ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରାହୁଳ ଓ ପ୍ରିୟଙ୍କା ହାଥରସ ଅଭିମୁଖେ ଯାଉଥିବା ବେଳେ ହସୁଥିବାର ସେହି ଭିଡିଓରୁ ଜଣାପଡ଼ିଯାଉଛି ଯେ କଂଗ୍ରେସର ନେତାମାନଙ୍କ ହୃଦୟରେ ସହାନୁଭୂତିର ଅଭାବ ରହିଛି ।

ହାଥରସ ଯିବା ବାଟରେ ରାହୁଳ ଓ ପ୍ରିୟଙ୍କା କାର୍‌ରେ ହସୁଥିଲେ; BJP କହିଲା ‘‘ରାଜନୈତିକ ଶାଗୁଣାବାଦ’’
ହାଥରସ ଅଭିମୁଖେ ଏକ କାରରେ ଯାଉଛନ୍ତି ପ୍ରିୟଙ୍କା ଓ ରାହୁଳ ଗାନ୍ଧୀ ।
  • News18 Odia
  • Last Updated: October 3, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସରେ (Hathras) କଥିତ ଗଣଦୁଷ୍କର୍ମ ପରେ ହୋଇଥିବା ନିର୍ମମ ଆକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିବା ୧୯ ବର୍ଷୀୟା ଯୁବତୀର ପରିବାରକୁ ଦେଖା କରିବାକୁ ଏକ କାରରେ ଯାଉଥିବା ବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ (Rahul Gandhi and Priyanka Gandhi) ବାଟରେ ହସି ହସି ଯାଉଥିବାର ଏକ ଭିଡିଓ ସାମନାକୁ ଆସିବା ପରେ ବିଜେପି କଂଗ୍ରେସକୁ “ରାଜନ ଶାଗୁଣାବାଦ’’ର (political vulturism) ପ୍ରତୀକ ବୋଲି କହିଛି ।

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରାହୁଳ ଓ ପ୍ରିୟଙ୍କା ହାଥରସ ଅଭିମୁଖେ ଯାଉଥିବା ବେଳେ ହସୁଥିବାର ସେହି ଭିଡିଓରୁ ଜଣାପଡ଼ିଯାଉଛି ଯେ କଂଗ୍ରେସର ନେତାମାନଙ୍କ ହୃଦୟରେ ସହାନୁଭୂତିର ଅଭାବ ରହିଛି । (Rahul Gandhi Priyanka Gandhi laughing on way to Hathras)

ଉତ୍ତର ପ୍ରଦେଶ ସରକାର ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ସାଂସଦମାନଙ୍କର ଏକ ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳକୁ ନୋଏଡା ଦେଇ ହାଥରାସ ଯିବାକୁ ଅନୁମତି ଦେବା ପରେ ବିଜେପିର ଏହି ବିବୃତ୍ତି ଆସିଛି । କଂଗ୍ରେସର ନେତାମାନେ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ଜଣେ ଦଳିତ ଯୁବତୀଙ୍କ ପରିବାରକୁ ଭେଟିବା ପାଇଁ ପଶ୍ଚିମ ଉତ୍ତର ପ୍ରଦେଶର ହାଥରାସ ଅଭିମୁଖେ ଯାଉଥିଲେ ।



ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) ରାହୁଳ ଗାନ୍ଧୀଙ୍କ ହାଥରାସ ଗସ୍ତକୁ ରାଜନୈତିକ ଉଦ୍ଦେଶ୍ୟରେ ଭରା ଯାତ୍ରା ବୋଲି କହିଥିଲେ । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା କଂଗ୍ରେସର କେବଳ ଏକ ବାହାନା ବୋଲି ସେ କହିଥିଲେ ।

ମୃତା ଯୁବତୀର ପରିବାରର ଜଣେ ସଦସ୍ୟଙ୍କ ସହ ପ୍ରିୟଙ୍କା ଗାନ୍ଧୀ


“କଂଗ୍ରେସର କୌଶଳ ବିଷୟରେ ଲୋକେ ଅବଗତ ଅଛନ୍ତି । ସେଇଥି ପାଇଁ ସେମାନେ ୨୦୧୯ ନିର୍ବାଚନରେ ବିଜେପିକୁ ଏକ ଐତିହାସିକ ବିଜୟ ଦେଇଛନ୍ତି । ଲୋକେ ଜାଣନ୍ତି ଯେ ସେମାନଙ୍କର (ରାହୁଳ ଓ ପ୍ରିୟଙ୍କା ଗାନ୍ଧୀଙ୍କର) ହାଥରାସ ଗସ୍ତ କେବଳ ରାଜନୀତି ପାଇଁ, ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ,’’ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଇରାନୀ କହିଛନ୍ତି ।

ରାହୁଳ ଗାନ୍ଧୀ ମୃତା ଯୁବତୀର ପରିବାର ଲୋକଙ୍କ କଥା ଶୁଣୁଛନ୍ତି ।


ଶୁକ୍ରବାର ଦିନ ରାହୁଳ ଗାନ୍ଧୀ (Rahul Gandhi) ହାଥରାସର ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ କରି କହିଥିଲେ ଯେ ଉତ୍ତର ପ୍ରଦେଶ (Uttar Pradesh) ସରକାର ଏହି ଘଟଣାର ସତ୍ୟକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି ।

ଏହା ବି ପଢ଼ନ୍ତୁ | ହାଥରସ୍ ମାମଲା: ‘‘ଯେଉଁ ମୃତ ଦେହ ପୋଲିସ ପୋଡ଼ିଲା ତାହା ଆମ ଝିଅର ନ ଥିଲା,’’ କହିଲା ପରିବାର

ଏହା ବି ପଢ଼ନ୍ତୁ ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତାଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ରାହୁଳ ପୀଡ଼ିତାଙ୍କ ଗାଁରେ ଥିବା ଏକ ଛୋଟ ଶିଶୁର ଏକ ଭିଡିଓ ବି ସେୟାର କରି ଗଣମାଧ୍ୟମକୁ କହିଥିଲେ ଯେ ମୃତା ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ଅଧିକାରୀମାନେ ମାଡ଼ ମାରୁଛନ୍ତି, ଧମକ ଦେଉଛନ୍ତି ଓ କାହାକୁ ଭେଟିବାକୁ ଦେଉନାହାନ୍ତି ।



ସେପ୍ଟେମ୍ବର ୧୪ ତାରିଖରେ ସେହି ୧୯-ବର୍ଷୀୟା ଦଳିତ ଯୁବତୀଙ୍କ ସହ ଚାରି ଜଣ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲକୁ ପଠାଯାଇଥିଲା । ସେପ୍ଟେମ୍ବର ୩୦ରେ ସେ ସେଇଠି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
Published by: Anand Shankar Thankur Das
First published: October 3, 2020, 11:42 PM IST
corona virus btn
corona virus btn
Loading