News18 Odia Digital
ଦିସପୁର: ଆସାମ ବିଧାନସଭା ନିର୍ବାଚନ ୨୦୨୧କୁ (Assam Assembly Election 2021) ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଳ ଗାନ୍ଧୀ (Rahul Gandhi) ଶୁକ୍ରବାର ଦିନ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ରାହୁଳ କହିଛନ୍ତି କଂଗ୍ରେସ ସୁନିଶ୍ଚିତ କରିବ ଯେ ଆସାମରେ ନାଗରିକତା ଆଇନ (ସଂଶୋଧିତ) ଲାଗୁ ହେବ ନାହିଁ ।
ଦିବୃଗଡ଼ରେ ରାହୁଳ ଗାନ୍ଧୀ କହିଛନ୍ତି, ‘‘ଏବେ ଅନେକ ଲୋକଙ୍କୁ ଲାଗୁଛି ଯେ ଦେଶରେ ଗଣତନ୍ତ୍ର ହ୍ରାସ ପାଉଛି । ଯୁବକମାନେ ବେକାର ବୁଲୁଛନ୍ତି, କୃଷକମାନେ ଆନ୍ଦୋଳନ କରୁଛନ୍ତି, ଦେଶରେ CAA ଅଛି । ଯଦି ସେମାନେ (ବିଜେପି) କେନ୍ଦ୍ରରେ ସରକାରରେ ଅଛନ୍ତି, ତେବେ ସେମାନେ ଆସାମବାସୀଙ୍କୁ ନିଜ ସଂସ୍କୃତି ଓ ଭାଷା ଭୁଲିଯିବାକୁ କହିପାରିବେ ନାହିଁ । ନାଗପୁରରେ ଜନ୍ମିତ ଏକ ଶକ୍ତି ସମଗ୍ର ଦେଶକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: ତୀବ୍ର ବେଗରେ ବାଇକ୍ ଚଳାଉଥିଲେ; ବ୍ୟାରିକେଡରେ ପିଟିହେବାରୁ ୨ ଯୁବକଙ୍କ ମୃତ୍ୟୁ ହେଲା‘‘ଗଣତନ୍ତ୍ରର ଅର୍ଥ ହେଉଛି ଆସାମର ସ୍ୱର ଆସାମରେ ଶାସନ କରିବ । ଯଦି ଆମେ ଛାତ୍ରମାନଙ୍କୁ ଅନ୍ତର୍ଭୁକ୍ତ କରିବା ନାହିଁ, ତାହେଲେ ଏହା ଗଣତନ୍ତ୍ର ହୋଇପାରିବ ନାହିଁ । ଯୁବକମାନେ ସକ୍ରିୟ ଭାବରେ ରାଜନୀତିରେ ଅଂଶ ଗ୍ରହଣ କରିବା ସହ ଆସାମ ପାଇଁ ଲଢ଼ିବା ଉଚିତ୍ । ଆପଣମାନଙ୍କୁ ପଥର ଓ ବାଡ଼ି଼ ଧରି ନୁହେଁ, ପ୍ରେମ ସହିତ ଲଢ଼ିବାକୁ ପଡି଼ବ,’’ କହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ । ସେ କଲେଜ ଛାତ୍ରମାନଙ୍କୁ କହିଛନ୍ତି ଯେ ଲୋକଙ୍କୁ ଭାଗ ଭାଗ କରିଦେବା ପାଇଁ ବିଜେପି ଚାରି ଆଡ଼େ ଘୃଣା ପ୍ରସାର କରୁଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ଓ ତାଙ୍କ ସ୍ୱାମୀରାହୁଳ ଗାନ୍ଧୀ, ଯିଏ ଏବେ କେରଳର ୱାୟାନାଡ଼ରୁ ସାଂସଦ ଅଛନ୍ତି, ସେ ଆହୁରି କହିଛନ୍ତି ଯେ ଏବେ ଦେଶରେ ବିମାନ ବନ୍ଦରରେ ଯାହା ଘଟୁଛି ତାହା ଚା’ ବଗିଚାରେ ମଧ୍ୟ ଘଟୁଛି । ‘‘ଯେତେବେଳେ ଆମ ସରକାର ଥିଲା (କଂଗ୍ରେସ), ଆମେ ଆସାମକୁ ସୁରକ୍ଷା ଦେଇଥିଲୁ । ହଜାର ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦେଇଥିଲୁ । ଆଉ ବିନିଯୋଗ ନୀତି ବନେଇଥିଲୁ ଯେଉଁଥିରେ ଯଦି କେହି ବିନିଯୋଗ କରିବାକୁ ଚାହାଁନ୍ତି ତାହେଲେ ଆମେ ତାଙ୍କୁ ସବସିଡି ଦେଉଥିଲୁ । ହେଲେ ସେହି ନୀତିକୁ ବାତିଲ କରିଦିଆଗଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି ଉପର୍ବାଚନ ପାଇଁ ବାଜିଲା ବିଗୁଲ୍; ଏପ୍ରିଲ ୧୭ରେ ଭୋଟିଂ; କିଏ ବାଜି ମାରିବ ଏ ଥର?‘‘ଆପଣମାନଙ୍କୁ ବିଭାଜିତ କରାଯାଉଛି । ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ବିରୁଦ୍ଧରେ ଲଢ଼େଇ କରାଇ, ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣଙ୍କ ବିରୁଦ୍ଧରେ ଲଢ଼ିବାକୁ ବାଧ୍ୟ କରାଇ, ତା’ ପରେ ଆପଣମାନଙ୍କ ପାଖରେ ଯାହା ଅଛି ତାହା ଆପଣଙ୍କ ଠାରୁ ଛଡ଼ାଇନିଆଯାଉଛି ଓ ଆପଣମାନଙ୍କ ଶିଳ୍ପ ସଂସ୍ଥା ସବୁକୁ ବନ୍ଧୁମାନଙ୍କୁ ଦେଇଦିଆଯାଉଛି,’’ କହିଛନ୍ତି ରାହୁଳ ଗାନ୍ଧୀ ।
କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ଆହୁରି କହିଛନ୍ତି, ‘‘ଭାରତରେ ବିଭିନ୍ନ ଭାଷା ଅଛି । ଆପଣଙ୍କର ବି ନିଜର ଏକ ଭାଷା ଅଛି, ଯେପରିକି ତାମିଲ ନାଡୁରେ ତାମିଲ, ବେଙ୍ଗଲରେ ବଙ୍ଗଳା । ଏହି ଅଲଗା ଅଲଗା ଭାଷା, ଧର୍ମ ଓ ଲୋକଙ୍କ ମଧ୍ୟରେ ଖୋଲା କଥାବାର୍ତ୍ତାକୁ ହିଁ ଆମେ ହିନ୍ଦୁସ୍ତାନ ବୋଲି କହୁ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।