News18 Odia Digital
ନୂଆ ଦିଲ୍ଲୀ: ସୁବର୍ଣ୍ଣ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦିନ ୧୯୭୧ ଯୁଦ୍ଧ ସମୟରେ ସଶସ୍ତ୍ର ବାହିନୀର ସାହସ ଓ ବଳିଦାନକୁ ମନେ ପକାଇ ଏହାକୁ ଭାରତର ସାମରିକ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି, ‘‘ସୁବର୍ଣ୍ଣ ବିଜୟ ଦିବସ ଅବସରରେ ୧୯୭୧ ଯୁଦ୍ଧ ସମୟରେ ଆମର ସଶସ୍ତ୍ର ବାହିନୀର ସାହସ ଓ ବଳିଦାନକୁ ଆମେ ମନେ ରଖିଛୁ। ୧୯୭୧ର ଯୁଦ୍ଧ ଭାରତର ସାମରିକ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ । ଆମେ ଆମର ସଶସ୍ତ୍ର ବାହିନୀ ଓ ସେମାନଙ୍କର ସଫଳତା ପାଇଁ ଗର୍ବିତ ।’’
ସେ ଇନଷ୍ଟୁମେଣ୍ଟ ଅଫ ସରେଣ୍ଡରର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ୧୯୭୧ ଯୁଦ୍ଧରେ ଭାରତର ବିଜୟର ୫୦ ବର୍ଷ ତଥା ବାଂଲାଦେଶ ଗଠନର ସ୍ମୃତିଚାରଣ ପାଇଁ ସୁବର୍ଣ୍ଣ ବିଜୟ ଦିବସ ପାଳନ କରାଯାଉଛି।
ଏଥି ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଟ୍ୱିଟ୍ କରିଛନ୍ତି। ପ୍ରଧାନ ମନ୍ତ୍ରୀ ଲେଖିଛନ୍ତି, ୫୦ତମ ବିଜୟ ଦିବସ ଅବସରରେ, ମୁଁ ଭାରତୀୟ ସଶସ୍ତ୍ର ବାହିନୀର ଲିବରେସନ୍ ୱାରିୟର୍ସ, ହିରୋଙ୍କ ମହାନ ବୀରତ୍ୱ ଓ ବଳିଦାନକୁ ମନେ ପକାଉଛି। ଏକତ୍ର ହୋଇ ଆମେ ଦମନକାରୀ ଶକ୍ତି ସହିତ ଲଢ଼ି ସେମାନଙ୍କୁ ପରାସ୍ତ କରିଥିଲୁ । ଢାକାରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିଶେଷ ମହତ୍ବ ରହିଛି ।’’
ଗତ ବର୍ଷ ଡିସେମ୍ବର ୧୬ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ମେମୋରିଆଲରେ ସୁବର୍ଣ୍ଣ ବିଜୟ ମଶାଲ ଜଳାଇଥିଲେ। ସେ ଚାରୋଟି ମଶାଲ ମଧ୍ୟ ଜାଳିଥିଲେ ଯାହା ବିଭିନ୍ନ ଦିଗକୁ ପଠାଯାଇଥିଲା । ଏହି ଚାରିଟି ମଶାଲ ସିଆଚେନ୍, କନ୍ୟାକୁମାରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲଙ୍ଗୱାୱାଲା, କୁଞ୍ଚର ରାନ୍, ଅଗରତାଲା ସମେତ ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲା ।
ଆଜି ମଶାଲଗୁଡ଼ିକ ଅସୀମ ନିଆଁରେ ଜଳିବଏହି ମଶାଲଗୁଡିକ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଓ ୧୯୭୧ ଯୁଦ୍ଧ ଗ୍ୟାଲେଣ୍ଟ୍ରି ପୁରସ୍କାର ବିଜେତା ଓ ସେନା ସିନିୟରଙ୍କ ଘରକୁ ମଧ୍ୟ ନିଆଯାଇଥିଲା । ଆଜି ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରଧାନ ମନ୍ତ୍ରୀ ମୋଦି ଏହି ଚାରିଟି ମଶାଲକୁ ଜାତୀୟ ଯୁଦ୍ଧ ସ୍ମାରକୀରେ ଅନନ୍ତ ଜ୍ୱଳନ୍ତ ଅଗ୍ନିରେ ଅନ୍ତର୍ଭୁକ୍ତ କରିବେ।
ଭାରତ-ପାକିସ୍ତାନୀ ଯୁଦ୍ଧର ୫୦ ତମ ବାର୍ଷିକୀ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଯୁଦ୍ଧ ପରେ ବାଂଲାଦେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନିଜେ ବାଂଲାଦେଶରେ ପହଞ୍ଚିଛନ୍ତି। ଏଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ବ୍ୟତୀତ ସେ ପ୍ରଧାନ ମନ୍ତ୍ରୀ ଶେଖ ହସିନାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋବିନ୍ଦ ଯୋଗଦେବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।