ସରକାରୀ ବାସଭବନ ଛାଡ଼ି ମା' ସୋନିଆଙ୍କ ଘରେ ରହିବେ ରାହୁଲ ଗାନ୍ଧି

Rahul Gandhi: ରାହୁଲ ଗାନ୍ଧି ତାଙ୍କ ମା' ସୋନିଆ ଗାନ୍ଧିଙ୍କ ସହ ୧୦ ଜନପଥରେ ଥିବା ତାଙ୍କ ଘରେ ରହିବେ।

ସରକାରୀ ବାସଭବନ ଛାଡ଼ି ମା' ସୋନିଆଙ୍କ ଘରେ ରହିବେ ରାହୁଲ ଗାନ୍ଧି

ସରକାରୀ ବାସଭବନ ଛାଡ଼ି ମା' ସୋନିଆଙ୍କ ଘରେ ରହିବେ ରାହୁଲ ଗାନ୍ଧି

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Rahul Gandhi: ରାହୁଲ ଗାନ୍ଧିଙ୍କ (Rahul Gandh) ସଂସଦ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ସରକାରୀ ବଙ୍ଗଳା (Govt Hosue) ଖାଲି କରିବାକୁ ଦିଆଯାଇଥିବା ନୋଟିସ୍ ଆଧାରରେ ରାହୁଲ ତାଙ୍କ ବଙ୍ଗଳା ଖାଲି କରିବା ଆରମ୍ଭ କରି ଦେଇଛନ୍ତି। ସେ ଖୁବ୍ ଶୀଘ୍ର ଯାଇ ତାଙ୍କ ମା' ସୋନିଆ ଗାନ୍ଧିଙ୍କ (Sonia Gandhi) ବାସଭବନରେ ରହିବେ।

ରାହୁଲ ଗାନ୍ଧି (Rahul Gandhi) ତାଙ୍କ ମା' ସୋନିଆ ଗାନ୍ଧିଙ୍କ (Sonia Gandhi) ସହ ୧୦ ଜନପଥରେ ଥିବା ଘରକୁ ରହିବାକୁ ଯିବେ। ସୂଚନା ଅନୁସାରେ, ରାହୁଲଙ୍କ ଘରର ଜିନିଷ ପତ୍ର ୧୦ ଜନପଥରେ ଥିବା ସୋନିଆ ଗାନ୍ଧିଙ୍କ ବାସଭବନକୁ ସ୍ଥାନାନ୍ତର କରାଯାଉଛି।

ଏଥି ସହିତ ରାହୁଲଙ୍କ କାର୍ଯ୍ୟାଳୟ ପାଇଁ ଏକ ନୂଆ ଘର ଖୋଜା ଚାଲିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲ ଗାନ୍ଧିଙ୍କୁ ତାଙ୍କ ସରକାରି ବଙ୍ଗଳା ଖାଲି କରିବାକୁ ନୋଟିସ ମିଳିଥିଲା।

ଏହାର ଜବାବରେ ସେ ସରକାରଙ୍କୁ ଲେଖିଥିଲେ, ‘‘ମୁଁ ୨୦୦୪ରୁ ଏହି ଘରେ ରହୁଛି, ତେଣୁ ଏହି ଘରେ ମୋର ଅନେକ ସ୍ମୃତି ଜୋଡି ହୋଇ ରହିଛି, କିନ୍ତୁ ଆପଣ ଯେଉଁ ପ୍ରସଙ୍ଗରେ ମୋତେ ଏହି ପତ୍ର ପଠାଇଛନ୍ତି, ତାହା ନିର୍ଦ୍ଧାରିତ ସମୟରେ ମୁଁ କରିଦେବି।’’

ରାହୁଲଙ୍କୁ ଏହି ନୋଟିସ ପଠାଯିବା ପରେ କଂଗ୍ରେସ ଦଳର ଅନେକ କର୍ମୀ ରାହୁଲଙ୍କୁ ଘର ଦେବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ନାମ ପ୍ରଥମରେ ଥିଲା।

ତେବେ ଖଡଗେ କହିଥିଲେ, ‘‘ଯଦି ରାହୁଲ ଚାହିଁବେ ସେ ତାଙ୍କ ମାଆଙ୍କ ସହିତ ରହିପାରିବେ, ଯଦି ସେଠାରେ ତାଙ୍କୁ ରହିବା ସହଜ ନହୁଏ ତେବେ ସେ ମୋ ଘରେ ରହିପାରିବେ। ମୁଁ ତାଙ୍କ ପାଇଁ ମୋ ଘରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଦେବି।’’

ପ୍ରକାଶ ଥାଉକ ମୋଦି ସରନେମ ଉପରେ ବିବାଦୀୟ ବୟାନ ଦେଇଥିବା ନେଇ ସୁରତ କୋର୍ଟରେ ଦାଖଲ ହୋଇଥିବା ଅପରାଧିକ ବଦନାମ ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜଜ୍ ତାଙ୍କୁ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଆର୍ଥିକ ଜୋରିମାନା ମଧ୍ୟ ଲଗାଇଛନ୍ତି। ତେବେ ଏହି ଘଟଣାକୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ପଢ଼ନ୍ତୁ ଏହି ଖବର:

RBI Repo Rate: ମିଳିଲା ବଡ଼ ଆଶ୍ବସ୍ତି; ଆଉ ଦେବାକୁ ପଡ଼ିବନି ଅଧିକ EMI

ଦଣ୍ଡାଦେଶ ପାଇବା ପରେ ରାହୁଲ ଗାନ୍ଧିଙ୍କୁ ଉଚ୍ଚ ନ୍ୟାୟାଳୟରେ ଅପିଲ୍ ଦାଖଲ କରିବା ପାଇଁ ସର୍ବାଧିକ ୩୦ ଦିନ ସମୟ ଦିଆଯାଇଥିଲା। କିନ୍ତୁ ସେ ଅପିଲ୍ ଆବେଦନ କରିବା ପୂର୍ବରୁ ହିଁ ନିଷ୍ପତ୍ତି ଘୋଷଣା ହେବାର ୧୨ ଘଣ୍ଟା ପରେ ଲୋକ ପ୍ରତିନିଧୀତ୍ୱ ଆଇନର ବ୍ୟବହାର କରି ସଂସଦର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଥିଲା। ଏହା ପରେ କଂଗ୍ରେସ ଦଳର କର୍ମୀମାନେ ବିଜେପି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲେ।
Published by:Lipina Das
First published: