News18 Odia Digital
ଇନ୍ଦୋର: ବେରୋଜଗାରୀ, କୃଷି ଓ ଶ୍ରମିକଙ୍କ ସମସ୍ୟା ବଦଳରେ ମିଡିଆ କ୍ଷମତାର ଶୀର୍ଷରେ ବସିଥିବା ରାଜନେତା, ଚଳଚ୍ଚିତ୍ର କଳାକାର ଓ କ୍ରିକେଟରଙ୍କୁ ବିଶେଷ ପସନ୍ଦ କରୁଛି। ଗଣମାଧ୍ୟମର ଭୂମିକା ଉପରେ ପ୍ରଶ୍ନ ଉଠାଇ ରବିବାର ଦିନ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏପରି କହିଛନ୍ତି।
ଭାରତ ଯୋଡର ଏକ ଅଂଶ ଭାବରେ ଇନ୍ଦୋରର ରାଜୱାଡା ସ୍କୋୟାରରେ ଏକ ସଭାରେ ରାହୁଲ ଗାନ୍ଧି କହିଛନ୍ତି ଯେ ଆମେ ଗଣମାଧ୍ୟମକୁ ବେକାରୀ, ଚାଷ ଋଣ ଛାଡ, କୃଷକ ଓ ଶ୍ରମିକଙ୍କ ବିଷୟରେ କହିବାକୁ କହୁଛୁ, କିନ୍ତୁ ସେମାନେ ଐଶ୍ୱର୍ଯ୍ୟା ରାୟ କିପରି ପୋଷାକ ପିନ୍ଧୁଛନ୍ତି କିମ୍ବା କଣ କରିଛନ୍ତି ତାହା ଦେଖାଉଛନ୍ତି। ଶାହରୁଖ ଖାନ କଣ କହିଦେଲେ କିମ୍ବା ବିରାଟ କୋହଲି କିପରି ଚଉକା ମାରିଲେ?
ରାହୁଲ ଦାବି କରିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ୱର ହେବାର ପ୍ରକୃତ ଗଣତାନ୍ତ୍ରିକ ଦାୟିତ୍ୱ ପୂରଣ କରିବା ପରିବର୍ତ୍ତେ ଗଣମାଧ୍ୟମ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେତେବେଳେ ଆପଣ ଟିଭି ଦେଖିବା ସମୟରେ ନ୍ୟୁଜ୍ ଚ୍ୟାନେଲ୍ ବଦଳାନ୍ତି, ଆପଣ ପ୍ରଥମ ପା ପାଞ୍ଚଟି ଚ୍ୟାନେଲରେ ନରେନ୍ଦ୍ର ମୋଦି ଓ ଷଷ୍ଠ ଚ୍ୟାନେଲରେ (ଗୃହମନ୍ତ୍ରୀ) ଅମିତ ଶାହାଙ୍କୁ ଦେଖିବେ। କିନ୍ତୁ ଆପଣ ଚ୍ୟାନେଲରେ ଚାଷୀଙ୍କ ମୁହଁ ଓ ଶ୍ରମିକଙ୍କ ଲୁହ ଦେଖିବେ ନାହିଁ।
ବିମୁଦ୍ରାକରଣ ଓ ଜିଏସ୍ଟି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି ଯେ ଉଭୟ ପଦକ୍ଷେପ ଦେଶ ପାଇଁ ସବୁଠୁ ବଡ କ୍ଷତି ଘଟାଇଛି। ସେ କହିଛନ୍ତି, ଚୀନ୍ ସେନା ଯେଉଁ କାମ କରିପାରିବ ନାହିଁ, ସେହି କାମ ବିମୁଦ୍ରୀକରଣ ଓ ଜିଏସ୍ଟି ଦ୍ୱାରା କରାଯାଇଛି।
ମଧ୍ୟପ୍ରଦେଶର ଭାରତ ଯୋଡର ପଞ୍ଚମ ଦିନରେ ରାହୁଲ ଗାନ୍ଧି ରାଜ୍ୟର ବୃହତ୍ତମ ସହର ଇନ୍ଦୋରରେ ରବିବାର ଆଠ ଘଣ୍ଟା ପଦଯାତ୍ରା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।