ଗୋଟିଏ ଦେଶରେ ୨ଟି ଭାରତକୁ ଆମେ ସ୍ୱୀକାର କରିବୁନି: ରାହୁଲ ଗାନ୍ଧି

ବର୍ତ୍ତମାନ ଗୋଟିଏ ଭାରତରେ ପୁଞ୍ଜିପତିଙ୍କୁ ୬% ସୁଧରେ ଋଣ ଦିଆହେଉଛି ଓ କୋଟି କୋଟି ଟଙ୍କା ଋଣ ଛାଡ ହେଉଛି। ଆଉ ଗୋଟିଏ ଭରାତରେ ଚାଷୀଙ୍କଠୁ ୨୪% ସୁଧରେ ଋଣରେ ଦିଆଯାଉଛି ଓ ସେମାନେ ଦୁଃଖରେ ଜୀବନ ବିତାଉଛନ୍ତି।

ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଙ୍ଗାଲୋର: ଗୋଟିଏ ଦେଶରେ ଦୁଇଟି ଭାରତ ଗ୍ରହଣ କରାଯିବ ନାହିଁ। 'ଭାରତ ଯୋଡ ଯାତ୍ରା'ର ୩୦ତମ ଦିନରେ ରାହୁଲ ଗାନ୍ଧି ଏକ ଟ୍ୱିଟ କରି ଏପରି କହିଛନ୍ତି।

ସେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ। ନୂତନ ଶିକ୍ଷା ନୀତି ସମ୍ବନ୍ଧରେ ରାହୁଲ ଅନେକ ଶିକ୍ଷାବିତଙ୍କୁ ମଧ୍ୟ ଭେଟିଥିଲେ।

ରାହୁଲ ଟ୍ୱିଟ୍ କରି କହିଛନ୍ତି, 'ଗତକାଲି ମୁଁ ଜଣେ ମହିଳାଙ୍କୁ ଭେଟିଥିଲି, ତାଙ୍କ କୃଷକ ସ୍ୱାମୀ ୫୦ହଜାର ଟଙ୍କା ଋଣ ଯୋଗୁଁ ଆତ୍ମହତ୍ୟା କରିଥିଲେ। ଗୋଟିଏ ଭାରତରେ ପୁଞ୍ଜିପତି ବନ୍ଧୁମାନଙ୍କୁ ୬ ପ୍ରତିଶତ ସୁଧ ଓ କୋଟିଏ ଟଙ୍କା ଋଣ ଛାଡ଼ ହେଉଛି। ଆଉ ଏକ ଭାରତରେ ଅନ୍ନଦାତାଙ୍କ ପାଇଁ ୨୪ ପ୍ରତିଶତ ସୁଧରେ ଋଣ ଓ ସେମାନଙ୍କୁ ଯନ୍ତ୍ରଣା ଭରା ଜୀବନ ବିତାଇବାକୁ ପଡ଼ୁଛି। ଶିଳ୍ପପତିଙ୍କ ଋଣ ଛାଡ ଓ କୃଷକଙ୍କ ଆତ୍ମହତ୍ୟା ସହ ଜଡିତ ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧି ଶୁକ୍ରବାର ଦିନ କହିଛନ୍ତି।
Published by:Soumya Das
First published: