ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଓ ୨୫ରୁ ଅଧିକ ଆହତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରାଜସ୍ଥାନରେ ପାଲି ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଅଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି ।

ରାଜସ୍ଥାନ ସଡ଼କ ଦୁର୍ଘଟଣା ୫ ଜଣଙ୍କ ମୃତ୍ୟୁ ଓ ୨୫ ରୁ ଅଧିକ ଆହତ

ରାଜସ୍ଥାନ ସଡ଼କ ଦୁର୍ଘଟଣା ୫ ଜଣଙ୍କ ମୃତ୍ୟୁ ଓ ୨୫ ରୁ ଅଧିକ ଆହତ

  • Share this:
News 18 Odia Digital

ରାଜସ୍ଥାନ : ଶୁକ୍ରବାର ଦିନ ବିଳମ୍ବିତ ରାତିରେ ରାଜସ୍ଥାନରେ ପାଲି ଜିଲ୍ଲାରେ ଏକ ବଡ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ରୁ ଅଧିକ ଆହତ ହୋଇଛନ୍ତି । ପୋଲିସର ସୂଚନାନୁସାରେ, ପାଲି ଜିଲ୍ଲାର ସୁମେରପୁର ଅଞ୍ଚଳରେ ଏକ ଟ୍ରାକ୍ଟର ଓ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲା । ଆହତମାନେ ଟ୍ରାକ୍ଟରରେ ଥିଲେ । ସୂଚନା ପାଇବା ପରେ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇଥିଲେ ।

ଅଧିକାରୀଙ୍କ କହିବାନୁସାରେ, ଆହତ ହୋଇଥିବା ଲୋକମାନେ ଟ୍ରାକ୍ଟର ଡାଲାରେ ଜୌସଲମେର ଜିଲ୍ଲାର ରାମଦେବ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବାବେଳେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି, “ରାଜସ୍ଥାନର ପାଲିରେ ଘଟିଥିବା ଦୁର୍ଘଟଣା ଦୁଃଖଦାୟକ । ଦୁର୍ଘଟଣାରେ ମୃତ୍ୟୁଙ୍କ ପରିବାରାକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ୍ କରି କୁହାଯାଉଛି ।

ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁଙ୍କ ପରିବାରାକୁ ସମବେଦନା ଜଣାଇଛନ୍ତି । “ରାଜସ୍ଥାନର ପାଲିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବାରୁ ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କୁହାଯାଇଛି ।
Published by:Sujit Swain
First published: