News18 Odia Digital
ଚେନ୍ନାଇ: ସ୍ୱର୍ଗତ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧିଙ୍କ (Rajiv Gandhi) ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ୍ (Nalini Sriharan) ସୋମବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି। ଗତ ୨୯ ବର୍ଷ ଧରି ନାଲିନୀ ଜେଲରେ ଅଛନ୍ତି ।
ନଳିନୀ ଶ୍ରୀହରନ୍ (Nalini Sriharan) ଭେଲୋର ମହିଳା କାରାଗାର (Vellore Women’s Prison)ରେ ଅଛନ୍ତି ଓ ସେ ଗତ ୨୯ ବର୍ଷ ଧରି ଜେଲ୍ ରେ ଅଛନ୍ତି। ତାଙ୍କ ଓକିଲ ପୁଗାଲେନ୍ଥିଙ୍କ (Pugalenthi) ଅନୁଯାୟୀ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ପୁଗାଲେନ୍ଥି (Pugalenthi) କହିଛନ୍ତି ଯେ ଗତ ୨୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନଳିନୀ ଶ୍ରୀହରନ୍ (Nalini Sriharan) ଏଭଳି ଚରମ ପଦକ୍ଷେପ ନେବାକୁ ଚେଷ୍ଟା କରିଛନ୍ତି।
ଏହି ଘଟଣା ସମ୍ପର୍କରେ ବିସ୍ତୃତ ଭାବେ କହି ପୁଗାଲେନ୍ଥି (Pugalenthi) କହିଛନ୍ତି ଯେ ନଳିନୀ ଓ ଅନ୍ୟ ଜଣେ ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଓକିଲ କହିଛନ୍ତି ଯେ ଜେଲରେ ଥିବା ସେହି ଅନ୍ତେବାସୀ ଜଣକ ଏହି ମାମଲାକୁ ଜେଲରଙ୍କୁ ସୂଚିତ କରିଥିଲେ, ଆଉ ତା ପରେ ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ମଇ ୨୧, ୧୯୯୧ରେ ଭେଲୋର୍ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଠାରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା ।
ପୁଗାଲେନ୍ଥି ଜୋର୍ ଦେଇ କହିଥିଲେ ଯେ ନଳିନୀ ଏହା ପୂର୍ବରୁ କେବେ ଏପରି କିଛି କରି ନ ଥିଲେ, ଏବଂ ସେଇଥି ପାଇଁ “ଆମେ ପ୍ରକୃତ କାରଣ ଜାଣିବାକୁ ଚାହୁଁଛୁ”।
ପୁଗାଲେନ୍ଥି ଆହୁରି ମଧ୍ୟ କହିଛନ୍ତି ଯେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଜେଲରେ ଥିବା ନଳିନୀଙ୍କ ସ୍ୱାମୀ ମୁରୁଗାନ ତାଙ୍କୁ ଜେଲରୁ ଫୋନ୍ କରି ସହ ନଳିନୀଙ୍କୁ ଭେଲୋର ଜେଲରୁ (Vellore prison) ପୁଜାଲ ଜେଲକୁ (Puzhal prison)କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ଓକିଲ ଏହା ମଧ୍ୟ କହିଛନ୍ତି ଯେ ଏଥି ପାଇଁ ଶୀଘ୍ର ଏକ ଆଇନଗତ ଅନୁରୋଧ କରାଯିବ ।

ନଳିନୀ ଗଲା ୨୯ ବର୍ଷ ଧରି ଜେଲରେ ଅଛନ୍ତି ।
ନଳିନୀ ଓ ତାଙ୍କ ସ୍ୱାମୀଙ୍କ ସମେତ ସାତ ଜଣ ବ୍ୟକ୍ତିଙ୍କୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସେମାନଙ୍କ ଭୂମିକା ପାଇଁ ଏକ ସ୍ୱତନ୍ତ୍ର TADA କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ମଇ ୨୧, ୧୯୯୧ରେ ଭେଲୋର୍ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଠାରେ ଏକ ନିର୍ବାଚନ ରାଲିରେ LTTE କରିଥିବା ଏକ ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ନଳିନୀ ଓ ତାଙ୍କ ସ୍ୱାମୀଙ୍କ ସମେତ ସାତ ଜଣଙ୍କୁ ପ୍ରଥମେ ମୃତ୍ୟୁ ଦଣ୍ଡ ମିଳିଥିଲା, ହେଲେ ପରେ ତାହା ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା।
ଏହା ବି ପଢ଼ନ୍ତୁ:
‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷଏହା ବି ପଢ଼ନ୍ତୁ:
ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛିଏହି ମାମଲାରେ ନଳିନୀଙ୍କ ବ୍ୟତୀତ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟମାନେ ହେଲେ ତାଙ୍କ ସ୍ୱାମୀ ମୁରୁଗାନ୍ (Murugan), ଏଜି ପେରିଭାଲାନ୍ (AG Perarivalan), ସନ୍ଥାନ୍ (Santhan), ଜୟକୁମାର (Jayakumar), ରବିଚନ୍ଦ୍ରନ୍ (Ravichandran) ଓ ରୋବର୍ଟ ପିଆସ୍ (Robert Pyas)।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।