ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତର କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Russia-Ukraine war: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହେ, ତେବେ ବିଶ୍ବର ସୁବ ଦେଶର ଅର୍ଥନୀତି ପ୍ରଭାବିତ ହେବ ଓ ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବ।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତର କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତର କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

  • Share this:
News18 Odia Digital

Russia-Ukraine war: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ସେପଟେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶ୍ୱକୁ ଚେତାବନୀ ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ ଯଦି ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହେ ତେବେ ସମଗ୍ର ବିଶ୍ୱକୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ।

ଯୁଦ୍ଧ ଜାରି ରହିଲେ ଅସୁବିଧା ବୃଦ୍ଧି ପାଇବ

ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ନିକଟରେ ଚାନ୍ଦୁଲିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ଯଦି ଋଶ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହେ ତେବେ ଏହା ଅଧିକ ଅସୁବିଧା ସୃଷ୍ଟି କରିବ।

ସମଗ୍ର ଦୁନିଆକୁ କଷ୍ଟ ସହିବାକୁ ପଡ଼ିବ

ସେ କହିଛନ୍ତି, ‘‘ସମଗ୍ର ବିଶ୍ୱ ଯୁଦ୍ଧର ସମ୍ମୁଖୀନ ହେବାକୁ ଯାଉଛି ଓ ଭାରତ ମଧ୍ୟ ଏହାର ପ୍ରଭାବରୁ ବଞ୍ଚିପାରିବନାହିଁ।’’

ଅର୍ଥନୀତି ପ୍ରଭାବିତ ହେବ

ରାଜନାଥ ସିଂ କହିଛନ୍ତି ଯେ ବିଶ୍ବର ଅଧିକାଂଶ ଦେଶ ଋଷ ଓ ଆମେରିକାରୁ ତୈଳ ଓ ଗ୍ୟାସ ଆମଦାନୀ କରୁଛନ୍ତି। ଯଦି ସେମାନଙ୍କର ଅର୍ଥନୀତି ପ୍ରଭାବିତ ହୁଏ, ତେବେ ସମଗ୍ର ବିଶ୍ୱକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ଓ ଭାରତ ଅପରିବର୍ତ୍ତିତ ରହିବ ନାହିଁ। କିନ୍ତୁ ସେ ଏହି ଆହ୍ବାନକୁ ଦୂର କରିବାରେ ମୋଦି ସରକାର ସକ୍ଷମ ହେବେ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୟୁକ୍ରେନ୍ର ଛାତ୍ରଙ୍କ ସମେତ ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଅପରେସନ୍ ଗଙ୍ଗା' ବିଷୟରେ କହିଥିଲେ। ସେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିଛି।
Published by:Lipina Das
First published: