Indian Railways: ହୋଲି ପୂର୍ବରୁ ରେଳବାଇ ବାତିଲ କରିଦେଲା ଅନେକ ଟ୍ରେନ; ରିଜରଭେସନ କରିଥିଲେ ଦେଖନ୍ତୁ ଲିଷ୍ଟ!

ଏଥର ହୋଲି ପୂର୍ବରୁ ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ପ୍ଲାନ କରୁଛନ୍ତି କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ଟିକେଟ ବୁକ୍ କରିସାରିଛନ୍ତି । ତେବେ ଆପଣଙ୍କୁ ଥରେ ଆପଣଙ୍କ ଟ୍ରେନର ଷ୍ଟାଟସ ଯାଞ୍ଚ କରିନେବା ଉଚିତ । କାରଣ ଭାରତୀୟ ରେଳବାଇ ଅନେକ ଟ୍ରେନର ମାର୍ଗକୁ ବଦଳାଇବା ସମେତ ଅନେକ ଟ୍ରେନକୁ ବାତିଲ କରିଦେଇଛି ।

Indian Railways: ହୋଲି ପୂର୍ବରୁ ରେଳବାଇ ବାତିଲ କରିଦେଲା ଅନେକ ଟ୍ରେନ; ରିଜରଭେସନ କରିଥିଲେ ଦେଖନ୍ତୁ ଲିଷ୍ଟ!
ହୋଲି ପୂର୍ବରୁ ରେଳବାଇ ବାତିଲ କରିଦେଲା ଅନେକ ଟ୍ରେନ
  • News18 Odia
  • Last Updated: March 21, 2021, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏଥର ହୋଲି ପୂର୍ବରୁ ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ପ୍ଲାନ କରୁଛନ୍ତି କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ଟିକେଟ ବୁକ୍ କରିସାରିଛନ୍ତି । ତେବେ ଆପଣଙ୍କୁ ଥରେ ଆପଣଙ୍କ ଟ୍ରେନର ଷ୍ଟାଟସ ଯାଞ୍ଚ କରିନେବା ଉଚିତ । କାରଣ ଭାରତୀୟ ରେଳବାଇ ଅନେକ ଟ୍ରେନର ମାର୍ଗକୁ ବଦଳାଇବା ସମେତ ଅନେକ ଟ୍ରେନକୁ ବାତିଲ କରିଦେଇଛି । ଯାହାଦ୍ୱାରା ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଅହମ୍ମଦାବାଦ ଡିଭିଜନର ଧରଙ୍ଗଧ୍ରା-ସମ୍ଖିଆଲି ବିଭାଗରେ ନନ-ଇଣ୍ଟରକ୍ଲିଂ କାର୍ଯ୍ୟ ଯୋଗୁଁ ପଶ୍ଚିମ ରେଳରୁ ଉତ୍ପନ୍ନ କିମ୍ବା ବନ୍ଦ ହେଉଥିବା କିଛି ଦୂର ଦୂରଗାମୀ ଟ୍ରେନକୁ ବାତିଲ କିମ୍ବା ବଦଳାଇବାକୁ ୱେଷ୍ଟର୍ନ ରେଲୱେ ନିଷ୍ପତ୍ତି ନେଇଛି ।

ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁର ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ଜାଣନ୍ତୁ କେଉଁ ଟ୍ରେନ୍ ବାତିଲ୍ ହୋଇଛି ଓ କେଉଁ ଟ୍ରେନ୍ ରାଇଟ୍ ଡାଇଭର୍ଟ୍ ହେଉଛି:



>> ଟ୍ରେନ୍ ନମ୍ବର ୦୯୧୧୬/୦୯୧୧୫ କୁ ୨୧ ରୁ ୨୩ ମାର୍ଚ୍ଚକୁ ବାତିଲ କରାଯାଇଛି ।
>> ୨୦ ମାର୍ଚ୍ଚରେ ଅହମ୍ମଦାବାଦ ଓ ଗାନ୍ଧୀଧାମ ମଧ୍ୟରେ ଟ୍ରେନ୍ ନମ୍ବର ୦୨୯୭୪ ଆଂଶିକ ବାତିଲ ହୋଇଛି ।
>> ଟ୍ରେନ୍ ନମ୍ବର ୦୨୯୭୩ କୁ ୨୪ ମାର୍ଚ୍ଚ ୨୦୨୧ ରେ ଗାନ୍ଧୀଧାମ୍ ଓ ଅହମ୍ମଦାବାଦ ମଧ୍ୟରେ ଆଂଶିକ ବାତିଲ ହୋଇଛି ।

