ନାଟକ କରନି; ସାମ୍ବାଦିକଙ୍କୁ କାହିଁକି ଏଭଳି କହିଲେ ରାହୁଲ

ଜଣେ ସାମ୍ବାଦିକ ଭାବେ ନାଟକ କର ନାହିଁ। ଆପଣ କାହିଁକି ଭଲ ପ୍ରଶ୍ନ ପଚାରୁ ନାହାନ୍ତି: ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଲୋକସଭା ସାଂସଦ ଭାବେ ଅଯୋଗ୍ୟ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତୁଫାନି ମୁଡ଼ରେ ଅଛନ୍ତି। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୂର୍ବତନ ୱାୟାନାଡ ସାଂସଦ ସାମ୍ବାଦିକଙ୍କୁ ଜଣେ 'ଭଲ ପ୍ରେସମ୍ୟାନ୍' ହେବାକୁ କହିଥିଲେ।

"ଜଣେ ସାମ୍ବାଦିକ ବୋଲି ନାଟକ କର ନାହିଁ। ଆପଣ କାହିଁକି ଭଲ ପ୍ରଶ୍ନ ପଚାରନ୍ତି ନାହିଁ? ଏହା ସ୍ପଷ୍ଟ ଯେ ଆପଣ ବିଜେପି ପାଇଁ କାମ କରୁଛନ୍ତି। ଆପଣ ମୋତେ ଭଲ ପ୍ରଶ୍ନ କାହିଁକି ପଚାରୁ ନାହାଁନ୍ତି?" ବୋଲି କହିଛନ୍ତି ରାହୁଲ ଗାନ୍ଧି।

ଅଯୋଗ୍ୟତା ଘୋଷଣା ପରେ ପରେ ରାହୁଲ ଗାନ୍ଧିଙ୍କ ଗଣମାଧ୍ୟମ ସହିତ ଏହା ଥିଲା ପ୍ରଥମ କଥାବାର୍ତ୍ତା। ଏଥିରେ ଜୟରାମ ରମେଶ, ରାଜସ୍ଥାନ ସିଏମ ଅଶୋକ ଗେହଲୋଟ ଏବଂ ଅଭିଷେକ ସିଂଭିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧିଙ୍କୁ ପଚରାଯାଇଥିଲା ଯେ ବିଜେପି ଅଭିଯୋଗ କରିଛି ଯେ କୋର୍ଟଙ୍କ ଆଦେଶ ପରେ ସେ ଓବିସିଙ୍କୁ ଅପମାନିତ କରିଛନ୍ତି। ଏହି ଆନ୍ଦୋଳନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ କ’ଣ କହିବାକୁ ଚାହୁଁଛନ୍ତି?

ମୁଁ ଆପଣଙ୍କୁ ଏକ ଉଦାହରଣ ଦେବି। ରାହୁଲ ଜୀ ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଛାତିରେ ବିଜେପି ଲୋଗୋ ଲଗାନ୍ତୁ। ମୁଁ ସେତେବେଳେ ତୁମକୁ ଉତ୍ତର ଦେବି। ଜଣେ ସାମ୍ବାଦିକ ହେବାର ଛଳନା କରନ୍ତୁନି, ଠିକ ଅଛି?  ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଏଭଳି କଥା କହିଥିଲେ ।
Published by:Soumya Das
First published: