Viral Video: କାର୍‌ରେ ବାନ୍ଧି କୁକୁରକୁ ସହର ବୁଲାଉଥିବା ଡାକ୍ତର ଗିରଫ

ରାଜସ୍ଥାନର ଯୋଧପୁରରେ ଏକ ଧଳା ରଙ୍ଗର କାର୍‌ରେ ଗୋଟିଏ କୁକୁରକୁ ଚେନ୍‌ରେ ବାନ୍ଧି ଟାଣି ଟାଣି ସହରରେ ବୁଲାଯାଇଥିଲା। କୁକୁରଟି ଅତିମାତ୍ରାରେ କ୍ଷତାକ୍ତ ହେବା ସହ ତା'ର ଗୋଡ଼ ମଧ୍ୟ ଭାଙ୍ଗିଯାଇଛି।

କୁକୁରକୁ ସହର ବୁଲାଉଥିବା ଡାକ୍ତର ଗିରଫ

କୁକୁରକୁ ସହର ବୁଲାଉଥିବା ଡାକ୍ତର ଗିରଫ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ରାଜସ୍ଥାନ: ରାଜସ୍ଥାନର ଯୋଧପୁରରେ ଏକ ଧଳା ରଙ୍ଗର କାର୍‌ରେ ଗୋଟିଏ କୁକୁରକୁ ଚେନ୍‌ରେ ବାନ୍ଧି ଟାଣି ଟାଣି ସହରରେ ବୁଲା ଯାଉଛି। କୁକୁରଟି ଅତିମାତ୍ରାରେ କ୍ଷତାକ୍ତ ହେବା ସହ ଗୋଡ଼ ଭାଙ୍ଗିଯାଇଛି। ବେକରେ କ୍ଷତ ସୃଷ୍ଟି ହୋଇ ସେ ଯନ୍ତ୍ରଣାରେ ଛଟପଟ ହୋଇ ଦୌଡ଼ୁଛି। ଏହି ଦୃଶ୍ୟକୁ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଭିଡ଼ିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଲେ। ଭିଡିଓ ଅପଲୋଡ୍ ହେବା ମାତ୍ରେ ଏହା ନେଟେନିଜେନମାନଙ୍କୁ କ୍ରୋଧିତ କରିଥିଲା ​​ଏବଂ ସେମାନେ ସୋସିଆଲ ମିଡିଆରେ ଅପରାଧୀଙ୍କୁ ଧରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ।

ଅଭିଯୁକ୍ତ ଜଣକ ଏମ୍‌ଜିଏଚ୍‌ରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ ରଜନୀଶ ଗାଲୱା ବୋଲି ଜଣାପଡ଼ିଥିଲା। ପୁଲିସ ଡାକ୍ତରଙ୍କୁ ଗିରଫ କରି ପଚରା ଉଚରା କରିବାରୁ ସେ କହିଥିଲେ, କୁକୁରଟି ତାଙ୍କ ଘର ଭିତରେ ବାରମ୍ବାର ପଶିବା ସହ ଘର ସମ୍ମୁଖରେ ଭୁକୁଥିବାରୁ ସେ ତାକୁ ନିଗମର ଏନ୍‌କ୍ଲୋଜରରେ ଛାଡ଼ିବାକୁ ନେଉଥିଲେ। ଏସ୍‌ଏନ୍‌ ମେଡିକାଲ କଲେଜ ଅଧ୍ୟକ୍ଷ ଦିଲୀପ କାଞ୍ଚୱାହା ଅଭିଯୁକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ଦେବା ପାଇଁ କହିଛନ୍ତି। ଏହି ଘଟଣାକୁ ନେଇ ପୁକର ପ୍ରାଣୀ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଶାସ୍ତ୍ରୀନଗର ଥାନାରେ ଲିଖିତ ଅଭିଯୋଗ କରିଛି।
Published by:Soumyashree Mishra
First published: