ମୁଁ ମୋଦିଙ୍କୁ ଡରେନି; ନ୍ୟାସନାଲ ହେରାଲଡ଼ ଅଫିସ ସିଲ ପରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନ୍ଯାସନାଲ ହେରାଲଡ଼ ଅଫିସ ସିଲ ପରେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି ସତ୍ୟକୁ ବ୍ୟାରିକେଡ୍ କରାଯାଇପାରିବ ନାହିଁ। ଦେଶର ସୁରକ୍ଷା ତଥା ସମାଜରେ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ କାର୍ଯ୍ୟ ଜାରି ରଖିବି।

ରାହୁଲ ଗାନ୍ଧୀ (ପ୍ରତୀକାତ୍ମକ ଛବି)

ରାହୁଲ ଗାନ୍ଧୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଇଡି ବୁଧବାର ନ୍ୟାସନାଲ ହେରାଲ୍ଡ ବିଲଡିଂ ସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡର କାର୍ଯ୍ୟାଳୟକୁ ସିଲ କରିଛି। ଏହା ପରେ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏନେଇ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି। ସେ କହିଛନ୍ତି ଯେ ସତ୍ୟକୁ ବ୍ୟାରିକେଡ୍ କରାଯାଇପାରିବ ନାହିଁ। ତାଙ୍କୁ ଭୟଭୀତ କରିବା ପାଇଁ ଉଦ୍ୟମ କରାଯାଉଛି କିନ୍ତୁ ସେ ଭୟଭୀତ ହେବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ରାହୁଲ କହିଛନ୍ତି ଯେ ମୋଦି-ଶାହା ଗଣତନ୍ତ୍ର ବିରୋଧରେ କାର୍ଯ୍ୟ କରୁଛନ୍ତି। ଗଣତନ୍ତ୍ରର ପ୍ରତିରକ୍ଷା ପାଇଁ ସେ ସଂଗ୍ରାମ ଜାରି ରଖିବେ ବୋଲି ସେ କହିଛନ୍ତି। ଏଥି ସହିତ ସେ ଦେଶର ସୁରକ୍ଷା ତଥା ସମାଜରେ ସୌହାର୍ଦ୍ଦ୍ୟ ରକ୍ଷା ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି।

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସୋନିଆ ଗାନ୍ଧି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି।  ଇଡି ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟର ଅନେକ ସ୍ଥାନରେ ଚଢ଼ାଉ କରି ବିଲ୍ଡିଂର ଏକ ଅଂଶକୁ ସିଲ୍ କରିଛି। ବିନା ଅନୁମତିରେ ସିଲ ଖୋଲାଯିବ ନାହିଁ ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି। ଇଡିର ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି କଂଗ୍ରେସର ସମ୍ଭାବ୍ୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ମୁଖ୍ୟାଳୟ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା।
Published by:Soumya Das
First published: