟିର ପିତାଙ୍କ ସମ୍ପର୍କୀୟ ଅଟନ୍ତି । ଶିଶୁର ପିତା ସୁରଟରେ ଜଣେ ଶ୍ରମିକ । ଏଭଳି ପରିସ୍ଥିତିରେ ଝିଅଟି ଗାଁର ନିଜ ସମ୍ପର୍କୀୟ କିଶାନ ସିଂଙ୍କ ଯତ୍ନରେ ଛାଡ଼ି ଯାଇଥିଲେ ।
ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଭବାନା ପଲିୱାଲ କହିଛନ୍ତି, 'ଝିଅଟିକୁ ଘରେ ଝାଡୁ ପୋଛା କରିବା ଭଳି ସମସ୍ତ କାର୍ଯ୍ୟରେ ଲଗାଉଥିଲେ । ଯେତେବେଳେ ବି ସେ ଭୁଲ୍ କରନ୍ତି, ତାଙ୍କୁ ଅତି ନିର୍ମମ ଭାବରେ ମାଡ ମରାଯାଉଥିଲା । ତାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ । ଏପରିକି ନିରୀହଙ୍କ ଶିଶୁକନ୍ୟାର ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ପୂରାଇ ଦେଉଥିଲେ । ସେମାନେ ଶିଶୁଟିର ହାତ ଓ ଗୋଡ଼ ବାନ୍ଧି ଓଲଟା ଲଟକାଇ ମଧ୍ୟ ମାଡ଼ ମାରୁଥିଲେ ।"
ଶିଶୁକନ୍ୟାଟି ପୋଲିସ ଷ୍ଟେସନରେ ୮ ଘଣ୍ଟା ଧରି ବସିରହିଥିଲାଶୁକ୍ରବାର ସକାଳେ ଝିଅଟିକୁ ଉଲଗ୍ନ କରି ମାଡ଼ପିଟ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଉପରେ ପିଲାମାନଙ୍କ ଉପରେ କାର୍ଯ୍ୟ କରୁଥିବା ଏକ ଶିଶୁ ହେଲ୍ପ ଲାଇନର ଲୋକମାନେ ଗାଁରେ ପହଞ୍ଚିଥିଲେ । ସେଠାରେ ପଚରାଉଚରା ବେଳେ ଝିଅ ସହିତ ହୋଇଥିବା ବର୍ବରତା ଦେଖିବାକୁ ମିଳିଥିଲା । ତା’ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ଅମାନୁଷିକତାର ଏତେ ବଡ ଘଟଣା ପରେ ମଧ୍ୟ ପୋଲିସ ଏହାକୁ ଗୁରୁତର ସହ ନେଇ ନଥିଲା । ଶିଶୁଟିକୁ ୮ ଘଣ୍ଟା ଧରି ପୋଲିସ ଷ୍ଟେସନରେ ରଖାଯାଇଥିଲା । FIR ମଧ୍ୟ ପଞ୍ଜିକୃତ କରିନଥିଲା । ପରେ ଆଇନ ସେବା ପ୍ରାଧିକରଣ ରାଜସମନ୍ଦ ଓ ଏଡିଜେ ନରେନ୍ଦ୍ର କୁମାର ଗେହଲୋଟଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିଲା । ଏହା ପରେ ଶନିବାର ଦିନ ଝିଅଟିର ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ଶିଶୁଟି ଚାଇଲ୍ଡ ଲାଇନ ନିକଟରେ ଅଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।