ମାମଲା କ’ଣ? ରାହୁଳ ଗାନ୍ଧୀ ଟ୍ୱିଟର୍‌ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ଓ ନାମୀ ବ୍ୟକ୍ତିଙ୍କୁ ଅନ୍‌ଫଲୋ କଲେ

ନିଜର ଅନେକ ସହକର୍ମୀଙ୍କ ସମେତ ବହୁ ବିଶିଷ୍ଟ ସାମ୍ବାଦିକଙ୍କୁ ବି ରାହୁଳ ଗାନ୍ଧୀ ଅନଫଲୋ କରିଛନ୍ତି । ସେ ଅନଫଲୋ କରିଥିବା ବିଶିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ବି ଅଛନ୍ତି ।

ମାମଲା କ’ଣ? ରାହୁଳ ଗାନ୍ଧୀ ଟ୍ୱିଟର୍‌ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ଓ ନାମୀ ବ୍ୟକ୍ତିଙ୍କୁ ଅନ୍‌ଫଲୋ କଲେ
ରାହୁଳ ଗାନ୍ଧୀ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ୫୫ଟି ଟ୍ୱିଟର୍‌ ହ୍ୟାଣ୍ଡେଲକୁ ଅନଫଲୋ କରିଥିବାରୁ ଏକ ନୂଆ ଗୁଜବ ସୃଷ୍ଟି ହୋଇଛି । ଟ୍ୱିଟରରେ କେରଳର ୱାୟାନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କର ପ୍ରାୟ ୧ କୋଟି ୮୮ ଲକ୍ଷ ଫଲୋଅର୍‌ ଅଛନ୍ତି। ସେ ୨୬୯ଟି ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରୁଥିଲେ, ହେଲେ ସେହି ସଂଖ୍ୟା ଗୁରୁବାର ଦିନ ୫୫ କମ୍‌ ହୋଇ ୨୧୯କୁ ଖସି ଆସିଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଉଛି ରାହୁଲ ଗାନ୍ଧୀ କେ.ବି. ବାଇଜୁଙ୍କୁ ବି ଅନଫଲୋ କରିଛନ୍ତି । ବାଇଜୁ ତାଙ୍କର ଜଣେ ପୂର୍ବତନ ସ୍ପେଶାଲ୍ ପ୍ରୋଟେକସନ ଗ୍ରୁପ୍ କମାଣ୍ଡୋ । ତାଙ୍କ ସହ ତାଙ୍କ ଭାଇ ତଥା ରାହୁଲଙ୍କ ଘନିଷ୍ଠ ସହଯୋଗୀ ନିଖିଳ ଓ ନିବେଦିତ ଆଲଭାଙ୍କୁ ବି ସେ ଅନଫଲୋ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ନିଖିଲ ଫିଲ୍ମ ପ୍ରଡକ୍ସନରେ କାମ କରନ୍ତି । ସେ ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡି଼ଆ ଆକାଉଣ୍ଟକୁ ବି ପରିଚାଳନା କରୁଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଓ ପରେ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟରୁ ସେ ପ୍ରସ୍ତୁତ କରିଥିବା ଅନେକ ଟ୍ୱିଟ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା । ବାଇଜୁ ଗାନ୍ଧୀଙ୍କ ଦକ୍ଷିଣ ଭାରତ ଗସ୍ତ କାର୍ଯ୍ୟକ୍ରମର, ବିଶେଷ କରି କେରଳ ଯାତ୍ରା, ସବୁ ପ୍ଲାନ୍‌ ବୁଝୁଥିଲେ । ଏପରିକି ସେ ଗାନ୍ଧୀଙ୍କ ଗସ୍ତ ଏବଂ ସମ୍ମିଳନୀ ଯୋଗୁଁ କେରଳରେ ଯାଇ ରହିଥିଲେ ।

