News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ସବୁଦିନ ଟ୍ରେନରେ ଯାତ୍ରା କରନ୍ତି କିମ୍ବା ଭବିଷ୍ୟତରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି । ତେବେ କହିରଖୁଛୁ ଯେ ବର୍ତ୍ତମାନ ଟ୍ରେନରେ କିମ୍ବା ଷ୍ଟେସନ ପରିସରରେ ଧୂମପାନ କରିବା ଆପଣଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିପାରେ । ଭାରତୀୟ ରେଳ ବର୍ତ୍ତମାନ ଟ୍ରେନରେ ଧୂମପାନକାରୀଙ୍କ ଉପରେ କଟକଣା ଲଗାଇବାକୁ ଯୋଜନା କରୁଛି । ଏହି ଯୋଜନା ଅନୁଯାୟୀ ଯଦି ଟ୍ରେନରେ କେହି ଧୂମପାନ କରୁଛନ୍ତି, ତେବେ ଜୋରିମାନା ସହିତ ତାଙ୍କୁ ଗିରଫ ମଧ୍ୟ କରାଯିବ । ଯେଉଁମାନେ ସିଗାରେଟ୍ କିମ୍ବା ବିଡ଼ି ଟାଣୁଛନ୍ତି ସେମାନଙ୍କୁ ବର୍ତ୍ତମାନ ଜେଲର ପବନ ଖାଇବାକୁ ପଡିବ । ଟ୍ରେନରେ ଧୂମପାନ କରୁଥିବା ଓ ନିୟମ ଭାଙ୍ଗୁଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ଭାରତୀୟ ରେଳବାଇ ଦୃଢ଼ ସଜ୍ଜା ଦେବା ମନୋଭାବରେ ଅଛି । ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ରେଳ ମନ୍ତ୍ରଣାଳୟ ଭାରି ଦଣ୍ଡବିଧାନ କରିବାକୁ ପ୍ରସ୍ତୁତ ହେଉଛି ।
ଜାଣନ୍ତୁ ଏହି ପଦକ୍ଷେପ ପଛରେ କାରଣ କ’ଣ ରହିଛିବାସ୍ତବରେ ୧୩ ମାର୍ଚ୍ଚରେ ନୂଆଦିଲ୍ଲୀ-ଦେହରାଡୁନ ଶତାବ୍ଦୀ ସ୍ପେଶାଲ ଟ୍ରେନର S5 ଅଗ୍ନିକାଣ୍ଡ (New Delhi-Dehradun Shatabdi Special train)ପରେ ରେଳ ମନ୍ତ୍ରଣାଳୟ ଏହି ନିୟମକୁ ଅଧିକ କଡାକଡି କରିବାକୁ ଯାଉଛି । ଅନେକ ରିପୋର୍ଟରୁ ଜଣାପଡିଛି ଯେ ଟ୍ରେନର ଘଟଣାସ୍ଥଳରେ ଅନେକ ସିଗାରେଟ ବଟ ମିଳିଛି । କୁହାଯାଏ ଯେ ଟ୍ରେନର ଡଷ୍ଟବିନରେ ସିଗାରେଟ ଫିଙ୍ଗିବା ଦ୍ୱାରା ଏଥିରେ ଫିଙ୍ଗି ଦିଆଯାଇଥିବା ଟିସୁ ପେପରରେ ନିଆଁ ଲାଗିଯାଇଥିଲା । ଯେଉଁଥିପାଇଁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ ରେଳ ମନ୍ତ୍ରଣାଳୟ ଧୂମପାନ ଉପରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଜରିମାନା ପରିମାଣ ମାତ୍ର ୧୦୦ ଟଙ୍କା ରହିଛିରେଳ ମନ୍ତ୍ରୀ ପୀୟୁଷ ଗୋୟଲ ନିର୍ଦ୍ଦେଶ ଦେଇଛନ୍ତି ଯେ ରେଳ କର୍ତ୍ତୃପକ୍ଷ ଟ୍ରେନ ଓ ଷ୍ଟେସନ ପରିସରରେ ଧୂମପାନ କରୁଥିବା ଯାତ୍ରୀଙ୍କୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଉଚିତ। ରେଳ ମନ୍ତ୍ରୀ କହିଛନ୍ତି ଯେ ଟ୍ରେନରେ ଧୂମପାନ କରିବା ଦ୍ୱାରା ଯାତ୍ରୀଙ୍କ ଜୀବନ ବିପଦରେ ପଡିଛି । ରେଳ ଆଇନର ଧାରା ୧୬୭ ଅନୁଯାୟୀ ଟ୍ରେନରେ ଧୂମପାନ କରିବା ଅପରାଧ ଅଟେ । କିନ୍ତୁ ଏଥିପାଇଁ ଦଣ୍ଡ ମାତ୍ର ୧୦୦ ଟଙ୍କା ରହିଛି । ସରକାର ଏହାକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଏଥି ସହିତ ସରକାର ମଧ୍ୟ ଏହି ଅପରାଧ ପାଇଁ ଜେଲ୍ ବ୍ୟବସ୍ଥା କରିପାରନ୍ତି । ବର୍ତ୍ତମାନ ଯଦି ଟ୍ରେନରେ କେହି ଧୂମପାନ କରୁଛନ୍ତି ତେବେ ତାଙ୍କୁ ଜରିମାନା କରାଯାଇପାରେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।