News18 Odia Digital
Rahul Gandhi on Karnataka Election Results: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ (Karnataka Assembly Election) କଂଗ୍ରେସ (Congress) ଏକ ବିଜୟ ହାସଲ କରିଛି। କଂଗ୍ରେସ (Copngress) ୧୩୬ଟି ଆସନ ଜିତି ବିଜେପି ସରକାରକୁ ପଛରେ ପକାଇ ଦେଇଛି।
ଏହି ଐତିହାସିକ ବିଜୟ ଉପରେ କଂଗ୍ରେସ କର୍ମୀଙ୍କ (Congress Leaders) ଉତ୍ସାହ ଖୁବ୍ ଦେଖିବାକୁ ମିଳୁଛି। ଏଥି ସହ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି (Rahul Gandhi) କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରାହୁଲ କହିଛନ୍ତି, ‘‘କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲିବା ଆରମ୍ଭ କରିଛି। ଆମେ କର୍ଣ୍ଣାଟକର ଲୋକଙ୍କୁ ୫ଟି ପ୍ରତିଶ୍ରୁତି ଦେଇଥିଲୁ, ପ୍ରଥମ କ୍ୟାବିନେଟରେ ଆମେ ଏହି ପ୍ରତିଶ୍ରୁତି ପୂରଣ କରିବୁ।’’
ପୂର୍ବତନ କଂଗ୍ରେସ ସଭାପତି ଆହୁରି କହିଛନ୍ତି, ‘‘କର୍ଣ୍ଣାଟକର ଗରିବ ଲୋକମାନେ କିଛି ଶିଳ୍ପପତିଙ୍କୁ ମାତ୍ ଦେଇଛନ୍ତି। ଏହି ଯୁଦ୍ଧରେ ଆମେ ଘୃଣା ବ୍ୟବହାର କରିନାହୁଁ। ମୁଁ କର୍ଣ୍ଣାଟକର କର୍ମୀଙ୍କୁ, ଆମର ନେତାମାନଙ୍କୁ ଅଭିନନ୍ଦନ ଜଣାଉଛି। କଂଗ୍ରେସ ଦଳ କର୍ଣ୍ଣାଟକରେ ଗରିବଙ୍କ ସହ ଛିଡ଼ା ହୋଇଛି। ଆମେ ଏହି ଯୁଦ୍ଧକୁ ପ୍ରେମ ସହିତ ଯୁଦ୍ଧ କରିଥିଲୁ। କର୍ଣ୍ଣାଟକ ଦର୍ଶାଇଛି ଯେ ଏହି ଦେଶ ପ୍ରେମକୁ ଭଲ ପାଏ।’’
କର୍ଣ୍ଣାଟକ ନିର୍ବାଚନରେ ଗୋଟିଏ ପଟେ ପୁଞ୍ଜିପତିଙ୍କ ଶକ୍ତି, ଅନ୍ୟ ପଟେ ଗରିବ ଲୋକଙ୍କ ଶକ୍ତି ଥିଲା। 'ଶକ୍ତି' 'ବଳ'କୁ ପରାସ୍ତ କଲା। ଏହି ନିର୍ବାଚନରେ କଂଗ୍ରେସ ଗରିବଙ୍କ ସହ ଛିଡ଼ା ହୋଇଥିଲା। ଆମେ ଘୃଣା ଏବଂ ଭୁଲ ଶବ୍ଦ ସହିତ ଯୁଦ୍ଧ କରିନାହୁଁ, ପ୍ରେମ ସହିତ ଖୋଲା ହୃଦୟ ସହିତ ଯୁଦ୍ଧ କରିଥିଲୁ ବୋଲି କହିଛନ୍ତି ରାହୁଲ ଗାନ୍ଧି।
ତାଙ୍କ କହିବାନୁସାରେ, କର୍ଣ୍ଣାଟକର ଲୋକମାନେ ଦର୍ଶାଇଛନ୍ତି ଯେ ଏହି ଦେଶ ପ୍ରେମକୁ ଭଲ ପାଏ। କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି ଏବଂ ପ୍ରେମର ଦୋକାନ ଖୋଲିଛି।
ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ଅନେକ ଥର କହିଥିଲେ, ‘‘ମୁଁ ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଆସିଛି।’’ ସରକାର ଗଠନ ହେବା ମାତ୍ରେ କର୍ଣ୍ଣାଟକବାସୀଙ୍କୁ ଦିଆଯାଇଥିବା ପାଞ୍ଚଟି ପ୍ରମୁଖ ପ୍ରତିଶ୍ରୁତି ଉପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ରାହୁଲ ଗାନ୍ଧି।
ପଢ଼ନ୍ତୁ ପୂରା ଖବର: Karnataka Result 2023: ଚମକାଇଦେଲା କଂଗ୍ରେସ; ବହୁମତ ନିଶ୍ଚିତ ! କିଏ ହେବେ ମୁଖ୍ୟମନ୍ତ୍ରୀ?ପ୍ରିୟଙ୍କା ଗାନ୍ଧି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତିଏଥି ସହ ରାହୁଲ ଗାନ୍ଧିଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ କର୍ଣ୍ଣାଟକ ନିର୍ବାଚନରେ ଦଳର ବିଜୟ ସମ୍ପର୍କରେ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ‘‘କଂଗ୍ରେସ ଦଳକୁ ଏକ ଐତିହାସିକ ଆଦେଶ ଦେଇଥିବାରୁ କର୍ଣ୍ଣାଟକବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏହା ହେଉଛି ତୁମର ପ୍ରସଙ୍ଗଗୁଡ଼ିକର ବିଜୟ। ପ୍ରଗତିର ଧାରଣାକୁ ପ୍ରାଥମିକତା ଦେବା ପାଇଁ ଏହା ହେଉଛି କର୍ଣ୍ଣାଟକର ବିଜୟ। ଏହା ହେଉଛି ରାଜନୀତିର ବିଜୟ ଯାହା ଦେଶକୁ ଏକତ୍ର କରିଥାଏ। କର୍ଣ୍ଣାଟକ କଂଗ୍ରେସର ସମସ୍ତ ପରିଶ୍ରମୀ କର୍ମୀ ଏବଂ ନେତାମାନଙ୍କୁ ମୋର ଶୁଭେଚ୍ଛା। ତୁମର ସମସ୍ତ କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା। କର୍ଣ୍ଣାଟକବାସୀଙ୍କୁ ଦିଆଯାଇଥିବା ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ଦଳ ଯତ୍ନବାନ ହେବ। ନମସ୍କାର କର୍ଣ୍ଣାଟକ, ନମସ୍କାର କଂଗ୍ରେସ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।