ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କଲା; ଏବେ ମିଳିବ ନାହିଁ ଅଣସଂରକ୍ଷିତ ଟିକେଟ୍, କେବଳ ଚାଲିବ ସମ୍ପୂର୍ଣ୍ଣ ସଂରକ୍ଷିତ ଟ୍ରେନ୍
ରେଳ ମନ୍ତ୍ରଣାଳୟ (Ministry of Railways) କହିଛି ଯେ ଏବେ କିଛି ଜୋନରେ ସବ-ଅର୍ବାନ ଟ୍ରେନ୍ (Sub-Urban Trains) ଓ କେତେକ ଜୋନରେ ସୀମିତ ସଂଖ୍ୟକ ସ୍ଥାନୀୟ ଲୋକାଲ ପାସେଞ୍ଜର ଟ୍ରେନ୍ ପାଇଁ ଅଣସଂରକ୍ଷିତ ଟିକେଟ୍ ଜାରି କରିବାକୁ ଅନୁମୋଦନ ଦିଆଯାଇଛି । ଏହା ବ୍ୟତୀତ ସମସ୍ତ କ୍ଲୋନ ଓ ଫେଷ୍ଟିଭାଲ୍ ସ୍ପେଶାଲ ଓ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ କେବଳ ସଂରକ୍ଷିତ ବର୍ଗର ଟିକେଟ୍ ଦିଆଯିବ ।

ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କଲା; ଏବେ ମିଳିବ ନାହିଁ ଅଣସଂରକ୍ଷିତ ଟିକେଟ୍
- News18 Odia
- Last Updated: December 13, 2020, 8:39 PM IST
ନୂଆ ଦିଲ୍ଲୀ: ଭାରତୀୟ ରେଳବାଇ (Indian Railways) ଅଣସଂରକ୍ଷିତ ଟିକେଟ୍ (Unreserved Tickets) ଜାରି କରିବାକୁ ଅସ୍ୱୀକାର କରିବାବେଳେ ସ୍ପଷ୍ଟ କରିଛି ଯେ ସମସ୍ତ ଏକ୍ସପ୍ରେସ, କ୍ଲୋନ୍ ଓ ଫେଷ୍ଟିଭାଲ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନୀତିରେ ପରିବର୍ତ୍ତନ କରାଯାଇ ନାହିଁ । ସମ୍ପ୍ରତି ସମସ୍ତ ଟ୍ରେନ୍ ସମ୍ପୂର୍ଣ୍ଣ ସଂରକ୍ଷିତ ଟ୍ରେନ୍ ପରି ଚାଲିବ । ରେଳ ମନ୍ତ୍ରଣାଳୟ (Ministry of Railways) ସୂଚନା ଦେଇଛି ଯେ ଜୋନ୍ ରେଳବାଇକୁ ଅଣସଂରକ୍ଷିତ ଟିକେଟ୍ ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି । ଏହା ଅଧୀନରେ ସବ-ଅର୍ବାନ ଟ୍ରେନ୍ (Sub-Urban Trains) ଏବଂ ସୀମିତ ଲୋକାଲ ପାସେଞ୍ଜର ଟ୍ରେନ୍ ପାଇଁ ଅଣସଂରକ୍ଷିତ ଟିକେଟ୍ ଜାରି କରିବାକୁ ଅନୁମୋଦନ ଦିଆଯିବ ।
ମନ୍ତ୍ରଣାଳୟ କହିଛି, କେବଳ ସଂପୂର୍ଣ୍ଣ ସଂରକ୍ଷିତ ଟ୍ରେନ୍ ଚାଲିବ
ରେଳ ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ନୀତି ଅନୁଯାୟୀ ବର୍ତ୍ତମାନ ସମସ୍ତ ମେଲ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ଫେଷ୍ଟିଭାଲ ସ୍ପେସିଆଲ ଓ କ୍ଲୋନ ସ୍ପେଶାଲ ଟ୍ରେନ ସମ୍ପୂର୍ଣ୍ଣ ସଂରକ୍ଷିତ ଟ୍ରେନ ଭାବରେ ଚଲାଯାଉଛି । ଅନ୍ୟ ଅର୍ଥରେ ଏହି ଟ୍ରେନ୍ଗୁଡ଼ିକ ପାଇଁ ବର୍ତ୍ତମାନ ସଂରକ୍ଷିତ ଟିକେଟ୍ ଦିଆଯାଉଛି । ବର୍ତ୍ତମାନ କେବଳ ସବ-ଅର୍ବାନ ଟ୍ରେନ୍ ଓକେତେକ ଜୋନରେ ସୀମିତ ସଂଖ୍ୟକ ସ୍ଥାନୀୟ ଲୋକାଲ ପାସେଞ୍ଜର ଟ୍ରେନ୍ ପାଇଁ ଅଣସଂରକ୍ଷିତ ଟିକେଟ୍ (Unreserved Tickets) ଜାରି କରିବାକୁ ଅନୁମୋଦନ ଦିଆଯାଇଛି ।
ରେଳବାଇ କ୍ରମାଗତ ଭାବରେ ଯାତ୍ରା ନିୟମ ପରିବର୍ତ୍ତନ କରୁଛି
ଗୁଜୁରାଟରେ ୧୦୭ ବର୍ଷ ପୁରୁଣା ରେଳ ଲାଇନ ବନ୍ଦ ରହିବ
ଏଥି ସହିତ ଦକ୍ଷିଣ ଗୁଜୁରାଟରେ ୧୦୭ ବର୍ଷ ଧରି ଚାଲୁଥିବା ଏକ ସର୍ଟ ଲାଇନ ରେଳ ସେବା ବନ୍ଦ ରହିବ ବୋଲି ଆଶା କରାଯାଉଛି । ଏହି ଲାଇନ ହେଉଛି ବିଲିମୋରା-ୱାଗାଇର ଐତିହ ରେଳ ମାର୍ଗ । ପଶ୍ଚିମ ରେଳ ଜୋନର ୧୧ ଟି ଶାଖା ରେଳ ଲାଇନ ମଧ୍ୟରୁ ଏହି ମାର୍ଗ ହେଉଛି । ଯାହାକୁ ରେଳ ମନ୍ତ୍ରଣାଳୟ ଏକ ଅଣ-ଲାଭ ଲାଇନ ବୋଲି ବିବେଚନା କରେ । ନିକଟରେ ରେଳ ମନ୍ତ୍ରଣାଳୟ ସେମାନଙ୍କୁ ସବୁଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ୧୯୧୩ ମସିହାରେ ବ୍ରିଟିଶମାନେ ବିଲିମୋରା-ୱାଗାଇ ସର୍ଟ ଲାଇନ ଟ୍ରେନ୍ ସେବା ଆରମ୍ଭ କରିଥିଲେ । ଅଧିକାଂଶ ଆଦିବାସୀ ଏହାକୁ ବ୍ୟବହାର କରିଥିଲେ । କୋଭିଡ -୧୯ ମହାମାରୀ ଆସିବା ପରେ ଏହି ସର୍ଟ ଲାଇନ ଟ୍ରେନ ସେବା କ୍ଷତିଗ୍ରସ୍ତ ହୋଇଛି ।