'ଆପଣ ୮୦ ଲକ୍ଷ ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ...' ବେଲ୍ଲାରୀରେ ବିଜେପିକୁ ଟାର୍ଗେଟ କଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାଧାରଣ ସଭାରେ ସମ୍ବୋଧିତ କରି ତାଙ୍କର ଯାତ୍ରା ଅନୁଭୂତି ବାଣ୍ଟିଥିଲେ। ଏହା ସହିତ ବିଜେପି ସରକାର ଉପରେ ବର୍ଷିଥିଲେ ।

'ଆପଣ ୮୦ ଲକ୍ଷ ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ...' ବେଲ୍ଲାରୀରେ ବିଜେପିକୁ ଟାର୍ଗେଟ କଲେ ରାହୁଲ

'ଆପଣ ୮୦ ଲକ୍ଷ ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ...' ବେଲ୍ଲାରୀରେ ବିଜେପିକୁ ଟାର୍ଗେଟ କଲେ ରାହୁଲ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଆଜି କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ୩୮ ଦିନ ପୁରଣ ହୋଇଛି ଓ ହଜାରେ କିଲୋମିଟର ପଦଯାତ୍ରା ଶେଷ ହୋଇଛି । ଏହି ଅବସରରେ କର୍ଣ୍ଣାଟକର ବେଲ୍ଲାରୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାଧାରଣ ସଭାରେ ସମ୍ବୋଧିତ କରି ତାଙ୍କର ଯାତ୍ରା ଅନୁଭୂତି ବାଣ୍ଟିଥିଲେ। ଏହା ସହିତ ବିଜେପି ସରକାର ଉପରେ ବର୍ଷିଥିଲେ । ରାହୁଲ କହିଛନ୍ତି ଯେ ୪୫ ବର୍ଷ ମଧ୍ୟରେ ଆଜି ଭାରତରେ ସର୍ବାଧିକ ବେକାରୀ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିବର୍ଷ ମୁଁ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବି, ୨ କୋଟି ଚାକିରୀ କୁଆଡେ ଗଲା? ଅପରପକ୍ଷେ, କୋଟି କୋଟି ଯୁବକଙ୍କୁ ବେରୋଜଗର କରି ଦିଆଯାଇଛି । ଯାତ୍ରା ସମୟରେ ମୁଁ ଅନେକ ଯୁବକଙ୍କୁ ପଚାରୁଛି, ଆପଣ ନିଶ୍ଚିତ କି ଆପଣ କଲେଜ ପରେ ଚାକିରି ପାଇବେ? ଉତ୍ତର ହେଉଛି - ଆମେ ବିଶ୍ୱାସ କରୁନାହୁଁ, ଆମକୁ ଲାଗୁନି କି ଆମେ ଚାକିରି ପାଇବୁ ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ରାହୁଲ ଗାନ୍ଧି କହିଛନ୍ତି- କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ କାହିଁକି ଖାଲି ଅଛି ? ଯଦି ଆପଣ ପୋଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ ଲକ୍ଷ ଟଙ୍କା ଦେଇ ପାସ୍ କରିପାରିବେ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ଆପଣ କର୍ଣ୍ଣାଟକରେ ସରକାରୀ ଚାକିରି କିଣିପାରିବେ । ଯଦି ଆପଣଙ୍କର ଟଙ୍କା ନାହିଁ, ଆପଣ ସାରା ଜୀବନ ବେକାର ରହିବେ । ସେ ଆହୁରି କହିଛନ୍ତି ଯେ ଆମେ ଭାଇଚାରା ପାଇଁ ଚାଲୁଛୁ କିନ୍ତୁ ଏହି ଯାତ୍ରାରେ ଆଉ ଦୁଇ ଚାରିଟି ସମସ୍ୟା ରହିଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଅନେକ ଯୁବକଙ୍କୁ ଭେଟିଥିଲୁ । କର୍ଣ୍ଣାଟକ ସରକାରଙ୍କୁ ୪୦% କମିଶନ ଭାବେ ନାମିତ କରାଯାଇଛି । ଯାହା ବି କରିବାକୁ ପଡିବ ୪୦% କମିଶନ ଦେଇ ତାହା କରାଯାଇପାରିବ ।

ରାହୁଲ ଗାନ୍ଧି କହିଛନ୍ତି, ଆପଣ ବର୍ତ୍ତମାନ ବର୍ଦ୍ଧିତ ମୂଲ୍ୟର ସମ୍ମୁଖୀନ ହେଉଛନ୍ତି । ମୂଲ୍ୟ ବୃଦ୍ଧି ପାଉଛି, ଥମୁ ନାହିଁ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ସିଲିଣ୍ଡରର ମୂଲ୍ୟ ୪୦୦ ଟଙ୍କା । ତାଙ୍କର ପ୍ରତ୍ୟେକ ଭାଷଣରେ, ସେ କହିଥିଲେ ଯେ  ସିଲିଣ୍ଡର ଦର ବୃଦ୍ଧି ଯୋଗୁଁ ଆମ ମାଆ ଏବଂ ଭଉଣୀମାନେ କିପରି ଯନ୍ତ୍ରଣା ଭୋଗୁଛନ୍ତି । ବର୍ତ୍ତମାନ ସେହି ସିଲିଣ୍ଡରର ମୂଲ୍ୟ ୧ ହଜାର । ବର୍ତ୍ତମାନ ଆମ ମାଆ ଓ ଭଉଣୀମାନେ କଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କାହିଁକି କହୁନାହାନ୍ତି ?
Published by:Soubhagya Mishra
First published: