News18 Odia Digital
ଜୋଧପୁର: ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu)ଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିବାରୁ ରାଜସ୍ଥାନର ଜଣେ ସରକାରୀ ଇଞ୍ଜିନିୟର(Rajasthan engineer suspended)ଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି। ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ଇଞ୍ଜିନିୟରଙ୍କୁ ନିଲମ୍ବନ କରିଛି।
ବିଭାଗର ମୁଖ୍ୟ ଇଞ୍ଜିନିୟର (ପ୍ରଶାସନ) ଙ୍କ ତରଫରୁ ସୂଚନା ମିଳିଛି ଯେ କୁହାଯାଇଛି ଯେ ଜାନୁଆରୀ ୪ ରେ ରୋହେତରେ ସ୍କାଉଟ୍ ଗାଇଡ୍ ଜାମ୍ବୋରିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରି ବିଭାଗର ଜୁନିୟର ଇଞ୍ଜିନିୟର ଅମ୍ବା ସିଓଲ୍ ପ୍ରୋଟୋକଲ୍ ଭାଙ୍ଗିଥିଲେ। ତେଣୁ ତାଙ୍କୁ ରାଜସ୍ଥାନ ଜନସେବା ନିୟମ ଅନୁଯାୟୀ ନିଲମ୍ବିତ କରାଯାଇଛି।
https://odia.news18.com/photogallery/festival/history-significance-scientific-importance-of-makar-sankranti-3ssd-14012023-ssd-148017.htmlରାଷ୍ଟ୍ରପତିଙ୍କ ସୁରକ୍ଷା କର୍ଡନ ଭାଙ୍ଗି ସେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଆଗ ଧାଡିରେ ପହଞ୍ଚି ପାରିଥିଲେ।
ସେ ଆଗକୁ ଯାଇ ରାଷ୍ଟ୍ରପତିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ, କିନ୍ତୁ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ପରେ ସ୍ଥାନୀୟ ପୋଲିସ ତାଙ୍କୁ ଛାଡି ଦେଇଥିଲା।
ରାଷ୍ଟ୍ରପତିଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଗୁରୁତର ତ୍ରୁଟି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘଟଣାକୁ ଗୁରୁତର ସହ ନେଇ ରାଜସ୍ଥାନ ପୋଲିସର ରିପୋର୍ଟ ମାଗିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।