ତେଲେଙ୍ଗାନାରେ ନେତାଙ୍କ ସହ ରେସ କଲେ ରାହୁଲ ଗାନ୍ଧି; ଜିତିଲେ ମଧ୍ୟ

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ରାହୁଲ ଗାନ୍ଧି କଂଗ୍ରେସ ନେତାଙ୍କ ସହ ଦୌଡୁଥିବାର ନଜର ଆସିଛନ୍ତି। କଂଗ୍ରେସର ଭାରତ ଯୋଡ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନାରେ ଚାଲିଛି।

ଭାରତ ଯୋଡ ଯାତ୍ରା (ପ୍ରତୀକାତ୍ମକ ଛବି)

ଭାରତ ଯୋଡ ଯାତ୍ରା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ହାଇଦ୍ରାବାଦ: କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ସୋସିଆଲ ମିଡିଆରେ ଅନେକ ଚିତ୍ର ଓ ଭିଡିଓ ଭାଇରାଲ ହୋଇଛି।  ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ରାହୁଲ ଗାନ୍ଧି କଂଗ୍ରେସ ନେତାଙ୍କ ସହ ଦୌଡୁଥିବାର ନଜର ଆସିଛନ୍ତି। କଂଗ୍ରେସର ଭାରତ ଯୋଡ ଯାତ୍ରା ବର୍ତ୍ତମାନ ତେଲେଙ୍ଗାନାରେ ଚାଲିଛି।।  ରବିବାର ହେଉଛି ରାଜ୍ୟରେ କଂଗ୍ରେସର ପଦଯାତ୍ରାର ପଞ୍ଚମ ଦିନ।

ରାହୁଲ ଗାନ୍ଧି ରବିବାର ଦିନ ତେଲେଙ୍ଗାନାର ମହବୁବନଗର ସହରର ଧର୍ମପୁରରୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି ଏବଂ ଏହା 20 କିଲୋମିଟର ଦୂରତା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ଭାରତ ଯୋଡ ଯାତ୍ରା ଚଳିତ ମାସ ଆରମ୍ଭରେ କର୍ଣ୍ଣାଟକରେ ପହଞ୍ଚିଥିଲା।  ରାହୁଲ ଗାନ୍ଧି1ଙ୍କ ଏହି ଗସ୍ତ ସମୟରେ ତାଙ୍କର ଫିଟନେସ୍ ଭିଡିଓ ଗୋଟିଏ ପରେ ଗୋଟିଏ ବାହାରକୁ ଆସୁଛି। ରାହୁଲ ଗାନ୍ଧିଙ୍କ ଦୌଡ଼ିବା, ପୁସ୍ ଅପ୍ କରିବା, ଟ୍ୟାଙ୍କ ଉପରକୁ ଚଢିବା, ପିଲାମାନଙ୍କୁ କାନ୍ଧରେ ବୋହି ନେବା, ଦୈନିକ ୨୫ କିଲୋମିଟର ଚାଲିବା ଇତ୍ୟାଦି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶନିବାର ଦିନ ରାହୁଲ ଗାନ୍ଧି ତାଙ୍କ ନୃତ୍ୟ ଦକ୍ଷତା ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେ ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ନାଚିଲେ। ଏହି ସମୟ ମଧ୍ୟରେ ୱାୟାନାଡ ବିଜେପି ସାଂସଦଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ ବିଜେପି ଦେଶକୁ ଦୁର୍ବଳ କରି ଲୋକଙ୍କୁ ନିଜ ମଧ୍ୟରେ ଲଢେ଼ଇ କରୁଛି। ଏହା ବିମୁଦ୍ରୀକରଣ ଓ ଜିଏସ୍ଟି ଭଳି ନୀତି କାର୍ଯ୍ୟକାରୀ କରିଛି ଯାହା ଗରିବ ଲୋକ, କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଛି।
Published by:Soumya Das
First published: