News18 Odia Digital
Rahul Gandhi: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ (Karnataka election) ଐତାହାସିକ ବିଜୟ ପରଠାରୁ କଂଗ୍ରେସ (Congress) ନେତା ରାହୁଲ ଗାନ୍ଧିଙ୍କୁ (Rahul Gandhi) ପ୍ରଶଂସା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧି (Rahul Gandhi) ମେ ୩୦ରେ ଆମେରିକା (America) ଯିବେ। ରାହୁଲ ଆମେରିକାରେ (America) ୧୦ ଦିନ ରହିବେ।
ତେବେ ଆସନ୍ତୁ ଜାଣିବା ଏହି ୧୦ ଦିମ ମଧ୍ୟରେ ସେଠାରେ କଣ କାମ କରିବେ ରାହୁଲ...କଂଗ୍ରେସ ନେତାଙ୍କ ଏହି ଗସ୍ତ ମଧ୍ୟ ଚର୍ଚ୍ଚାରେ ରହିଛି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CM Narendra Modi) ମଧ୍ୟ ଜୁନ୍ ୨୨ରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି, କିନ୍ତୁ ଏହାପୂର୍ବରୁ ରାହୁଲ ଆମେରିକା ଯିବାକୁ ଯୋଜନା କରିଛନ୍ତି। ଏହି ସମୟ ମଧ୍ୟରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧି ଏକ ରାଲି ମାଧ୍ୟମରେ ନ୍ୟୁୟର୍କର ମ୍ୟାଡିସନ୍ ସ୍କୋୟାରରେ ୫ ହାଜର ଭାରତୀୟ ଯୋଗଦେବେ ଏବଂ ସେମାନଙ୍କୁ ସମ୍ବୋଧିତ କରିବେ।
ପ୍ୟାନେଲ ଆଲୋଚନାରେ ସାମିଲ ହେବେ ରାହୁଲଆମେରିକା ଗସ୍ତ ସମୟରେ ରାହୁଲ ଗାନ୍ଧି ୱାଶିଂଟନ୍ ଏବଂ କାଲିଫର୍ଣ୍ଣିଆରେ ପ୍ୟାନେଲ୍ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ସେ ଷ୍ଟାନଫୋର୍ଡ ୟୁନିଭରସିଟିରେ ବକ୍ତା ଭାବରେ ଲୋକମାନଙ୍କ ମଧ୍ୟରେ ଉପସ୍ଥିତ ରହିବେ।
ରାହୁଲ ଗାନ୍ଧିଙ୍କ ଏହି ଗସ୍ତରୁ ଅନେକ ଅର୍ଥ ବାହାର କରାଯାଇଛି କାରଣ ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ବାଇଟ ହାଉସର ଅତିଥି ଭାବରେ ସେଠାରେ ଉପସ୍ଥିତ ହେବାକୁ ଯାଉଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଡେନ ଏବଂ ତାଙ୍କ ପତ୍ନୀ ପିଏମ ମୋଦିଙ୍କୁ ସ୍ୱାଗତ କରିବେ। ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କରିବେ। ବୈଦେଶିକ ମନ୍ତ୍ରଣାଳୟ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରେସ ବୟାଜ ଜାରି କରିଥିଲା।
ପଢ଼ନ୍ତୁ ଏହି ଖବର: ଏହି ରାଜ୍ୟର କର୍ମଚାରୀଙ୍କୁ ଖୁସି ଖବର ଦେଲେ ସରକାର; ଖୁବ୍ ଶୀଘ୍ର ବଢ଼ିବ ମହଙ୍ଗା ଭତ୍ତାଲଣ୍ଡନ ଯାତ୍ରା ସମୟରେ ରାହୁଲଙ୍କୁ ନେଇ ହୋଇଥିଲେ ଚର୍ଚ୍ଚାକଂଗ୍ରେସ ନେତା ରାହୁଲ ଗାନ୍ଧି ଏହା ପୂର୍ବରୁ ଲଣ୍ଡନ ଗସ୍ତରେ ଯାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଦେଇଥିବା ବୟାନ ପାଇଁ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱୀ ଦଳ ରାହୁଲଙ୍କ ଉପରେ ବର୍ଷିଥିଲେ। ଭାରତୀୟ ଜନତା ଦଳର ବହୁ ବରିଷ୍ଠ ନେତା ରାହୁଲଙ୍କୁ କେମ୍ବ୍ରିଜରେ ଭାଷଣ ଦେଇ ସମାଲୋଚନା କରିଥିଲେ। କେବଳ ଏତିକି ନୁହେଁ, ସଂସଦରେ ମଧ୍ୟ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।