News 18 Odia Digital
ନୂଆଦିଲ୍ଲୀ; ଯେତେବେଳେ ରାହୁଲ ଗାନ୍ଧିଙ୍କ (Rahul gandhi) ଭାରତ ଯୋଡ ଯାତ୍ରା ବିଷୟରେ ପଚରାଗଲା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi adityanath) କହିଛନ୍ତି, ୧୯୪୭ ପରଠାରୁ କଣ କରୁଛନ୍ତି? ଜାତି, ଧର୍ମ , ଅଞ୍ଚଳ ତଥା ଭାଷା ଆଧାରରେ ଏହି ଦେଶରେ ବିଭାଜନ କେବଳ କଂଗ୍ରେସର (Congress) ଉପହାର । ତେଣୁ ସେ ଯାହା ପାଇଛନ୍ତି, ତାହା ହିଁ ତ ସେ ଦେଶକୁ ଦେଉଛନ୍ତି । ସେମାନେ ବର୍ତ୍ତମାନ ଏହା ହିଁ କରୁଛନ୍ତି । ଯଦି ରାହୁଲ ଜୀ ନିଜର ନକାରାତ୍ମକତା ଛାଡିଥାନ୍ତେ, ତେବେ କଂଗ୍ରେସ ଏହାର ଲାଭ ପାଇଥାନ୍ତା। କିନ୍ତୁ ତାଙ୍କର ନକାରାତ୍ମକତା ତାଙ୍କର ସମସ୍ତ ପ୍ରୟାସକୁ ନଷ୍ଟ କରିଦେବ । ଭିଡ଼ ଦ୍ୱାରା କୌଣସି କାର୍ଯ୍ୟକ୍ରମର ସଫଳତାକୁ ବିଚାର କରାଯାଇପାରିବ ନାହିଁ । ଯେକୌଣସି କାର୍ଯ୍ୟକ୍ରମର ସଫଳତା ସାଧାରଣ ଲୋକ ଏହାକୁ କିପରି ଗ୍ରହଣ କରିଛନ୍ତି ଓ ସାଧାରଣ ଲୋକଙ୍କ ଉପରେ ଏହାର କି ପ୍ରଭାବ ପଡିଛି ତାହା ଉପରେ ନିର୍ଭର କରେ । ପ୍ରତ୍ୟେକ ଦଳ ନିଜସ୍ୱ କାର୍ଯ୍ୟକ୍ରମ କରିବାକୁ ସ୍ଵତନ୍ତ୍ର, କିନ୍ତୁ ଏହାର ଉଦ୍ଦେଶ୍ୟ କ’ଣ ସେମାନେ ଦେଶକୁ ମଧ୍ୟ କହିବା ଉଚିତ୍।
ଉତ୍ତରପ୍ରଦେଶରେ ମଧ୍ୟ ଜାତି ସର୍ଭେକ୍ଷଣ ହେବ କି? ଜାଣନ୍ତୁ CM ଯୋଗୀ ଆଦିତ୍ୟନାଥଙ୍କ ଉତ୍ତରଉତ୍ତରପ୍ରଦେଶରେ ଜାତି ସର୍ବେକ୍ଷଣ ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜନଗଣନା ରାଜ୍ୟ ସରକାରଙ୍କ ବିଷୟ ନୁହେଁ। ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଆସେ । କେନ୍ଦ୍ର ସରକାର ଓ ଜନଗଣନା ଆୟୋଗ ଯାହା ନିଷ୍ପତ୍ତି ନେବେ, ଉତ୍ତରପ୍ରଦେଶ ସରକାର ମଧ୍ୟ ତାହାକୁ ଅନୁସରଣ କରିବେ।
ବିଜେପି ୨୦୨୪ରେ ଉତ୍ତରପ୍ରଦେଶରେ ୨୦୧୯ଠାରୁ ଅଧିକ ଆସନ ପାଇବ: ଯୋଗୀ ଆଦିତ୍ୟନାଥବିଜେପି ୨୦୧୪ ରେ ୟୁପିରେ ୭୧ ଟି ସିଟ୍, ୨୦୧୯ ରେ ୬୧ ଟି ସିଟରେ ଜିତିଥିଲା ... ଆପଣ ୨୦୨୪ ରେ ବିଜେପିକୁ କେତେ ସିଟ୍ ଦେବେ? ଏହାର ଉତ୍ତରରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୨୦୨୪ ମସିହାରେ ବିଜେପି ୨୦୧୯ ତୁଳନାରେ ଏଠାରେ ଅଧିକ ଆସନ ପାଇବ ଓ ଭଲ ପ୍ରଦର୍ଶନ କରିବ। ବିରୋଧୀ ଦଳର ଏକତା ଉପରେ ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଏହି ପ୍ରଚେଷ୍ଟା ହୋଇସାରିଛି।
ଜାତି ନା' ରେ ବିଭାଜନ ସୃଷ୍ଟି କରିଥିବା ଲୋକଙ୍କୁ ୟୁପିର ଲୋକମାନେ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି- ଯୋଗୀ ଆଦିତ୍ୟନାଥରାମଚରିତମାନସ ଉପରେ ସୃଷ୍ଟି କରିଥିବା ବିବାଦ କ'ଣ ଦଳିତ ଏବଂ ଓବିସିଙ୍କୁ ସାଙ୍ଗରେ ଆଣିବା ପାଇଁ ବିରୋଧୀଦଳର ରଣନୀତିର ଏକ ଅଂଶ ? ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶର ଲୋକମାନେ ବହୁ ବିଭାଜନର ସମ୍ମୁଖୀନ ହୋଇଛନ୍ତି ଓ ବିଭାଜନ ହେତୁ ପରିଚୟ ସଙ୍କଟର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ୟୁପିର ଲୋକମାନେ ଏହି ବିଭାଜନକାରୀଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୪, ୨୦୧୭, ୨୦୧୯ରେ ପ୍ରତ୍ୟାଖ୍ୟାନ ଓ ୨୦୨୨ ରେ ମଧ୍ୟ ଏହାର ଉତ୍ତର ଦିଆଯାଇଛି ।
ଏହି ଖବର ପଢ଼ନ୍ତୁ -
http://ଅଭିନେତା ସାତ୍ୟକି ମିଶ୍ରଙ୍କୁ ନେଇ ଭାଇରାଲ ହେଉଛି ଖବର; ଜାଣନ୍ତୁ ସତ କଣ ?ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।