Railway Budget 2021: ବଜେଟରେ ରେଳବାଇକୁ ନେଇ ଘୋଷଣା; ଟ୍ରାକରେ ନଜର ଆସିବ ଅନେକ ନୂଆ ଓ ଆଧୁନିକ କୋଚ୍
Railway Budget 2021: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ରେଳ ସମ୍ବନ୍ଧୀୟ ଅନେକ ବଡ଼ ଘୋଷଣା କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି କରୋନା ମହାମାରୀ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ।

ବଜେଟରେ ରେଳବାଇକୁ ନେଇ ଘୋଷଣା
- News18 Odia
- Last Updated: February 1, 2021, 12:13 PM IST
ରେଳ ବଜେଟ୍ ୨୦୨୧: ଅର୍ଥ ମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ ବଜେଟରେ ରେଳବାଇକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪୬ ହଜାର କିଲୋମିଟର ରେଳ ଲାଇନରେ ଟ୍ରେନ୍ ବିଦ୍ୟୁତ୍ ସହିତ ଚାଲିବ ବୋଲି ବଜେଟ୍ ଭାଷଣରେ ଅର୍ଥ ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ NRP (National Rail Plan) ୨୦୨୩ ର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି କହିଥିଲେ । ଦେଶରେ କେବଳ ଗୋଟିଏ ନିର୍ମାଣଧୀନ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଅଛି । ଯାହା ମୁମ୍ବାଇରୁ ଅହମ୍ମଦାବାଦ ସହିତ ସଂଯୋଗ କରିବ । ନିର୍ମଳା ସୀତାରମଣ ମଧ୍ୟ ତୃତୀୟ ଥର ସାଧାରଣ ବଜେଟ୍ ।
ଅର୍ଥ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି
>> ୪୬ ହଜାର କିଲୋମିଟର ରେଳ ଲାଇନରେ ଟ୍ରେନ୍ ଚଳାଚଳ କରିବ
>> ୨୦୩୦ କୁ ବିଚାରକୁ ନେଇ ଜାତୀୟ ରେଳ ଯୋଜନା ଉପରେ ଦ୍ରୁତଗତିରେ କାର୍ଯ୍ୟ କରାଯିବ
>> ପର୍ଯ୍ୟଟନ ରେଳ ଟ୍ରାକରେ ନୂତନ ଓ ଆଧୁନିକ କୋଚ୍ ଚଳାଚଳ କରିବ
>> ଚେନ୍ନାଇ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୬୩ ହଜାର କୋଟି ଆବଣ୍ଟିତ ହେବ