ରାଜୀବ ଗାନ୍ଧି ହତ୍ୟା ପ୍ରସଙ୍ଗ; ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ବିରୋଧରେ କେନ୍ଦ୍ରର ସମୀକ୍ଷା ଆବେଦନ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ୬ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିବା ପ୍ରସଙ୍ଗରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ରାଜୀବ ହତ୍ୟାକାରୀଙ୍କୁ ଜେଲରୁ ଖଲାସ କରିଥିବା ବେଳେ ଏହି ରାୟର ପୁନଃ ବିଚାର କରିବାକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି।

ରାଜୀବ ଗାନ୍ଧି ହତ୍ୟା ମାମଲା

ରାଜୀବ ଗାନ୍ଧି ହତ୍ୟା ମାମଲା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Rajiv Gandhi assassination: ନଭେମ୍ବର ୧୧ରେ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କେନ୍ଦ୍ର ସରକାର ଏକ ସମୀକ୍ଷା ଆବେଦନ କରିଛନ୍ତି।

ନଭେମ୍ବର ୧୧ରେ, ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମୁରଗାନ, ସନାତନ, ରର୍ବଟ ପାୟାସ, ନଳୀନ ଓ ଜୟକୁମାର ଏବଂ ରବର୍ଟ ପାୟସଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ଆବେଦନ ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଛି। ଦୋଷୀଙ୍କୁ ମୁକ୍ତ କରିବା ଆଦେଶକୁ ପୁନର୍ବିଚାର କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କୁ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏଥିରେ ରାଜୀବ ଗାନ୍ଧି ଓ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟ ଖଳାନାୟକ ସୁପ୍ରିମକୋର୍ଟରେ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ।

ଏହି ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧି ଏବଂ ଆକ୍ରମଣକାରୀ ଧନୁଙ୍କ ସମେତ ୧୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ୨୬ ଜଣ ଦୋଷୀଙ୍କୁ ଟ୍ରାଏଲ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ। ଅବଶିଷ୍ଟ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରିଜଣ (ମୁରଗାନ, ସନାତନ, ରର୍ବଟ ପାୟାସ, ନଳୀନ ଓ ଜୟକୁମାର) କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ବାକି (ରବିଚନ୍ଦ୍ରନ୍, ରବର୍ଟ ପାୟସ୍ ଏବଂ ଜୟକୁମାର) କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା
Published by:Lipina Das
First published: