ବଡ଼ ଖବର: ରାଜସ୍ଥାନ ରୟାଲ୍ସ ନିଜର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଲିଜ୍ କଲା!

ଷ୍ଟିଭ୍ ସ୍ମିଥ୍ ୨୦୧୪, ୨୦୧୫, ୨୦୧୯ ଓ ୨୦୨୦ ରେ ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରିଥିଲେ । ଗତ ସିଜିନରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର ନିମ୍ନରେ ଥିଲା ଓ ଏହି କାରଣରୁ ସ୍ମିଥଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବଡ଼ ଖବର: ରାଜସ୍ଥାନ ରୟାଲ୍ସ ନିଜର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଲିଜ୍ କଲା!
ରାଜସ୍ଥାନ ରୟାଲ୍ସ ନିଜର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଲିଜ୍ କଲା!
  • News18 Odia
  • Last Updated: January 20, 2021, 5:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଆସନ୍ତା ମାସର ଆଇପିଏଲ୍-୧୪ ର ମିନି ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଷ୍ଟ୍ରେଲିଆର ତାରକା ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ରିଲିଜ କରିଛି । ANI ନ୍ୟୁଜ ଅନୁଯାୟୀ ବହୁ ଆଲୋଚନା ପରେ ଫ୍ରାଞ୍ଚାଇଜ୍ ଏହି ବଡ ନିଷ୍ପତ୍ତି ନେଇଛି । ANI ସହ କଥାବାର୍ତ୍ତା କରି ଉତ୍ସ ଏହା ନିଶ୍ଚିତ କରି କହିଛି ଯେ ବିସିସିଆଇକୁ ତାଲିକା ପଠାଇବା ପୂର୍ବରୁ ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ମିଥ୍ ୨୦୧୪, ୨୦୧୫, ୨୦୧୯ ଓ ୨୦୨୦ ରେ ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରିଥିଲେ । ଗତ ସିଜିନରେ ରାଜସ୍ଥାନ ପଏଣ୍ଟ ଟେବୁଲର ନିମ୍ନରେ ଥିଲା ଓ ଏହି କାରଣରୁ ସ୍ମିଥଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି ।



ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ଏହା ପୂର୍ବରୁ ସୂଚିତ କରିଥିଲେ । ସେ କହିଛନ୍ତି ଯେ ପୂର୍ବତନ ଅଧିନାୟକ ରାଜସ୍ଥାନ ନୂତନ ଅଧିନାୟକଙ୍କ ନେତୃତ୍ୱରେ ଟୁର୍ନାମେଣ୍ଟକୁ ଆସିବା ଉଚିତ୍ । ସ୍ମିଥଙ୍କ କ୍ୟାପଟେନରେ ଗତ ସିଜିନରେ ରାଜସ୍ଥାନର ପ୍ରଦର୍ଶନ ଅତ୍ୟନ୍ତ ନିରାଶ ଜନକ ରହିଥିଲା । ତେବେ ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟକ୍ ଫେରିବା ପରେ ଦଳ କିଛି ଭଲ ଦେଖାଯାଉଥିଲା । କିନ୍ତୁ ଏହା ସତ୍ତ୍ୱେ ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା ।

ସ୍ମିଥଙ୍କ ରିଲିଜର ସବୁଠାରୁ ବଡ କାରଣ ହେଉଛି ଆଇପିଏଲର ଶେଷ ସିଜନରେ ତାଙ୍କର ଅଧିନାୟକ ଓ ବ୍ୟାଟ୍ସମ୍ୟାନ୍ ଭାବରେ ତାଙ୍କର ଦୁର୍ବଳ ପଦର୍ଶନ । ସେ ଆଇପିଏଲର ୧୩ ତମ ସିଜନରେ ସମସ୍ତ ୧୪ ଟି ଲିଗ୍ ମ୍ୟାଚ୍ ଖେଳିଥିଲେ ଓ ତିନୋଟି ଅର୍ଦ୍ଧ ଶତକ ସହିତ ୧୩୧ ର ଷ୍ଟ୍ରାଇକ୍ ହାରରେ ୩୧୧ ରନ୍ ସ୍କୋର କରିଥିଲେ ।

ସ୍ମିଥଙ୍କ ବାଦ ଦେବା ପରେ ବର୍ତ୍ତମାନ ଏକ ଆଲୋଚନା ହେଉଛି ଯେ ରାଜସ୍ଥାନର ନେତୃତ୍ୱ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇପାରେ । ସେ ଜଣେ ଅଭିଜ୍ଞ ଭାରତୀୟ ଖେଳାଳି । ସେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଦଳର ଅଂଶବିଶେଷ ଥିଲେ ଓ ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫି ଟୁର୍ନାମେଣ୍ଟରେ କେରଳ ଦଳର ନେତୃତ୍ୱ ନେଉଛନ୍ତି ।
Published by: Jagdish Barik
First published: January 20, 2021, 5:27 PM IST