କଂଗ୍ରେସ ଦେଶରେ ସରକାରକୁ ଆସିଲେ ୩ଟି ଯାକ କୃଷି ଆଇନକୁ ହଟେଇଦେବ: ରାହୁଳ ଗାନ୍ଧୀ

କୃଷିରେ MSP ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ପଞ୍ଜାବର କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି । ସେମାନେ ଡରୁଛନ୍ତି ଯେ କୃଷି ସଂସ୍କାର MSP ରଦ୍ଦ କରିବାର ବାଟ ଖୋଲିବ ।

କଂଗ୍ରେସ ଦେଶରେ ସରକାରକୁ ଆସିଲେ ୩ଟି ଯାକ କୃଷି ଆଇନକୁ ହଟେଇଦେବ: ରାହୁଳ ଗାନ୍ଧୀ
ପଞ୍ଜାବରେ ଏକ ରାଲିରେ କହୁଛନ୍ତି ରାହୁଳ ଗାନ୍ଧୀ ।
  • News18 Odia
  • Last Updated: October 4, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ରାହୁଳ ଗାନ୍ଧୀ (Rahul Gandhi) ରବିବାର ଦିନ ପଞ୍ଜାବର ମୋଗାରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂଆ କୃଷି ଆଇନ ବିରୁଦ୍ଧରେ ଆୟୋଜିତ ଏକ ଟ୍ରାକ୍ଟର ରାଲିର ନେତୃତ୍ୱ ନେଇ କହିଛନ୍ତି ଯେ ଦେଶରେ କଂଗ୍ରେସର ସରକାର ଆସିଲେ ଏହି ଆଇନକୁ ଖାରଜ କରିଦିଆୟିବ ।

ଟ୍ରାକ୍ଟର ରାଲି ପୂର୍ବରୁ ରାହୁଳ ମୋଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ ଯେ କଂଗ୍ରେସ ପାର୍ଟି କ୍ଷମତାକୁ ଫେରିଲେ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରାଯିବ । ରାହୁଳ କହିଛନ୍ତି, ‘‘ଏଇଠି ମାମଲାଟି ହେଉଛି ଟଙ୍କାର ଓ ଆପଣଙ୍କ ଜମିର । ମୁଁ ଭଟ୍ଟା ପାରସୋଲରେ ପ୍ରଥମେ ଏମିତି ମାମଲା ଦେଖିଥିଲି । ଆମେ ଜମି ପାଇଁ ଏକ ଆଇନ ଆଣିଲୁ, କିନ୍ତୁ ବିଜେପି ସରକାରକୁ ଆସିବା ମାତ୍ରେ ହିଁ ତାକୁ ବାତିଲ କରିଦେଇଥିଲା ।’’

କଂଗ୍ରେସର ପୂର୍ବତନ ମୁଖ୍ୟ କହିଛନ୍ତି ଯେ ପଞ୍ଜାବ ଓ ହରିୟାଣାର କୃଷକମାନେ ପୂରା ଭାରତକୁ ଖାଦ୍ୟ ଶସ୍ୟ ଯୋଗାଉଛନ୍ତି । ‘‘ଏମଏସପି ବ୍ୟବସ୍ଥାକୁ (MSP) ରଦ୍ଦ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି । କଂଗ୍ରେସ ସବୁ ବେଳେ ଚାଷୀଙ୍କ ସହ ଛିଡ଼ା ହୋଇଛି ଓ ସର୍ବଦା ଛିଡ଼ା ହେବ । ଆମେ ଏକ ଇଞ୍ଚ ବି ପଛକୁ ଫେରିବୁ ନାହିଁ… ପଞ୍ଜାବର କୃଷକମାନେ ଯେମିତି ଆନ୍ଦୋଳନ କରୁଛନ୍ତି, ସେମିତି କରିଚାଲନ୍ତୁ । କଂଗ୍ରେସ ଦଳ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛି । ଯଦି ଆମ ସରକାର ଆସେ, ଆମେ ତିନୋଟି ଯାକ ଆଇନକୁ ସମ୍ପୂର୍ଣ୍ଣ ରୂପେ ହଟାଇଦେବୁ,’’ କହିଛନ୍ତି ରାହୁଳ ଗାନ୍ଧୀ ।

ତିନି ଦିନ ଟ୍ରାକ୍ଟର ରାଲି ଚାଲିବ

ରାହୁଳ ଗାନ୍ଧୀ ରବିବାର ଅପରାହ୍ଣରେ ମୋଗାରେ ପହଞ୍ଚି ତିନିଦିନିଆ ଟ୍ରାକ୍ଟର ରାଲିର ନେତୃତ୍ୱ ନେଇଛନ୍ତି । ରାହୁଳ ଗାନ୍ଧୀଙ୍କ ସହ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂ, କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ହରିଶ ରାୱତ, ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଜାଖଡ଼, ରାଜ୍ୟ ଅର୍ଥ ମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଓ ଅନ୍ୟ ନେତାମାନେ ବି ଏହି ରାଲିରେ ଯୋଗଦେବେ ।

କିଛି ସମୟ ଧରି କଂଗ୍ରେସର ସମସ୍ତ କାର୍ଯ୍ୟକଳାପରୁ ଦୂରତା ରଖୁଥିବା ପଞ୍ଜାବର ପୂର୍ବତନ ରାଜ୍ୟ ମନ୍ତ୍ରୀ ତଥା ବିଧାୟକ ନବଜୋତ ସିଂ ସିଦ୍ଧୁ ବି ଏବେ ମୋଗାରେ ଅଛନ୍ତି ।

ରାଲି ୫୦ କିଲୋମିଟରରୁ ଅଧିକ ଦୂର ଯିବ

'ଖେତି ବଚାଓ ରାଲି' ବୋଲି କୁହାଯାଉଥିବା ଏହି ଟ୍ରାକ୍ଟର ରାଲିଗୁଡ଼ିକ ୫୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଓ ବିଭିନ୍ନ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଦେଇ ଯିବ ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେକିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ପଞ୍ଜାବର କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି । କୃଷକମାନେ ଭୟ କରୁଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ସଂସ୍କାର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରଦ୍ଦ କରିବା ପାଇଁ ବାଟ ଖୋଲିବ ଓ କୃଷକମାନେ ବଡ଼ ବଡ଼ କମ୍ପାନୀର 'ଦୟା' ଉପରେ ନିର୍ଭରଶୀଳ ହୋଇପଡ଼ିବେ । ତେବେ ଏମଏସପି ସିଷ୍ଟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସରକାର କହିଛନ୍ତି ।



ଦେଶର ସଂସଦ ନିକଟରେ 'କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଓ ସୁବିଧା) ବିଲ୍ ୨୦୨୦', 'କୃଷକ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଚୁକ୍ତିନାମା ଓ କୃଷି ସେବା ବିଲ୍ ୨୦୨୦’ ଏବଂ ‘ଜରୁରୀ ଦ୍ରବ୍ୟ ସଂଶୋଧନ ବିଲ୍ - ୨୦୨୦' ପାରିତ କରିଛି ।
Published by: Anand Shankar Thankur Das
First published: October 4, 2020, 11:59 PM IST
corona virus btn
corona virus btn
Loading