ଦିବ୍ୟା ସ୍ପନ୍ଦନା


ରାହୁଳ ଗାନ୍ଧୀ ଏପରିକି ଅଳଙ୍କାର ସୱାଇଙ୍କୁ ବି ଅନଫଲୋ କରିଛନ୍ତି, ଯିଏ ତାଙ୍କର ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟକୁ ପରିଚାଳନା କରୁଛନ୍ତି । ସେ ମହିଳା କଂଗ୍ରେସ ସଦସ୍ୟା ତଥା ବିହାରର ଏକ ରାଜନୈତିକ ପରିବାର ସହ ଜଡ଼ିତ ପ୍ରତୀଷ୍ଠା ସିଂଙ୍କୁ ବି ଅନଫଲୋ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେ

କେବଳ ନିଜ ସହକର୍ମୀ ନୁହେଁ, ରାହୁଳ ଗାନ୍ଧୀ ବହୁ ବିଶିଷ୍ଟ ସାମ୍ବାଦିକଙ୍କୁ ବି ଅନଫଲୋ କରିଛନ୍ତି । ରାହୁଳ ଅନଫଲୋ କରିଥିବା ବିଶିଷ୍ଠ ବ୍ୟକ୍ତିଙ୍କ ମଧ୍ୟରୁ ସବୁଠାରୁ କୌତୁହଳପୂର୍ଣ୍ଣ ହେଉଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ । ରାହୁଳ ଗାନ୍ଧୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ବ୍ୟକ୍ତିମାନେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଏହା କୌଣସି ମତଭେଦ ଯୋଗୁଁ କରାଯାଇ ନାହିଁ । ସେମାନେ କହିଛନ୍ତି ଯେ ଯେଉଁମାନଙ୍କ ସହ ରାହୁଳ କାମ କରୁଛନ୍ତି ସେମାନଙ୍କୁ ଅନୁସରଣ କରିବାର କୌଣସି ଯଥାର୍ଥତା ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ସାମ୍ବାଦିକମାନଙ୍କୁ ଅନଫଲୋ କରିବା କାରଣ ବିଷୟରେ ସେମାନେ କହିଛନ୍ତି ଯେ ରାହୁଳ ସାମ୍ବାଦିକମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ତ ନିୟମିତ ଭେଟୁଛନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ସେ କାହିଁକି ପୂର୍ବରୁ ସେମାନଙ୍କୁ ଅନୁସରଣ କରୁଥିଲେ? ଏହି ପ୍ରସଙ୍ଗରେ ତାଙ୍କ କାର୍ଯ୍ୟାଳୟ ସହ ଜଡି଼ତ ଜଣେ ବ୍ୟକ୍ତି କହିଛନ୍ତି, ‘‘କାହାକୁ ଫଲୋ କରିବା ଓନ କରିବା ଉଚିତ୍ ସେ ବିଷୟରେ ଦଳୀୟ କର୍ମୀଙ୍କ ପାଇଁ ଏକ ନୀତି ଅଛି । ଯଦି ରାହୁଳ ଗାନ୍ଧୀ କାହାକୁ ଫଲୋ କରନ୍ତି ତେବେ ସେହି କଥାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼େ ।’’

