AAP ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରି ପବନ କରୁଛି; ଗୁଜୁରାଟରେ କେବଳ ଜିତିବ କଂଗ୍ରେସ; ରାହୁଲ ଗାନ୍ଧି

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ସୋମବାର କହିଛନ୍ତି, ଗୁଜରାଟର ଆମ୍ ଆଦମୀ ପାର୍ଟି ଭୂମିରେ ନାହିଁ, କେବଳ ପବନରେ ଅଛି , କିନ୍ତୁ ତାଙ୍କ ଦଳ କଂଗ୍ରେସ ଶକ୍ତିଶାଳୀ ଅଟେ ଓ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ ।

AAP ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରି ପବନ କରୁଛି; ଗୁଜୁରାଟରେ କେବଳ ଜିତିବ କଂଗ୍ରେସ; ରାହୁଲ ଗାନ୍ଧି

AAP ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରି ପବନ କରୁଛି; ଗୁଜୁରାଟରେ କେବଳ ଜିତିବ କଂଗ୍ରେସ; ରାହୁଲ ଗାନ୍ଧି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ତେଲେଙ୍ଗାନା : ଭାରତ ଯୋଡ ଯାତ୍ରା ମଧ୍ୟରେ ରାହୁଲ ଗାନ୍ଧି ଗୁଜୁରାଟ ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ସୋମବାର କହିଛନ୍ତି, ଗୁଜରାଟର ଆମ୍ ଆଦମୀ ପାର୍ଟି ଭୂମୀରେ ନାହିଁ, କେବଳ ପବନରେ ଅଛି , କିନ୍ତୁ ତାଙ୍କ ଦଳ କଂଗ୍ରେସ ଶକ୍ତିଶାଳୀ ଅଟେ ଓ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବ । ଏଥିସହ ସେ କହିଛନ୍ତି ଯେ ଏହି ନିର୍ବାଚନରେ ​​ତାଙ୍କୁ କିପରି ବ୍ୟବହାର କରାଯିବ ସେନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ନିଷ୍ପତ୍ତି ନେବେ।

ରାହୁଲ ଗାନ୍ଧି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ସରକାର ଲୋକମାନଙ୍କୁ ଲୁଟ କରୁଛନ୍ତି । ଦଳିତ ଓ ଆଦିବାସୀଙ୍କ ଜମି ଛଡ଼ାଇ ନେଉଛନ୍ତି । ସେ କହିଛନ୍ତି ଯେ ଟିଆରଏସ ସହ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ । ଗୁଜୁରାଟର ପରିସ୍ଥିତି ସମ୍ପର୍କରେ ପଚରାଯିବାରୁ ରାହୁଲ ଗାନ୍ଧି କହିଛନ୍ତି, ଗୁଜୁରାଟରେ ବହୁତ ପ୍ରଭାବଶାଳୀ ଢ଼ଙ୍ଗରେ ନିର୍ବାଚନ ଲଢ଼ୁଛୁ । ଆମ୍ ଆଦମୀ ପାର୍ଟି କେବଳ ଆକାଶରେ ଉଡୁଛି ଭୂମୀରେ ନାହିଁ । ସେମାନେ ବିଜ୍ଞାପନରେ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ଏଭଳି ସେମାନେ ପବନ କରୁଛନ୍ତି । ଗୁଜୁରାଟରେ କଂଗ୍ରେସ ଶକ୍ତିଶାଳୀ । ସରକାର ବିରୋଧରେ ମାହୋଲ ସୃଷ୍ଟି ହୋଇଛି । ଏହି ନିର୍ବାଚନରେ ​​କଂଗ୍ରେସ ଜିତିବ ।

କ୍ଷମତାକୁ ଆସିଲେ ଅନୁଷ୍ଠାନଗୁଡିକୁ ଆରଏସଏସଠାରୁ ମୁକ୍ତ କରିବୁ: ରାହୁଲ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ସୋମବାର କହିଛନ୍ତି, ଯଦି ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନ ପରେ କ୍ଷମତାକୁ ଆସେ, ତେବେ ରାଷ୍ଟ୍ରୀୟ ସ୍ଵଂୟମସେବକ ସଂଗଠନ (ଆରଏସଏସ) ଠାରୁ ଅନୁଷ୍ଠାନ ମୁକ୍ତ ହେବ ଓ ସେମାନଙ୍କର ସ୍ୱାଧୀନତା ବଜାୟ ରହିବ। ସେ ଏହା ମଧ୍ୟ କହିଛନ୍ତି ଯେ ଗଣତାନ୍ତ୍ରିକ ହେବା ଓ ଏକଛତ୍ରବାଦୀ ଶାସନ ନଚଳାଇବା ହେଉଛି "କଂଗ୍ରେସର ଡିଏନ୍ଏ", କିନ୍ତୁ ଅନ୍ୟ ଦଳମାନଙ୍କୁ କେବେ ପଚରାଯିବ ଯେ ସେମାନେ ନିଜେ କାହିଁକି ନିର୍ବାଚନ କରୁ ନାହାଁନ୍ତି ?
Published by:Soubhagya Mishra
First published: