ଲାଇଟ୍, କ୍ୟାମେରା, ପର୍ଣ୍ଣ: ‘‘ଶିଳ୍ପା ଶେଟ୍ଟୀଙ୍କ ପତି ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ରାକେଟର ମାଷ୍ଟରମାଇଣ୍ଡ ଥିଲେ’’

ଆଡଲ୍ଟ୍ ଫିଲ୍ମ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ, ଗେହାନା ଭଶିଷ୍ଟ ଓ ଅନ୍ୟମାନଙ୍କ ପାଇଁ ମୋବାଇଲ୍ ଆପ୍ ବିକଶିତ କରିଥିବା ମୁମ୍ବାଇର ଏକ ଆଇ.ଟି. କମ୍ପାନୀରେ ରାଜ୍ କୁନ୍ଦ୍ରା ପୂର୍ବରୁ ୧୦ କୋଟି ଟଙ୍କା ନିବେଶ କରିଥିଲେ ବୋଲି ରିପୋର୍ଟ ଆସିଛି ।

ଲାଇଟ୍, କ୍ୟାମେରା, ପର୍ଣ୍ଣ: ‘‘ଶିଳ୍ପା ଶେଟ୍ଟୀଙ୍କ ପତି ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ରାକେଟର ମାଷ୍ଟରମାଇଣ୍ଡ ଥିଲେ’’
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଲୋକପ୍ରିୟ ବିଲଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ବାମୀ ତଥା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବିରୋଧରେ ସାଗରିକା ଶୋନା ସୁମନ୍ ନାମକ ମୁମ୍ବାଇର ଜଣେ ଅଭିନେତ୍ରୀ ଅନେକ ମାସ ତଳେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଅନ୍ୟ କେତେକ ଅଭିନେତ୍ରୀ ସମର୍ଥନ କରିଥିଲେ ।

ଏହି ବର୍ଷ ଫେବୃଆରୀ ୧୩ ତାରିଖରେ ଶୋନା ନିଜ ଅଭିଯୋଗରେ କହିଥିଲେ ଯେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରୁଥିବା ରାକେଟର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ରାଜ୍ କୁନ୍ଦ୍ରା । ‘‘ଗତ ବର୍ଷେ ହେଲା ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ଜାଣନ୍ତି ଯେ ହଟସଟ୍ସ ଆପ୍ (Hotshots App) ରାଜ କୁନ୍ଦ୍ରାଙ୍କ କମ୍ପାନୀ । ଏହା ବିଷୟରେ ଟଙ୍କା ଓ କାଗଜପତ୍ରର ପୁରୁଣା ସମ୍ପର୍କ ପାଇବା କଷ୍ଟ ହୋଇପାରେ, ମାତ୍ର ତାହା ନିଶ୍ଚିତ ଭାବରେ ଅଛି,’’ କହିଥିଲେ ସୁମନ ।

ସେ ଅଭିଯୋଗରେ ଆହୁରୀ କହିଥିଲେ ଯେ ନିକଟରେ ଗିରଫ ହୋଇଥିବା ଅଭିଯୁକ୍ତ ଉମେଶ କାମତ ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ ଅନେକ ଥର କହୁଥିଲେ ଓ ସେ ଖୋଲାଖୋଲି ଭାବରେ କହିଥିଲେ ଯେ ରାଜ୍ କୁନ୍ଦ୍ରାଙ୍କ ପାଇଁ ସେ କାମ କରୁଛନ୍ତି । ସେ ହଟ୍‌ହଟ୍‌ ଓ କେନରିନ୍(Hotshots and kenrin ) ଆପ୍ ମାଲିକ । ଏହା ବ୍ୟତୀତ ସେ ଆଉ ଏକ ପର୍ଣ୍ଣ ହୋଷ୍ଟିଂ ମଧ୍ୟ କରନ୍ତି ।

ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୁନ୍ଦ୍ରା ପୂର୍ବରୁ ନବି ମୁମ୍ବାଇ ସ୍ଥିତ ଆଇଟି ଫାର୍ମ ଆର୍ମସପ୍ରିମରେ ୧୦ କୋଟି ବିନିଯୋଗ କରିଥିଲେ, ଯାହାକି ଏକ ମୋବାଇଲ୍ ଆପ୍  । ଏହି ଆପରେ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା, ପୁନମ ପାଣ୍ଡେ, ଗେହେନା ବସିଷ୍ଟ ଓ ଅନ୍ୟ ୧୦୦ ଅଭିନେତ୍ରୀ ଆକ୍ଟିଭ୍ ରୁହନ୍ତି  ।

