ମାଠିଆରୁ ପାଣି ପିଇବାରୁ ୯ ବର୍ଷର ବାଳକକୁ ପିଟିପିଟି ମାରିଦେଲେ ଶିକ୍ଷକ

ବାଳକଟି ଦଳିତ ହୋଇଥିବାରୁ ବିଦ୍ୟାଳୟ ହାଣ୍ଡିରୁ ପାଣି ପିଇଥିଲେ। ଏଥିପାଇଁ ଶିକ୍ଷକ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ। ଯେଉଁଥିରେ ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ହୋଇଛି।

ବାଳକକୁ ପିଟି ପିଟି ମାରିଦେଲେ ଶିକ୍ଷକ (ପ୍ରତୀକାତ୍ମକ ଛବି)

ବାଳକକୁ ପିଟି ପିଟି ମାରିଦେଲେ ଶିକ୍ଷକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜୟପୁର: ଏକ ଘରୋଇ ବିଦ୍ୟାଳୟରେ ଜଣେ ୯ ବର୍ଷର ବାଳକକୁ ନିର୍ମମ ଭାବେ ମାଡ଼ ମାରିବା ଯୋଗୁଁ ପିଲାଟିର ମୃତ୍ୟୁ ହୋଇଛି। ବାଳକଟି ଦଳିତ ହୋଇଥିବାରୁ ବିଦ୍ୟାଳୟ ହାଣ୍ଡିରୁ ପାଣି ପିଇଥିଲେ। ଏଥିପାଇଁ ଶିକ୍ଷକ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ। ଯେଉଁଥିରେ ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ରାଜସ୍ଥାନର ଜାଲୋର ଜିଲ୍ଲାରେ।

ମୃତ ଶିଶୁ ସୁରନା ଗାଁର ଏକ ବିଦ୍ୟାଳୟରେ ପଢୁଥିଲେ।  ଜୁଲାଇ ୨୦ ଏଭଳି ଘଟଣା ଘଟିଥିଲା। ଶନିବାର ଗୁଜୁରାଟର ଅହମ୍ମଦାବାଦର ଏକ ଡାକ୍ତରଖାନାରେ ବାଳକର ମୃତ୍ୟୁ ହୋଇଛି।

ଅଭିଯୁକ୍ତ ଶିକ୍ଷକ ଚେଲ ସିଂଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ହତ୍ୟା ଓ ଅନୁସୂଚିତ ଜନଜାତି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଅଧିନିୟମ ଅଧୀନରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟୁଇଟ୍ କରି ଘଟଣାର ସମବେଦନା ଜଣାଇଛନ୍ତି।

ଜାଲୋର ଏସପି ହର୍ଷବର୍ଦ୍ଧନ ଅଗ୍ରୱାଲ ଏହି ମାମଲା ଜାଲୋରର ମୁଖ୍ୟ ଅଧିକାରୀ (ସିଓ)କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାରେ ସାୟଲା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି। ଏହାକୁ ଗୁରୁତର ସହ ନେଇ ଜିଲ୍ଲା ପୋଲିସ ଅଧୀକ୍ଷକ ଜାଲୋର ଓ ସିଓ ଜାଲୋର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
Published by:Soumya Das
First published: