News18 Odia Digital
ପାଟନା: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ଣ୍ଣିୟାର ଧାମଦାଠାରେ ଜେଡିୟୁ ପ୍ରାର୍ଥୀ ଲାସି ସିଂଙ୍କ ନିର୍ବାଚନ ବୈଠକରେ ସମ୍ବୋଧିତ କରିଥିଲେ । ଏହି ଅବସରରେ ରାଜନାଥ ସିଂ ପାକିସ୍ତାନ ଉପରେ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ ପାକିସ୍ତାନ ଭଲ ଭାବରେ ବୁଝିଯିବେ ଉଚିତ୍ ଯେ PoK ଭାରତର ଥିଲା ଓ ଆଜି ମଧ୍ୟ ଆମେ PoK କୁ ଭାରତର ଏକ ଅଂଶ ବୋଲି ବିବେଚନା କରୁଛୁ ଏବଂ PoK ଆଗକୁ ମଧ୍ୟ ଭାରତରେ ରହିବ ।
ରାଜନାଥ ସିଂ କହିଛନ୍ତି ଯେ ବର୍ତ୍ତମାନ ପାକିସ୍ତାନ ସଂସଦରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନରେ ଭାରତକୁ ନେଇ କେତେ ଭୟବିତ ଥିଲା ଯେତେବେଳେ ସେ ଆମର ପାଇଲଟ ଅଭିନନ୍ଦନଙ୍କୁ ଧରି ନେଇଥିଲେ । ସେ ପୁଣି ଥରେ ପାକିସ୍ତାନ ସଂସଦରେ ଦିଆଯାଇଥିବା ବିବୃତ୍ତିକୁ ଦୋହରାଇଛନ୍ତି ଯେଉଁଥିରେ ପାକିସ୍ତାନର ସାଂସଦ କହିଛନ୍ତି ଯେ "ଯଦି ଆମେ ଅଭିନନ୍ଦନଙ୍କୁ ନ ଛାଡୁ ତେବେ ଭାରତ ନଅଟା ବେଳେ ଆକ୍ରମଣ କରିଦେବ ।"
ଏହି ଅବସରରେ ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଦେଶର ସୈନ୍ୟବାହିନୀ କିପରି ସାହସିକତା ଓ ବୀରତ୍ୱର ପରିଚୟ ଦେଇଛନ୍ତି ତାହା ଦେଖି ଚୀନ୍ ସେନା ମଧ୍ୟ ଭୟଭୀତ ଅଛନ୍ତି । ଏକ ସମୟରେ ଯେତେବେଳେ ଆମର ସାହସୀ ସୈନିକମାନେ ଶତ୍ରୁକୁ ସୀମାରେ ପଛକୁ ଠେଲି ଦେଇଛନ୍ତି ସେତେବେଳେ ଆମେ ଏକଜୁଟ ହୋଇ ସେନାକୁ ସମର୍ଥନ କରିବା ଉଚିତ୍ । ରାଜନାଥ ସିଂ କହିଛନ୍ତି ଏଠାରେ ଅନେକ ନେତା ଅଛନ୍ତି ଯେଉଁମାନେ କ୍ରମାଗତ ଭାବରେ ଭାରତୀୟ ସେନା ଓ ସାହସୀ ସୈନିକଙ୍କ ବୀରତ୍ୱର ନେଇ ତାମସା ପ୍ରଦର୍ଶନ କରୁଛନ୍ତି ।
ସେ କହିଛନ୍ତି ଯେ ଆତ୍ମ ସମ୍ମାନର ରାଜନୀତି ହେବା ଉଚିତ ଓ ଜନସାଧାରଣଙ୍କ ଆଖିରେ ଧୂଳି ପକାଇ ରାଜନୀତି କରାଯିବା ଉଚିତ ନୁହେଁ । ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ଆଖିରେ ଆଖି ମିଶାଇ ରାଜନୀତି କରାଯିବା ଉଚିତ୍ । ସାଂପ୍ରତିକ ସମୟରେ ଭାରତ ଯେଉଁଭଳି ଭାବରେ ନିଜର ପରିଚୟ ସୃଷ୍ଟି କରିଛି ଏହା ସମଗ୍ର ବିଶ୍ୱକୁ ଭାରତର ଶକ୍ତି ଅନୁଭବ ହୋଇଛି । କିନ୍ତୁ ରାହୁଲ ଗାନ୍ଧୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ଓ କିଛି ସମୟ ପରେ ସେ ଏହାର ଉତ୍ତର ପାଇବେ । ସେ ଦୋହରାଇଛନ୍ତି ଯେ ଭାରତର କେହି ମଧ୍ୟ ଏକ ଇଞ୍ଚ ଜମି ଦଖଲ କରିପାରିବେ ନାହିଁ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।