ଗାନ୍ଧି ପରିବାରଙ୍କ ପାଇଁ ମୁଁ ଦୁଃଖିତ; ସେମାନଙ୍କୁ ଭେଟିବିନି: ନଳିନୀ ଶ୍ରୀହରନ

ଗାନ୍ଧି ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ମୁଁ ଆଶା କରୁଛି ଯେ ସେମାନେ ଦିନେ ଏହି କଷ୍ଟରୁ ବାହାରି ଆସିବେ। ଗାନ୍ଧି ପରିବାରର କାହାକୁ ଭେଟିବା ପାଇଁ ମୋର କୌଣସି ଯୋଜନା ନାହିଁ: ରାଜୀବ ଗାନ୍ଧିଙ୍କ ହତ୍ଯାକାରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଗାନ୍ଧି ପରିବାର ପାଇଁ ମୁଁ ଦୁଃଖିତ। ଆମେ ଜେଲରେ ରହି ଭାବିଛୁ ଯେ ମୁକ୍ତ ପରେ ସେମାନଙ୍କୁ ଭେଟିବୁ ଓ କ୍ଷମା ମାଗିବି। କିନ୍ତୁ ବର୍ତ୍ତମାନ ଆମେ ଭେଟିବୁନି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସ୍ୱାମୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ତାମିଲନାଡୁର ଭେଲୋର ଜେଲରୁ ନଳିନୀଙ୍କୁ ମୁକ୍ତ କରାଯାଇଥିଲା।

ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ଗାନ୍ଧି ପରିବାର କ୍ଷମା କରିଥିଲେ। ୨୦୦୦ ମସିହାରେ ମଧ୍ୟ ନଳିନୀଙ୍କ କ୍ଷମା ପ୍ରାର୍ଥନା ପାଇଁ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି କାରଣରୁ ନଳିନୀଙ୍କ ଦଣ୍ଡ ମଧ୍ୟ ହ୍ରାସ କରାଯାଇଥିଲା।

ଜେଲରୁ ମୁକ୍ତ ହୋଇଥିବା ନଳିନୀ ଶ୍ରୀହରନ୍ ରାଜୀବ ଗାନ୍ଧିଙ୍କୁ ହତ୍ୟା କରିବାରେ ଦୋଷୀ, ତଥାପି ତାଙ୍କ ପ୍ରତି ଗାନ୍ଧି ପରିବାରର ସହାନୁଭୂତି ରହିଛି। ଯେତେବେଳେ ଗାନ୍ଧି ପରିବାରକୁ ଭେଟିବା ବିଷୟରେ କିଛି ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ଗାନ୍ଧି ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ମୁଁ ଆଶା କରୁଛି ଯେ ସେମାନେ ଦିନେ ଏହି କଷ୍ଟରୁ ବାହାରି ଆସିବେ। ଗାନ୍ଧି ପରିବାରର କାହାକୁ ଭେଟିବା ପାଇଁ ମୋର କୌଣସି ଯୋଜନା ନାହିଁ। ଗାନ୍ଧି ପରିବାର ବ୍ୟତୀତ ସେ ତାଙ୍କ ପରିବାର ବିଷୟରେ ମଧ୍ୟ କହିଥିଲେ। ତାଙ୍କର ଜଣେ ଝିଅ ଓ ସ୍ୱାମୀ ଅଛନ୍ତି।

ନଳିନୀ ଶ୍ରୀହରନ୍ କହିଛନ୍ତି ଯେ ୩୧ ବର୍ଷ ପରେ ଏହି ମୁକ୍ତି ମୋତେ ସୁଖ ଦେଇଛି କିନ୍ତୁ ମୁଁ ସେତେ ଖୁସି ନୁହେଁ କାରଣ ମୋ ସ୍ୱାମୀଙ୍କୁ ୨୦ ବର୍ଷ ବୟସରେ ଜେଲକୁ ପଠାଯାଇଥିଲା ଓ ଆଜି ସେ ଜେଲରୁ ବାହାରିଛନ୍ତି। ମୁଁ ମୋ ପରିବାରକୁ ଭେଟିବାକୁ ଚାହୁଁଛି। ମୋ ପରିବାର, ମୋ ଝିଅ, ମୋ ସ୍ୱାମୀଙ୍କ ପରିବାର ସମସ୍ତେ ମୋତେ ଅପେକ୍ଷା କରିଛନ୍ତି।।ମୋ ସ୍ୱାମୀ ଯେଉଁଆଡେ ଯିବେ, ମୁଁ ମଧ୍ୟ ତାଙ୍କ ସହିତ ଯିବି। ଆମେ ୩୨ ବର୍ଷ ପାଇଁ ଅଲଗା ହୋଇଗଲୁ। ଆମ ପରିବାର ଆମକୁ ଅପେକ୍ଷା କରିଛନ୍ତି।
Published by:Soumya Das
First published: