News18 Odia Digital
Bharat Jodo Yatra: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି 'ଭାରତ ଯୋଡୋ ଯାତ୍ରା' କରୁଛନ୍ତି। ତାଙ୍କର ଯାତ୍ରା କର୍ଣ୍ଣାଟକ ଦେଇ ଗତି କରୁଛି। ରାହୁଲ ଗାନ୍ଧିଙ୍କ ଗସ୍ତ ସମୟରେ ଏହିପରି ଅନେକ ଫଟୋ ଓ ଭିଡିଓ ପ୍ରତିଦିନ ସାମ୍ନାକୁ ଆସିଥାଏ ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟୁଛି। ଏହିପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯାହା ଆଜିକାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଯାତ୍ରା ସମୟରେ ସେ କିପରି ଟ୍ୟାନିଂରୁ ଦୂରେଇ ରୁହନ୍ତି ବୋଲି ଭାଇରାଲ ଭିଡିଓରେ ପଚରାଯାଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ସେ କୌଣସି ସନସ୍କ୍ରିନ ବ୍ୟବହାର କରନ୍ତି ନାହିଁ।
ରାହୁଲ ଗାନ୍ଧି କହିଛନ୍ତି, ମୋ ମା ସୋନିଆ ଗାନ୍ଧି ମୋ ପାଇଁ ସନସ୍କ୍ରିନ ପଠାଇଛନ୍ତି କିନ୍ତୁ ମୁଁ ଏହାକୁ ବ୍ୟବହାର କରୁନାହିଁ।’’ ସୋମବାର କର୍ଣ୍ଣାଟକର ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି ଏହି କଥା କହିଥିଲେ। ବାର୍ତ୍ତାଳାପ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେହି ଜଣେ ପଚାରିଥିଲେ, ଆପଣ କେଉଁ ସନସ୍କ୍ରିନ୍ ବ୍ୟବହାର କରୁଛନ୍ତି?
ରାହୁଲ ବର୍ତ୍ତମାନ କର୍ଣ୍ଣାଟକରେ କଂଗ୍ରେସ ଦଳର 'ଭାରତ ଯୋଡୋ ଯାତ୍ରା'ର ନେତୃତ୍ୱ ନେଉଛନ୍ତି। ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେତୁ ସୋମବାର ଏହି ଯାତ୍ରା ବନ୍ଦ ରହିଥିଲା।
ରାହୁଲ କର୍ଣ୍ଣାଟକର ବଲ୍ଲାରିରେ ଥିବା ଯାତ୍ରାର କ୍ୟାମ୍ପ ସାଇଟରେ ଭୋଟ ଦେଇଥିଲେ। ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର ୨୪ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଅଣ-ଗାନ୍ଧି ଦଳର ମୁଖ୍ୟ ହେବାକୁ ଦୌଡ଼ରେ ଅଛନ୍ତି।
ପ୍ରକାଶ ଥାଉକି ସୋମବାରରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୯୬ ପ୍ରତିଶତ ଭୋଟ ଦିଆଯାଇଥିଲା। ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଛନ୍ତି। ଅକ୍ଟୋବର ୧୯ରେ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି। ଏହି ନିର୍ବାଚନରେ ପ୍ରାୟ ୯୬ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଛି। ସୋନିଆ ଗାନ୍ଧି, ମନମୋହନ ସିଂ ଓ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଭୋଟ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।