ରାଜସ୍ଥାନରେ ରାଜନୈତିକ ସଙ୍କଟ: ଅଶୋକ ଗେହଲୋତ କହିଲେ ସରକାରଙ୍କ ପାଖରେ ସଂଖ୍ୟା ବଳ ଅଛି

ସଚିନ୍ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରିୟଙ୍କା ଗାନ୍ଧିଙ୍କ ହସ୍ତକ୍ଷେପ ପରେ ସଚିନଙ୍କୁ ମନାଇବାକୁ ବି ଉଦ୍ୟମ ଜାରି ରହିଛି । ସଚିନ ବିଜେପିରେ ଯୋଗ ନ ଦେଇ ଏକ ନୂଆ ଦଳ ଗଠନ କରିବାର ସମ୍ଭାବନା ଅଛି ।

ରାଜସ୍ଥାନରେ ରାଜନୈତିକ ସଙ୍କଟ: ଅଶୋକ ଗେହଲୋତ କହିଲେ ସରକାରଙ୍କ ପାଖରେ ସଂଖ୍ୟା ବଳ ଅଛି
ପୂର୍ବରୁ ଏକ ଜନ ସଭାରେ ଅଶୋକ ଗେହଲୋତ ଓ ସଚିନ ପାଇଲଟ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: ରାଜସ୍ଥାନର ଅଶୋକ ଗେହଲୋତ ନେତୃତ୍ୱାଧୀନ ସରକାରଙ୍କ ଉପରୁ ସଂଖ୍ୟା ଦୃଷ୍ଟିରୁ କୌଣସି ସଙ୍କଟ ନାହିଁ ବୋଲି ନିଜେ ମୁଖ୍ୟ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ବାସଭବନରେ ଜାରି ବିଧାୟକ ଦଳ ବୈଠକରେ ୧୦୭ ଜଣ ବିଧାୟକ ସାମିଲ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ଦିଲ୍ଲୀ ଯାଇଥିବା ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ଅଛନ୍ତି ।

ବିଧାୟକମାନଙ୍କର ଏହି ବୈଠକ ମାଧ୍ୟମରେ ହୋଇଥିବା ଶକ୍ତି ପ୍ରଦର୍ଶନ ପରେ ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋତ ଓ ଦଳର କିଛି ବରିଷ୍ଠ ବିଧାୟକ ବାହାରକୁ ଆସି ବିଜୟର ସିଗନାଲ ଦେଖାଇଥିଲେ । ବୈଠକରେ ଯୋଗ ଦେଇଥିବା ବିଧାୟକମାନଙ୍କୁ ଏକ ରିସର୍ଟକୁ ନିଆଯାଇଛି । ହ୍ବିପ ସତ୍ତ୍ବେ ବୈଠକରେ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସମେତ ୧୮ ଜଣ ବିଧାୟକ ଓ ଦୁଇ ଜଣ ମନ୍ତ୍ରୀ ସାମିଲ ହୋଇ ନ ଥିବା ଜଣାପଡ଼ିଛି । ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତା’ ଉପରେ ନଜର ରହିଛି ।

ସଚିନ୍‌ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଯିବ ବୋଲି ଚର୍ଚ୍ଚା ହେଉଛି । ପ୍ରିୟଙ୍କା ଗାନ୍ଧିଙ୍କ ହସ୍ତକ୍ଷେପ ପରେ ସଚିନଙ୍କୁ ମନାଇବାକୁ ଉଦ୍ୟମ ବି ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ସଚିନ ବିଜେପିରେ ଯୋଗ ଦେବା ବଦଳରେ ଏକ ନୂଆ ଦଳ ଗଠନ କରିବାର ଅଧିକ ସମ୍ଭାବନା ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋତଙ୍କ ସହ କଥା ହୋଇଛନ୍ତି ।

ଅଶୋକ ଗେହଲୋତଙ୍କ ଆବାସ ବାହାରେ ବିଧାୟକମାନଙ୍କୁ ନେବାକୁ ଏକ ବସ୍ ଲାଗିଛି ।


ରାଜସ୍ଥାନରେ ଖୋଲାଖୋଲି ଭାବେ ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋତ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଦେଖାଦେବା ପରେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସଚିନ ପାଇଲଟ । ଗତ କାଲି ସେ ୨୩ ଜଣ ବିଧାୟକଙ୍କୁ ନେଇ ଦିଲ୍ଲୀ ଯାଇଥିଲେ । ତାଙ୍କୁ ନେଇ କଂଗ୍ରେସର ତିନି ଜଣ ବରିଷ୍ଠ ନେତା ଜୟପୁର ଆସିବେ ଓ ତାଙ୍କ ସହ ଜୟପୁରରେ ଆଲୋଚନା କରିବେ ବୋଲି କୁହାଯାଇଥିଲା । କିନ୍ତୁ ସଚିନ ଜୟପୁର ଯାଇ ନ ଥିଲେ । ଦିଲ୍ଲୀରେ ମଧ୍ୟ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟି ନ ଥିଲେ ।

ସଚିନ କହିଥିଲେ ଯେ ବହୁ ସଂଖ୍ୟାରେ ସ୍ବାଧୀନ ବିଧାୟକ ତାଙ୍କ ସହ ଅଛନ୍ତି । ଏହା ବି କୁହାଯାଉଛି ଯେ ସଚିନ ପାଇଲଟଙ୍କ ସମେତ ୨୭ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି ।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ

ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋତଙ୍କ ଗୋଷ୍ଠୀ କହିଛି ଯେ ତାଙ୍କ ସମର୍ଥନରେ ଅଛନ୍ତି ୧୦୨ ଜଣ ବିଧାୟକ । ସେମାନଙ୍କ ମଧ୍ୟରୁ ୯୨ ଜଣ କଂଗ୍ରେସ ବିଧାୟକ ଓ ୧୦ ଜଣ ସ୍ବାଧୀନ ବିଧାୟକ ବୋଲି ସେମାନେ କହିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ ଦଳ ପକ୍ଷରୁ ସଚିନ ପାଇଲଟଙ୍କ ସହ କୌଣସି ଯୋଗାଯୋଗ କରାଯାଇନାହିଁ । ରାଜସ୍ଥାନରେ ଯାହା ହେଉଛି ତାହା କଂଗ୍ରେସର ଦଳୀୟ ବ୍ୟାପାର ବୋଲି ବିଜେପି କହିଛି ।
Published by: Anand Shankar Thankur Das
First published: July 13, 2020, 4:19 PM IST
corona virus btn
corona virus btn
Loading