ଗିରଫ ଅଭିଯୁକ୍ତ ଉମେଶ କାମତ, କୁନ୍ଦ୍ରାଙ୍କ କାର୍ଯ୍ୟାଳୟରୁ ଅନେକ ଅଶ୍ଳୀଳ ଭିଡ଼ିଓ ଅପଲୋଡ୍ କରିଥିଲେ ଓ ତାଙ୍କ ବିରୋଧରେ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଥିଲା ବୋଲି ଅନେକ ରିପୋର୍ଟରେ କୁହାଯାଇଛି ।

ଫେବୃଆରୀରେ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ୍ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଓକିଲମାନେ ଦାବି କରିଥିଲେ ଯେ ସମସ୍ତ ଅଂଶଗ୍ରହଣକାରୀ କିମ୍ବା ମଡ଼େଲ୍ ବୟସ୍କ ହୋଇଥିବାରୁ ସେମାନେ ଲିଖିତ ଭାବେ ସହମତି ବ୍ୟକ୍ତ କରିଥିଲେ ଓ ଭିଡ଼ିଓ ସୁଟିଂ ପାଇଁ ମଧ୍ୟ ରାଜି ଥିଲେ।

ତିନିରୁ ଚାରି ମଡ଼େଲ୍ ବ୍ୟତୀତ ଅନ୍ୟ ମଡ଼େଲମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି କୁନ୍ଦ୍ରାଙ୍କ ପରି ବିଜନେସମ୍ୟାନଙ୍କ ଠାରୁ ବିପୁଳ ପରିମାଣରେ ଅର୍ଥ ଲୁଟିବା ବୋଲି ଅଭିଯୋଗ କରୁଥିଲେ ଅଶ୍ଳୀଳ ଭିଡିଓ ସୁଟ କରୁଥିବା ଅଭିନେତାମାନେ ।

“ଫେବୃଆରୀ ୨୦୨୧ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ କିଛି ଆପ୍ ମାଧ୍ୟମରେ ସେଗୁଡ଼ିକର ପ୍ରସାରଣ ବିଷୟରେ କ୍ରାଇମ୍‌ ବ୍ରାଞ୍ଚ ମୁମ୍ବାଇରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ସେ ପ୍ରତୀତ ହେଉଥିବାରୁ ଆମେ ୧୯ ଜୁଲାଇରେ ଶ୍ରୀ ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରିଛୁ । ଏହି ମାମଲାରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି ।ଏହି ମାମଲାର ତଦନ୍ତ ଚାଲିଛି,’’ ମୁମ୍ବାଇ ପୋଲିସ କମିଶନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ।

ମୁମ୍ବାଇ ସାଇବର୍‌ ପୋଲିସ ଗତ ବର୍ଷ ଆଇ.ପି.ସି.ର ଦଫା ୨୯୨, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନର ଦଫା ୬୭, ୬୭ଏ ଓ ମହିଳାଙ୍କ ଅଶ୍ଳୀଳରୂପେ ପ୍ରତିନିଧିତ୍ୱ (ନିଷେଧ) ଆଇନ ଅଧୀନରେ ଏକ ମାମଲା ରୁଜୁ କରିଥିଲା।



ମହାରାଷ୍ଟ୍ର ସାଇବର ପୋଲିସ ଗତ ବର୍ଷ ଅନେକ ଲୋକଙ୍କୁ ଗିରଫ କରିଥିଲା, ଯେଉଁମାନଙ୍କ ମଧ୍ୟରୁ କେତେକ ରାଜ କୁନ୍ଦ୍ରାଙ୍କ ସହ ଜଡିତ ଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ମଡେଲ୍ ଶେର୍ଲିନ୍ ଚୋପ୍ରାଙ୍କ (Sherlin Chopra) ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା । ସେତେବେଳେ ରାଜ କୁନ୍ଦ୍ରା ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।
Published by: Lipina Das
First published: July 20, 2021, 3:44 PM IST