ଡାଇଭର୍ଟ ହୋଇଥିବା ଟ୍ରେନର ତାଲିକା
>> ଟ୍ରେନ୍ ନମ୍ବର ୦୪୩୧୧ ବରେଲି-ଭୁଜ୍ ପାଲାନପୁର-ଭିଲାଡି-ସମଖିଆଲିରୁ ମାର୍ଚ୍ଚ ୨୦ ଓ ୨୩ ରୁ ଚାଲିବ ।
>> ୨୩ ଓ ୨୪ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଟ୍ରେନ୍ ନମ୍ବର ୦୪୩୨୨ ଭୁଜ୍-ବରେଲି ଯାହା ତାହା ସମାଖିଆଲି-ବିଲାଡି-ପଲାନପୁର ଦେଇ ଡାଇଭର୍ଟ ହେବ ଓ ଏହି ସେବା ୧୭.୦୫ ରେ ଭୁଜରୁ ପ୍ରସ୍ଥାନ କରିବ ।

ର୍ଟ ଟର୍ମିନେଟେଡ଼ ଟ୍ରେନ୍
>> ଟ୍ରେନ୍ ନମ୍ବର ୦୯୩୩୬ ଇନ୍ଦୋର-ଗାନ୍ଧୀଧାମକୁ ୨୧ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହେବାକୁ ଥିବା ସେବା ଅହମ୍ମଦାବାଦରେ ସମାପ୍ତ କରାଯିବ । ଅହମ୍ମଦାବାଦ ଓ ଗାନ୍ଧିନଗର ମଧ୍ୟରେ ଏହା ବାତିଲ ହୋଇ ରହିବ ।
>> ଟ୍ରେନ୍ ନମ୍ବର ୦୯୩୩୫ ଗାନ୍ଧୀଧାମ୍-ଇନ୍ଦୋର ବିଶେଷ ୨୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହେବାକୁ ସେବା ଅହମ୍ମଦାବାଦରେ ସମାପ୍ତ କରାଯିବ। ଗାନ୍ଧୀଧାମ୍ ଓ ଅହମ୍ମଦାବାଦ ମଧ୍ୟରେ ଏହି ଟ୍ରେନ୍ ବାତିଲ ରହିବ ।
>> ଟ୍ରେନ୍ ନମ୍ବର ୦୯୦୦୩ କୁ ୨୧ ମାର୍ଚ୍ଚ ୨୦୨୧ ରେ ଅହମ୍ମଦାବାଦ ଓ ଭୁଜ ମଧ୍ୟରେ ବାତିଲ ରହିବ ।
>> ଟ୍ରେନ୍ ନମ୍ବର ୦୯୦୦୪ ଭୁଜ-ବାନ୍ଦ୍ରା ଟର୍ମିନାସ୍ ୨୨ ମାର୍ଚ୍ଚ ୨୦୨୧ ରେ ଭୁଜ୍ ଓ ଅହମ୍ମଦାବାଦ ମଧ୍ୟରେ ବାତିଲ୍ ରହିବ ।
>> ଟ୍ରେନ୍ ନମ୍ବର ୦୬୫୦୫ ଗାନ୍ଧୀଦମ୍ ଓ ଅହମ୍ମଦାବାଦ ମଧ୍ୟରେ ୨୩ ମାର୍ଚ୍ଚ ୨୦୨୧ ରେ ବାତିଲ ରହିବ ।
>> ଟ୍ରେନ୍ ନମ୍ବର ୦୧୧୯୨ ୨୨ ମାର୍ଚ୍ଚରେ ଅହମ୍ମଦାବାଦ ଓ ଭୁଜ ମଧ୍ୟରେ ବାତିଲ ରହିବ ।
>> ଟ୍ରେନ୍ ନମ୍ବର ୦୧୧୯୧ ୨୪ ମାର୍ଚ୍ଚ ୨୦୨୧ ରେ ଭୁଜ୍ ଓ ଅହମ୍ମଦାବାଦ ମଧ୍ୟରେ ବାତିଲ୍ ରହିବ ।
Published by: Jagdish Barik
First published: March 21, 2021, 12:34 PM IST