News 18 Odia Digital
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ (rahul gandhi) ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଛି । ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି ।୨୦୧୯ରେ ନିର୍ବାଚନୀ ସଭାରେ ଆପତ୍ତିଜନକ ଟିପ୍ପଣୀ ରଖିଥିଲେ ରାହୁଲ । କର୍ଣ୍ଣାଟକରେ (Karnataka) ‘ମୋଦି ସାଙ୍ଗିଆ’କୁ ନେଇ ଦେଇଥିଲେ ଟିପ୍ପଣୀ । ରାହୁଲଙ୍କ ଟିପ୍ପଣୀ ବିରୋଧରେ କୋର୍ଟ ଯାଇଥିଲା ବିଜେପି (bjp) । ସୁରତର ବିଜେପି ବିଧାୟକ ମାନହାନି ମୋକଦ୍ଦମା ଦାଏର କରିଥିଲେ । ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ମୋକଦ୍ଦମା କରିଥିଲେ । ସୁରତ କୋର୍ଟ (court) ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
କେରଳ ୱାଏନାଡ୍ ଆସନରୁ ରାହୁଲ ସାଂସଦ ଅଛନ୍ତି । ସାଂସଦ ପଦ ରଦ୍ଦ ହେବା ପରେ ଅଡୁଆ ବଢ଼ିଛି । ରାହୁଲ୍ ୨୦୨୪ ନିର୍ବାଚନ (election) ଲଢ଼ିବା ନେଇ ସସ୍ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଜେଲ୍ ଦଣ୍ଡ ବିରୋଧରେ ଉପରକୋର୍ଟକୁ ଯାଇପାରନ୍ତି ରାହୁଲ । ଆଜି ସଂଧ୍ୟା ୫ଟାରେ କଂଗ୍ରେସ ଏକ ଜରୁରୀକାଳୀନ ବୈଠକ (meeting) ଡାକିଛି । ଦଳର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ଆଲୋଚନା (discussion) ହୋଇପାରେ ।
ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ (cm mamata banerjee) ।‘ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଭାରତରେ ଟାର୍ଗେଟ୍ରେ ବିରୋଧୀ’ । ‘ଅପରାଧରେ ଲିପ୍ତ ବିଜେପି ନେତା କ୍ୟାବିନେଟ୍ (cabinet)ରେ ରହୁଛନ୍ତି’ ‘ବିରୋଧୀ ନେତାଙ୍କୁ ପଦଚ୍ୟୁତ ଓ ମୁହଁ ବନ୍ଦ କରାଯାଉଛି’ । ‘ଦେଶରେ ସମ୍ବିଧାନର ଗଣତନ୍ତ୍ରରେ ନୂଆ କରି ଦେଖିବାକୁ ମିଳିଛି’ ବୋଲି ମମତା ପ୍ରତିକ୍ରିୟା (reaction) ଦେଇଛନ୍ତି ।
ସେହିପରି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଟାର୍ଗେଟ (target) କରାଯାଉଛି ଓ ‘ରାହୁଲଙ୍କ ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଛି’ ବୋଲି ସେ କହିଛନ୍ତି । ଏଥିସହ ‘ରାହୁଲ ବିଭିନ୍ନ ସମୟରେ ସରକାରଙ୍କୁ (govt) ଟାର୍ଗେଟ କରୁଥିଲେ’ ‘ସରକାରଙ୍କୁ ଅଡୁଆରେ ପକାଉଥିବାରୁ ଏଭଳି କରାଯାଇଛି’ ବୋଲି ସିଂଘଭି କହିଛନ୍ତି ।
କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ରାହୁଲ ଗାନ୍ଧିଙ୍କର ସଦସ୍ୟତା ରଦ୍ଦ ହୋଇଛି । ଲୋକସଭା ସଚିବାଳୟ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଗତକାଲି ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ । ‘ମୋଦି ସରନେମ୍’ ମାମଲାରେ ୨ ବର୍ଷ ଦଣ୍ଡାଦେଶ କରିଥିଲେ କୋର୍ଟ । ଦଣ୍ଡାଦେଶ ପରେ ପରେ ରାହୁଲଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା ।
ଏହି ଖବର ପଢ଼ନ୍ତୁ-
ବାଗେଶ୍ୱର ଧାମ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ପରି ତାଙ୍କ ଶିଷ୍ୟ: ସମାନ ତରିକାରେ କରୁଛନ୍ତି ବୈଠକPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।