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

କଂଗ୍ରେସ ନେତାମାନେ ଅମିତାଭ ବଚ୍ଚନଙ୍କୁ ଫଲୋ କରିବା ଓ ଅନଫଲୋ କରିବା କାର୍ଯ୍ୟ ଜାରି ରଖିଛନ୍ତି । କିନ୍ତୁ ରାହୁଳ ଗାନ୍ଧୀ ଅନ୍ୟ କୌଣସି ବଲିଉଡ ତାରକାଙ୍କୁ ଅନୁସରଣ କରୁ ନ ଥିବା ବେଳେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଶାହରୁଖ ଖାନଙ୍କ ଭଉଣୀଙ୍କ ନିକଟତର ବୋଲି କୁହାଯାଉଛି । କଂଗ୍ରେସ ପାର୍ଟି ଭିତରର ଲୋକେ କହିଛନ୍ତି ଯେ ଏହା କଂଗ୍ରେସରେ ଏକ ନୂଆ ଧରଣର ଚିନ୍ତନର ଆରମ୍ଭ ଏବଂ ରାହୁଳ ଗାନ୍ଧୀ ଟ୍ୱିଟରରେ ଲୋକଙ୍କୁ ଅନୁସରଣ କରିବା ଉପରେ ଚିନ୍ତା କରି ନିଷ୍ପତ୍ତି ନେବେ । ଲୋକେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଭାଇଙ୍କ ନିଷ୍ପତ୍ତି ବିଷୟରେ ପୂର୍ବରୁ ଜାଣିଥିଲେ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଅଲ୍ଟ ନ୍ୟୁଜ୍ ଫ୍ୟାକ୍ଟ-ଚେକିଂ ୱେବସାଇଟର ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା ଓ ଷ୍ଟାଣ୍ଡ୍‌-ଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରା ବି ରାହୁଳ ଗାନ୍ଧୀଙ୍କୁ ଅନଫଲୋ କରିଥିବା ଲୋକଙ୍କ ତାଲିକାରେ ଅଛନ୍ତି । ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ନେଇ ବିବାଦ ଲାଗି ରହିଛି । ସେ ୨୦୧୫ରେ ସୋସିଆଲ୍‌ ମିଡିଆରେ ନିଜ ଉପସ୍ଥିତି ପ୍ରଦର୍ଶନ କରିଥିଲେ । ଦୀର୍ଘ ସମୟ ଧରି ଟ୍ୱିଟରରେ @ଅଫିସ୍ ଅଫ୍ ଆରଜି (@OfficeOfRG) ହ୍ୟାଣ୍ଡେଲ ବ୍ୟବହାର କରିବା ପରେ ସେ ୨୦୧୮ରେ ଏହାକୁ ବଦଳାଇ @ରାହୁଲଗାନ୍ଧୀରେ (@RahulGandhi) କରିଥିଲେ ।

ଏହା ବି ପଢ଼ନ୍ତୁ | , , … : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତାପରେ ସାନ ପୁଅ, ତାପରେ ବଡ଼ ପୁଅ

ପ୍ରାରମ୍ଭରେ କିଛି ଦିନ ଧରି ଚଳଚ୍ଚିତ୍ର କଳାକାରରୁ ରାଜନେତା ହୋଇଥିବା ଦିବ୍ୟା ସ୍ପନ୍ଦାନା ରାହୁଳ ଗାନ୍ଧୀଙ୍କ ସୋସିଆଲ୍‌ ମିଡି଼ଆ କାମ ସମ୍ଭାଳୁଥିଲେ । ଦିବ୍ୟାଙ୍କ ଟିମ୍‌ ରାହୁଲଙ୍କ ସହ ଯୋଗଦେବା ପରେ ରାହୁଳଙ୍କୁ ଭଲ ପ୍ରଚାର ମିଳିଥିଲା, କିନ୍ତୁ ପରେ ସେମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । କୁହାଯାଉଛି ଯେ ସେ ରାହୁଳଙ୍କ ଜର୍ମାନୀ ଗସ୍ତର କିଛି ଫଟୋ ପୋଷ୍ଟ କରିଥିଲେ, ଯାହା ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଅନୁମୋଦନ ନ ଥିଲା ।



ବିଗତ କିଛି ବର୍ଷ ଧରି ରାହୁଳ ଗାନ୍ଧୀଙ୍କ ବ୍ୟଙ୍ଗାତ୍ମକ ବୌଦ୍ଧିକ ଟ୍ୱିଟ୍ ଅନେକ ଦୃଷ୍ଟି ଆକର୍ଷଣ କରିଛି, ହେଲେ କଂଗ୍ରେସ ସେଥିରୁ ଭୋଟ୍ ପାଇବାରେ ସଫଳ ହୋଇନାହିଁ ।
Published by: Anand ST Das
First published: June 3, 2021, 7:17 PM IST