ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସ ନେତା ଅଶୋକ ଗେହଲଟ୍ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ସର୍ବ ପୁରାତନ ଦଳର ସଭାପତି କରିବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରାଯାଇଥିଲା କାରଣ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରିବେ। ନବ ନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଜଣେ ଅଣ-ଗାନ୍ଧି ଦଳର ସଭାପତି ହେବା ରାହୁଲ ଗାନ୍ଧିଙ୍କ ଇଚ୍ଛା।
ଆହୁରି ମଧ୍ୟ ଗେହଲଟ କହିଛନ୍ତି ଯେ, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ରାହୁଲଙ୍କୁ ଦଳର ସଭାପତି କରିବା ପାଇଁ ଉଦ୍ୟମ କରାଯାଇଥିଲା କାରଣ ସେ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରକୁ ଚ୍ୟାଲେଞ୍ଜ କରିପାରିବେ। ଗେହଲୋଟ୍ କହିଛନ୍ତି, "ଆଜି ଏକ ନୂଆ ଆରମ୍ଭ। ଆମେ ମଲ୍ଲିକାର୍ଜୁନ ଜିଙ୍କୁ ଅଭିନନ୍ଦନ ଜଣାଉଛୁ ଓ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବୁ।
ଏହି ସମାରୋହରେ ଖଡ଼ଗେଙ୍କୁ ସୋନିଆ ଗାନ୍ଧିଙ୍କ ଦ୍ୱାରା ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଚାଲିଥିବା ଭାରତ ଯୋଡ ଯାତ୍ରାରୁ ବିରତି ନେବା ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସମ୍ଭାବନା ରହିବେ। ୨୪ ବର୍ଷ ମଧ୍ୟରେ ଖଡ଼ଗେ ପ୍ରଥମ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଯିଏ ନେହେରୁ-ଗାନ୍ଧି ପରିବାରର ନୁହଁନ୍ତି। ଦଳର ଶୀର୍ଷ ପଦବୀ ପାଇଁ ଦୌଡ଼ରେ ସେ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।