ଭାରତ ଯୋଡ଼ ଯାତ୍ରା ସମୟରେ ରାସ୍ତାରେ ପୁସ୍ ଅପ୍ କଲେ ରାହୁଲ ଗାନ୍ଧି

ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧି କଂଗ୍ରେସ ନେତା ଓ ପିଲାଙ୍କ ସହ ପୁସ୍ ଅପ୍ କରୁଥିବା ଦେଖାଯାଉଛି। ତାଙ୍କର ଏହି ଭିଡ଼ିଓ ବେଶ ଭାଇରାଲ ହେଉଛି ।

ପୁସଅପ କଲେ ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

ପୁସଅପ କଲେ ରାହୁଲ ଗାନ୍ଧି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରାରେ ଅଛନ୍ତି। ଏହି ଗସ୍ତ ସମୟରେ ତାଙ୍କର ଅନେକ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କଂଗ୍ରେସ ନେତା ଓ ପିଲାଙ୍କ ସହ ପୁସ୍ ଅପ୍ କରୁଥିବା ଦେଖାଯାଉଛି। ଗୋଟିଏ ପଟେ ଭିଡିଓରେ ୫୨ ବର୍ଷୀୟ ରାହୁଲ ଗାନ୍ଧି ଓ ଅନ୍ୟ ପଟେ କର୍ଣ୍ଣାଟକ ୟୁନିଟ୍ ମୁଖ୍ୟ ଡି.କେ ଶିବକୁମାର, ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ କର୍ଣ୍ଣାଟକରେ ରାସ୍ତାରେ ପୁସ୍-ଅପ୍ କରୁଥିବା ଦେଖାଯାଉଛି।

ଏହି କଂଗ୍ରେସ ନେତା ଡି ଶିବକୁମାର ଓ କେସି ବେଣୁଗୋପାଲ ସଠିକ୍ ଭାବରେ ପୁସ୍-ଅପ୍ କରିବାକୁ ସକ୍ଷମ ନୁହଁନ୍ତି କିନ୍ତୁ ରାହୁଲ ଗାନ୍ଧି ପିଲାଙ୍କ ସହ ବିଭିନ୍ନ ପର୍ଯ୍ୟାୟ ପୁସ୍ ଅପ୍ କରୁଥିବା ଦେଖିବାକୁ ମିଳିଛି। ଏହି ଚିତ୍ରଗୁଡ଼ିକୁ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ସୋସିଆଲ ମିଡିଆରେ ସେୟାର କରିଥିବାବେଳେ ଏହାର ଭିଡିଓ ଡି ଶିବକୁମାର ସେୟାର କରିଛନ୍ତି।

ଏହା ପୂର୍ବରୁ ଏହି ଗସ୍ତ ସମୟରେ ନିଆଯାଇଥିବା ଭାଇରାଲ ଫଟୋରେ ରାହୁଲ ଗାନ୍ଧି ୭୫ ବର୍ଷ ବୟସ୍କ ବରିଷ୍ଠ ଦଳର ନେତା ସିଦ୍ଧରମୈୟାଙ୍କ ସହ ହାତ ଧରି ଦୌଡୁ ଥିବାର ଆସିଥିଲେ।

ଭାରତ ଯୋଡ଼ ଯାତ୍ରା ସମୟରେ ଏକ ସ୍ପର୍ଶକାତର ଚିତ୍ର ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମା ସୋନିଆ ଗାନ୍ଧିଙ୍କ ଜୋତା ବାନ୍ଧୁଥିବାର ନଜର ଆସିଥିଲେ। ୭୫ ବର୍ଷିୟା ସୋନିଆ ଗାନ୍ଧି ମାଣ୍ଡିଆରେ ରାହୁଲ ଗାନ୍ଧିଙ୍କ ପଦଯାତ୍ରାରେ ଯୋଗ ଦେଇଥିଲେ ଓ ତାଙ୍କୁ ବହୁ ସଂଖ୍ୟାରେ ସ୍ଲୋଗାନ ଦେଉଥିବା ଦଳୀୟ କର୍ମୀମାନେ ଘେରି ରହିଥିଲେ।

https://odia.news18.com/news/trending/congress-bharat-jodo-yatra-completes-one-month-rahul-gandhi-traveled-about-700-km-so-far-2lpd-071022-lpd-129099.html

ନିକଟରେ କର୍ଣ୍ଣାଟକର ପୂର୍ବତନ ସିଏମ ସିଦ୍ଧରମୈୟା ମଧ୍ୟ ଯୋଗ ଦେଇଥିଲେ। ଯାତ୍ରା ଚାଲିଥିବା ସମୟରେ ହଠାତ ସିଦ୍ଧରମୈୟାଙ୍କ ହାତ ଧରି ଦୌଡ଼ିଥିଲେ ରାହୁଲ ଗାନ୍ଧି। ଯାହାକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଛି। ଏହି ପ୍ରସଙ୍ଗରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଥିବା ବେଳେ ଅନ୍ୟପଟେ ଅନେକ ନେତାଙ୍କ ମନ୍ତବ୍ୟ ମଧ୍ୟ ଆସିଥିଲା।

https://odia.news18.com/news/trending/rahul-gandhi-and-karnataka-cm-siddaramaiah-run-in-bharat-jodo-yatra-3ssd-07102022-ssd-129165.html
ପ୍ରକାଶ ଥାଉକି ଲୋକଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି କ୍ରମାଗତ ଭାବରେ ଆଗକୁ ବଢୁଛନ୍ତି। କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ୩,୫୭୦ କିଲୋମିଟର ଦୀର୍ଘ ପଦଯାତ୍ରା, କଂଗ୍ରେସର 'ଭାରତ ଯୋଡୋ ଯାତ୍ରା' ପାଞ୍ଚ ମାସ ମଧ୍ୟରେ ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଗତି କରିବ।

Published by:Soumya Das
First published: