Rahul Gandhi: କାଶ୍ମୀର ପଣ୍ଡିତ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କ ଉପରେ ରାଗିଲେ ରାହୁଲ ଗାନ୍ଧି

Rahul Gandhi On Kashmiri Pandits: କାଶ୍ମୀର ପଣ୍ଡିତ ଓ ଯବାନଙ୍କ ଶହୀଦ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଗତ ୫ ମାସ ମଧ୍ୟରେ କାଶ୍ମୀରରେ ୧୫ ଜଣ ସୁରକ୍ଷା କର୍ମୀ ସହିଦ ହେବା ସହ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

କାଶ୍ମୀର ପଣ୍ଡିତ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କ ଉପରେ ରାଗିଲେ ରାହୁଲ ଗାନ୍ଧି

କାଶ୍ମୀର ପଣ୍ଡିତ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କ ଉପରେ ରାଗିଲେ ରାହୁଲ ଗାନ୍ଧି

  • Share this:
News18 Odia Digital

Rahul Gandhi On Kashmiri Pandits: କାଶ୍ମୀର ପଣ୍ଡିତ ଓ ଯବାନଙ୍କ ଶହୀଦ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ପୁଣି ଟାର୍ଗେଟ ରହିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, ‘‘କାଶ୍ମୀରରେ ଗତ ୫ ମାସ ମଧ୍ୟରେ ୧୫ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ ଓ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ମଧ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ହତ୍ୟା କରାଯାଇଥିଲା। କାଶ୍ମୀରୀ ପଣ୍ଡିତମାନେ ୧୮ ଦିନରୁ ଧାରଣାରେ ଅଛନ୍ତି କିନ୍ତୁ ବିଜେପି ୮ ବର୍ଷ ପାଳନ କରିବାରେ ବ୍ୟସ୍ତ ଅଛି। ପ୍ରଧାନମନ୍ତ୍ରୀ, ଏହା ଏକ ଚଳଚ୍ଚିତ୍ର ନୁହେଁ, ଏହା ଆଜିର କାଶ୍ମୀରର ବାସ୍ତବତା।’’

ସୂଚନାଯୋଗ୍ୟ ଯେ କାଶ୍ମୀରର କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳରେ ଜଣେ ହିନ୍ଦୁ ଶିକ୍ଷୟତ୍ରୀ ରଜନୀ ବାଲା ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିଲେ। ଆତଙ୍କବାଦୀମାନେ ୩୬ ବର୍ଷୀୟ ରଜନୀଙ୍କ ମୁଣ୍ଡରେ ଗୁଳି ଚଳାଇଥିଲେ। ଏହି ଘଟଣା ପରେ କାଶ୍ମୀର ପଣ୍ଡିତମାନେ ଏହାକୁ ବିରୋଧ କରିଥିଲେ। ଏହାପୂର୍ବରୁ ମେ ୧୨ରେ ଆତଙ୍କବାଦୀମାନେ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି କାଶ୍ମୀର ପଣ୍ଡିତ ରାହୁଲ ଭଟଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀମାନେ ରାହୁଲ ଭଟଙ୍କ ଉପରକୁ ଗୁଳି ଚଳାଇଥିଲେ।

ଜଣେ ଶିକ୍ଷୟତ୍ରୀଙ୍କ ହତ୍ୟାକୁ ନେଇ ଫାରୁକ୍ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି

ଏହି ହତ୍ୟାକାଣ୍ଡ ଉପରେ ଜମ୍ମୁ-କଶ୍ମୀରର ପୂର୍ବତନ ସିଏମ୍ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ଯେତେବେଳେ ତାଙ୍କୁ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନ ପଚରାଗଲା, ସେ କହିଥିଲେ ଯେ ସମସ୍ତଙ୍କୁ ହତ୍ୟା କରାଯିବ। ଏହି ଘଟଣା ପୂର୍ବରୁ ଫାରୁକ୍ କହିଥିଲେ ଯେ ଯଦି କାଶ୍ମୀର ପଣ୍ଡିତଙ୍କ ଉପରେ ଏପରି ଆକ୍ରମଣ ବନ୍ଦ କରାଯାଏ, ତେବେ ସରକାର କାଶ୍ମୀର ଫାଇଲ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍।
Published by:Lipina Das
First published: