ଭାରତ ଯୋଡ଼ ଯାତ୍ରା ମୋ ପାଇଁ ତପସ୍ୟା: ରାହୁଲ ଗାନ୍ଧି

ଲୋକମାନଙ୍କ ସମସ୍ୟା ବୁଝିବା ମୋ ଉଦ୍ଦେଶ୍ୟ ଓ ଏହି ଯାତ୍ରା ମାଧ୍ୟମରେ ମୋ ଉଦ୍ଦେଶ୍ୟ ପୂରଣ ହେଉଛି: ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଆଦୋନି: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି 'ଭାରତ ଯୋଡ ଯାତ୍ରା'କୁ ନିଜ ପାଇଁ ଏକ ତପସ୍ୟା ବୋଲି ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି ଯେ ଲୋକଙ୍କ ସହ ଯୋଡିହେବା ଓ ସେମାନଙ୍କ ସମସ୍ୟା ବୁଝିବା ତାଙ୍କର ଉଦ୍ଦେଶ୍ୟ ଓ ଏହି ଯାତ୍ରା ମାଧ୍ୟମରେ ତାଙ୍କର ଉଦ୍ଦେଶ୍ୟ ପୂରଣ ହେଉଛି। ବୁଧବାର ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ଆଦୋନି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, "ଆନ୍ଧ୍ରପ୍ରଦେଶ, ମୁଁ ଓ ଆମ ଦଳ ସରକାର ଦେଇଥିବା ପ୍ରତିଶ୍ରୁତି ସେହି ପ୍ରତିଶ୍ରୁତି ସହିତ ଅଛି ଓ ଏହା ପୂରଣ ହେବା ଉଚିତ୍। କେବଳ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଅଞ୍ଚଳ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ କାର୍ଯ୍ୟ କରୁଛି।

କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଛି, କିନ୍ତୁ ଭାରତୀୟ ଜନତା ପାର୍ଟି, ତେଲୁଗୁ ଦେଶମ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି ସମସ୍ତେ ସ୍ଵାଧୀନ ଅଟନ୍ତି। କଂଗ୍ରେସରେ ସେପରି ନୁହେଁ। ଆମେ ଗଣତାନ୍ତ୍ରିକ ଉପାୟରେ କାମ କରୁ। କାରଣ କଂଗ୍ରେସର ସଂସ୍କୃତି ଗଣତାନ୍ତ୍ରିକ ଦଳର ବୋଲି କହିଛନ୍ତି ରାହୁଲ ଗାନ୍ଧି।

କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ସେ କେବେ ବି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ। କିନ୍ତୁ କଂଗ୍ରେସ ଗଣମାଧ୍ୟମର ପ୍ରଶ୍ନକୁ ଭୟ କରେ ନାହିଁ ଓ ସମୟ ସମୟରେ କଂଗ୍ରେସ ଗଣମାଧ୍ୟମ ସାମ୍ନାକୁ ଆସନ୍ତି ଓ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦିଅନ୍ତି, ଏହା କଂଗ୍ରେସର ସଂସ୍କୃତିର ଏକ ଅଂଶ। ଭାରତ ଯୋଡ ଯାତ୍ରା ମୋ ପାଇଁ ଏକ ତପସ୍ୟା ଯେଉଁଥିରେ ରାହୁଲ ଗାନ୍ଧି ଲୋକଙ୍କୁ ଭେଟି ସମସ୍ୟା ବୁଝିପାରୁଛନ୍ତି ବୋଲି କହିଛନ୍ତି।
Published by:Soumya Das
First published: