News18 Odia Digital
ନୂଆ ଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରବିବାର କହିଛନ୍ତି ଯେ ରାହୁଲ ଗାନ୍ଧି 'ଭାରତ ଯୋଡ ଯାତ୍ରା'ର ପ୍ରତୀକ ପାଲଟିଛନ୍ତି ଓ ଯାତ୍ରା ପରେ ତାଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିବ।
ଦିଗବିଜୟ ସିଂ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା 'ଭାରତ ଯୋଡ ଯାତ୍ରା'ରେ ଯୋଗ ଦେଇଛନ୍ତି। 'ପିଟିଆଇ'କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ଯାତ୍ରା ନିଶ୍ଚିତ ଭାବରେ ସକରାତ୍ମକ ଭାବେ ପ୍ରଭାବ ପକାଇଛି। ବହୁ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ଦୁର୍ଗମ ଅଞ୍ଚଳ ତଥା ଗ୍ରାମରେ ଏହି ପୁରାତନ ଦଳ ବିଷୟରେ ଆଲୋଚନା ହେଉଛି। ଲୋକମାନେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି ଯେ ରାହୁଲ ଗାନ୍ଧି ପୁରା ପଦଯାତ୍ରାରେ ଯୋଗ ଦେଉଛନ୍ତି।
ଏହି ଯାତ୍ରା ଦଳକୁ ମଜବୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି ଦିଗ ବିଜୟ। ସେ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସରେ ଆଦର୍ଶ ଓ ନେତୃତ୍ୱ ପ୍ରତି ପ୍ରତିବଦ୍ଧତା ନାହିଁ। ରାହୁଲ ଗାନ୍ଧି କନ୍ୟାକୁମାରୀଠାରୁ ଆରମ୍ଭ କରି ଜାମ୍ମୁ କାଶ୍ମୀରରେ ଶେଷ ହେବାକୁ ଯାଉଛନ୍ତି। ଅନେକ କଂଗ୍ରେସ ନେତା ଏହି ଯାତ୍ରା ସମୟରେ ୩୫୦୦ କିଲୋମିଟର ଚାଲିବେ।
ଯଦି ଏହି ଦେଶରେ କେହି ବଳିଦାନ ଦିଅନ୍ତି କରନ୍ତି, ତେବେ ସେ ସର୍ବଦା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସୋନିଆ ଗାନ୍ଧି ପିଏମ୍ ପଦ ତ୍ୟାଗ କରିଛନ୍ତି। ରାହୁଲ ଗାନ୍ଧି ଖରାରେ ଚାଲୁଛନ୍ତି, ବର୍ଷାରେ ଭିଯୁଛନ୍ତି ଓ ସମସ୍ତ ପ୍ରକାର ମିଥ୍ୟା ଖବର, ବଦନାମ ବିରୁଦ୍ଧରେ ଲଢୁଛନ୍ତି। ସେ ଭାରତ ଯୋଡ଼ର ପ୍ରତୀକ ପାଲଟିଛନ୍ତି ବୋଲି ଦିଗବିଜୟ ଦାବି କରିଛନ୍ତି।
ବର୍ତ୍ତମାନ ଆପଣ ତାଙ୍କୁ ଏକ ନୂତନ ଅବତାରରେ ଦେଖିବେ। ସେ ରାହୁଲଙ୍କୁ ଦୀର୍ଘ ଦିନରୁ ଜାଣିଛନ୍ତି ଓ ଥରେ ସେ କିଛି କରିବାକୁ ନିଷ୍ପତ୍ତି ନେଲେ, ତାଙ୍କୁ ତାହା ହାସଲ କରିବାରେ କିଛି ଅଟକାଇ ପାରିବ ନାହିଁ ବୋଲ ବଖାଣିଛନ୍ତି ରାହୁଲ। ରାହୁଲଙ୍କ ରାଜନୈତିକ ଯାତ୍ରା ଆଗରେ ସେ କହିଛନ୍ତି ଯେ ଯେଉଁ ଦିନ ସେ ନିଷ୍ପତ୍ତି ନେବେ, କେହି ତାଙ୍କୁ ଅଟକାଇ ପାରିବେ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।