ଖଡଗେ ଓ ଥରୁର ଶକ୍ତିଶାଳୀ ନେତା.. ରିମୋଟ୍ କଣ୍ଟ୍ରୋଲ୍ କହିବା ଉଭୟଙ୍କ ପ୍ରତି ଅପମାନ; ରାହୁଲ ଗାନ୍ଧି

କଂଗ୍ରେସର 'ଭାରତ ଯୋଡ ଯାତ୍ରା' ସମୟରେ କର୍ଣ୍ଣାଟକରେ ପହଞ୍ଚିଥିବା ରାହୁଲ ଗାନ୍ଧି ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ବିଭାଜନ ପାଇଁ ବିଜେପି ଓ ଆରଏସଏସକୁ ଦାୟୀ କରିଛନ୍ତି ।

ଖଡଗେ ଓ ଥରୁର ଶକ୍ତିଶାଳୀ ନେତା.. ରିମୋଟ୍ କଣ୍ଟ୍ରୋଲ୍ କହିବା ଉଭୟଙ୍କ ପ୍ରତି ଅପମାନ; ରାହୁଲ ଗାନ୍ଧି

ଖଡଗେ ଓ ଥରୁର ଶକ୍ତିଶାଳୀ ନେତା.. ରିମୋଟ୍ କଣ୍ଟ୍ରୋଲ୍ କହିବା ଉଭୟଙ୍କ ପ୍ରତି ଅପମାନ; ରାହୁଲ ଗାନ୍ଧି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କଂଗ୍ରେସର 'ଭାରତ ଯୋଡ ଯାତ୍ରା' ସମୟରେ କର୍ଣ୍ଣାଟକରେ ପହଞ୍ଚିଥିବା ରାହୁଲ ଗାନ୍ଧି ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ବିଭାଜନ ପାଇଁ ବିଜେପି ଓ ଆରଏସଏସକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ବିଜେପି ଘୃଣା ସୃଷ୍ଟି କରି ଦେଶକୁ ବିଭାଜନ କରୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଚର୍ଚ୍ଚା ହେଉଥିବା ଆଶଙ୍କାକୁ ଖାରଜ କରି କହିଛନ୍ତି ଗାନ୍ଧି ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ରିମୋଟ କଣ୍ଟ୍ରୋଲ ରହିବ ନାହିଁ । ସେ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ଜଣେ ଶକ୍ତିଶାଳୀ ଓ ଭଲ ବୁଝାମଣା ଥିବା ବ୍ୟକ୍ତିତ୍ଵ ।

ଭାରତ ଯୋଡ ଯାତ୍ରାର ଏକ ମାସ ପୂରଣ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧି ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, କିଛି ବର୍ଗ କହୁଛନ୍ତି ଯେ ଗାନ୍ଧି ପରିବାର ପରବର୍ତ୍ତୀ କଂଗ୍ରେସ ସଭାପତିଙ୍କୁ ଦୂରରୁ ନିୟନ୍ତ୍ରଣ କରିବ । କିନ୍ତୁ ଯେଉଁ ଦୁଇ ବ୍ୟକ୍ତି ନିର୍ବାଚନରେ ଅଛନ୍ତି , ସେମାନଙ୍କର ନିଜର ସ୍ୱତନ୍ତ୍ରତା ଅଛି, ଏକ ଦୃଷ୍ଟିକୋଣ ଅଛି ଓ ଉଭୟ ଶକ୍ତିଶାଳୀ ଓ ଭଲ ବୁଝମଣା ବ୍ୟକ୍ତିତ୍ଵ । ମୁଁ ଭାବୁନାହିଁ ଯେ ସେମାନଙ୍କ ମଧ୍ୟରୁ କେହି ବି ରିମୋର୍ଟ କଣ୍ଟ୍ରୋଲରେ ଚାଲିବା ବାଲା ଅଛନ୍ତି । ସତ କହିବାକୁ ଗଲେ, ଏହିସବୁ ଜିନିଷ ତାଙ୍କୁ ଅପମାନିତ କରିବାକୁ କୁହାଯାଉଛି।

ସାମ୍ବାଦିକମାନଙ୍କଠାରୁ ପୃଥକ ପ୍ରଶ୍ନର ଉତ୍ତରରେ ସେ ମଲ୍ଲିକାର୍ଜୁନ୍ ଖଡଗେ ଓ ଶଶି ଥରୁରଙ୍କ କଂଗ୍ରେସ ସଭାପତି ପଦବୀ ପାଇଁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଉଭୟେ ଶକ୍ତିଶାଳୀ ନେତା ଓ ସେମାନଙ୍କର ନିଜସ୍ୱ ବୁଝିବା ଶକ୍ତି ରହିଛି । ସେମାନଙ୍କୁ ରିମୋଟ୍ କଣ୍ଟ୍ରୋଲ୍ କହିବା ଉଭୟଙ୍କ ପାଇଁ ଅପମାନ । ପରବର୍ତ୍ତୀ କଂଗ୍ରେସ ସଭାପତି ଗାନ୍ଧି ପରିବାର ଦ୍ୱାରା ନିୟନ୍ତ୍ରିତ ହେବେ ବୋଲି ସେ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ।
Published by:Soubhagya Mishra
First published: