ସାଂସଦ ପଦ ଯିବା ପରେ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି: ପ୍ରିୟଙ୍କା କହିଲେ ବଡ଼ କଥା !

ମାସକ ଭିତରେ ବଙ୍ଗଳା ଛାଡ଼ିବାକୁ କୁହାଯାଇଥିବା ବେଳେ ଦିନକ ପୂର୍ବରୁ ରାହୁଲ ଗାନ୍ଧି ଛାଡ଼ିଛନ୍ତି ।

ସାଂସଦ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି: ପ୍ରିୟଙ୍କା ଗାନ୍ଧି କହିଲେ ଏମିତି...

ସାଂସଦ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି: ପ୍ରିୟଙ୍କା ଗାନ୍ଧି କହିଲେ ଏମିତି...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ସାଂସଦ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି (Rahul gandhi) । ଗତ ଶନିବାର ଟ୍ରକରେ ଜିନିଷପତ୍ର ନେଇଥିବା ବେଳେ ଆଉ କିଛି ରହି ଯାଇଥିଲା । ଆଜି ସେସବୁକୁ ନେବା ସହ ବିଧିବଦ୍ଧ ଭାବେ ବଙ୍ଗଳା ଛାଡ଼ିଛନ୍ତି ।

ମାନହାନୀ ମାମଲା (Defamation cases)ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସରକାରୀ ବଙ୍ଗଳା (Govt house) ଛାଡ଼ିବାକୁ ଲୋକସଭା ହାଉସିଂ କମିଟି ଅଧ୍ୟକ୍ଷ ଥିବା ବିଜେପି (bjp) ସାଂସଦ ସିଆର୍ ପାଟିଲ୍, ତାଙ୍କୁ ବଙ୍ଗଳା ଛାଡ଼ିବାକୁ ନୋଟିସ୍ ଦେଇଥିଲେ । ମାସକ ଭିତରେ ବଙ୍ଗଳା ଛାଡ଼ିବାକୁ କୁହାଯାଇଥିବା ବେଳେ ଦିନକ ପୂର୍ବରୁ ରାହୁଲ ଗାନ୍ଧି ଛାଡ଼ିଛନ୍ତି । ନିଜ କର୍ମଚାରୀଙ୍କ ସହ ମିଶିବା ସହ ଫଟୋ (photo) ଉଠାଇଥିଲେ । ଆଉ ତା ପରେ ଲୋକସଭା ହାଉସିଂ କମିଟି ଅଧ୍ୟକ୍ଷଙ୍କ ନିକଟକୁ ଚାବି (key) ହସ୍ତାନ୍ତର କରିଛନ୍ତି ସେ । ଦିଲ୍ଲୀ ତୋଗଲକ ଲେନ୍‌ରେ ଥିବା ଏହି ବଙ୍ଗଳାରେ ୨୦୦୫ରୁ ରହି ଆସୁଥିଲେ ରାହୁଲ ଗାନ୍ଧି । କଂଗ୍ରେସ କହିଛି, ରାହୁଲଙ୍କ କୌଣସି ବଙ୍ଗଳା ମୋହ ନାହିଁ । ଅନେକ ଲୋକେ ଏବେ ବି ସାଂସଦ ନ ଥାଇ ବଙ୍ଗଳା ରଖିଛନ୍ତି, ସେମାନେ ରାହୁଲଙ୍କଠାରୁ ଶିଖିବା ଜରୁରୀ ।

ସେପଟେ ପ୍ରିୟଙ୍କା ଗାନ୍ଧିଙ୍କ କହିବା କଥା, ସରକାର ବିରୋଧରେ ସତ (true) କହିବାରୁ ତାଙ୍କୁ ଭାଇଙ୍କୁ ସାଂସଦ ସଦସ୍ୟତା ଓ ବଙ୍ଗଳା ହରାଇବାକୁ ପଡ଼ିଲା । ତଥାପି ସେ ଡରି ନାହାନ୍ତି କି ଡରିବେନି । ରାହୁଲ ଗାନ୍ଧି ସଂଘର୍ଷ ଜାରି ରଖିବେ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧି (priyanka gandhi) । ମାନହାନୀ ମାମଲାରେ ଗତମାସ ୨୩ ତାରିଖରେ ସୁରତ ମେଟ୍ରୋ ପଲିଟାଲ୍ କୋର୍ଟ (surat metro political court,), ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ଯାହାକୁ ଗତ ୨୦ ତାରିଖ ରାୟରେ କାଏମ ରଖିଛନ୍ତି ସୁରତ ସେସନ୍‌ସ କୋର୍ଟ (surat session court)।



ଏହି ଖବର ପଢ଼ନ୍ତୁ- http://ହୃଦୟକୁ ଛୁଇଁଯିବା ପରି ଦୃଶ୍ୟ ! ସମୁଦ୍ର ମୁହାଁ ଅଲିଭ ରିଡ଼ଲେ କଇଁଛ ଶାବକ

ଏହି ଖବର ପଢ଼ନ୍ତୁ-  ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !

ଏହି ଖବର ପଢ଼ନ୍ତୁ-  ଆଶ୍ଚର୍ଯ୍ୟ ! ଇଲେକ୍ଟ୍ରିକ୍ ସ୍କୁଟରରେ ବସିଲେ ୬ ଜଣ ବ୍ୟକ୍ତି । ଲୋକେ କହିଲେ ଇଞ୍ଜିନରେ ଅଛି ଦମ୍ ।
Published by:Soubhagya Mishra
First published: