ଜଣେ ଦଳିତ ଝିଅକୁ ବିବାହ କରନ୍ତୁ ରାହୁଲ ଗାନ୍ଧୀ; ଜାତିବାଦ ବିରୁଦ୍ଧରେ ସାହାଯ୍ୟ କରିବ: ରାମଦାସ ଆଠୱଲେ
କେନ୍ଦ୍ର ମନ୍ତ୍ରୀ ଆଠୱଲେ କହିଛନ୍ତି, 'ରାହୁଲ ଗାନ୍ଧୀ 'ହମ୍ ଦୋ ହାମାରେ ଦୋ' ସ୍ଲୋଗାନ ଦେଉଛନ୍ତି । 'ହମ୍ ଦୋ ହାମାରେ ଦୋ' ହେବା ପାଇଁ ରାହୁଲ ଗାନ୍ଧୀ ବିବାହ କରିବା ଉଚିତ ଓ ଯଦି ସେ ଜଣେ ଦଳିତ ଝିଅକୁ ବିବାହ କରନ୍ତି, ତେବେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ ଓ ଜାତିଭେଦ ଶେଷ ହେବ ।'

ରାମଦାସ ଆଠୱଲେ (ଫାଇଲ ଫଟୋ)
- News18 Odia
- Last Updated: February 17, 2021, 5:36 PM IST
ନୂଆ ଦିଲ୍ଲୀ: ସଂସଦ ଭିତରେ ଓ ବାହାରେ ନିଜର ବକ୍ତବ୍ୟ ଓ ମଜାଳିଆ ମନ୍ତବ୍ୟ ପାଇଁ ଜଣାଶୁଣା କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ (Ramdas Athawale) ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ରାମଦାସ ଆଠୱଲେ (Ramdas Athawale) ଏଥର ରାହୁଲ ଗାନ୍ଧୀଙ୍କୁ (Rahul Gandhi) କଟାକ୍ଷ କରି କହିଛନ୍ତି ଯେ ଯଦି ତାଙ୍କୁ 'ହମ୍ ଦୋ ହାମାରେ ଦୋ' କହିବାର ଅଛି ତେବେ ତାଙ୍କୁ ବିବାହ କରିବାକୁ ପଡ଼ିବ । ବାସ୍ତବରେ କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ସଂସଦରେ ନିଜର ଅଭିଭାଷଣରେ ନରେନ୍ଦ୍ର ମୋଦୀ ସରକାରକୁ (PM Narendra Modi) ଟାର୍ଗେଟ କରି କହିଥିଲେ ଯେ ଦେଶର ସବୁକିଛି 'ହମ୍ ଦୋ, ହାମାରେ ଦୋ' ପାଇଁ କରାଯାଉଛି ।

ସୂଚନାଯୋଗ୍ୟ ଯେ ୧୧ ଫେବୃଆରୀରେ ସଂସଦରେ ତାଙ୍କ ଅଭିଭାଷଣରେ କଂଗ୍ରେସର ପୂର୍ବତନ ଅଧକ୍ଷ ତଥା ନେତା ରାହୁଲ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି କହିଥିଲେ ଯେ ଏକଦା ଯେତେବେଳେ 'ହମ୍ ଦୋ, ହାମାରେ ଦୋ' ଏକ ସୁନ୍ଦର ଲୋଗୋ ଥିଲା, ଯାହାର ସୁନ୍ଦର, ମୋଟା ମୋଟା ଚେହେରା ଥିଲା । କିନ୍ତୁ ଆଜି ଦେଶର ସବୁକିଛି 'ହମ୍ ଦୋ, ହାମାରେ ଦୋ' ପାଇଁ କେବଳ କରାଯାଉଛି । ସେ କହିଛନ୍ତି ଯେ ଏହି ସମୟରେ ଚାରି ଜଣ ଲୋକ ଦେଶକୁ ଚଳାଉଛନ୍ତି । ଦେଶର ପରିସ୍ଥିତି ଏପରି ହୋଇଛି ଯେ ପ୍ରଧାନ ମନ୍ତ୍ରୀ 'ହମ୍ ଦୋ, ହାମାରେ ଦୋ' ସିଦ୍ଧାନ୍ତରେ ଦେଶକୁ ଚଳାଉଛନ୍ତି ।